ଏକ ମାସ ପ୍ରଯନ୍ତ ଯଦି ଲଗାତାର ଖାଆନ୍ତି ଚ୍ଯବନପ୍ରାଶ, ତେବେ ଶରୀରରେ ହୋଇଥାଏ ବହୁତ ବଡ ପରିବର୍ତ୍ତନ, ଆଜି ହିଁ ଜାଣନ୍ତୁ ନହେଲେ…

ବର୍ତମାନ ଶୀତ ଋତୁ ଚାଲିଛି । ଶୀତ ଦିନରେ ସମସ୍ତଙ୍କୁ ଜର, କାଶ, ଥଣ୍ଡା ପରି ରୋଗ ହେବାର ଆଶଙ୍କା ରହିଥାଏ । ଏହି ସବୁ ରୋଗରୁ ଉପଶମ ପାଇବା ପାଇଁ ପ୍ରାୟତଃ ଲୋକ ଚ୍ଯବନପ୍ରାଶର ସେବନ କରିଥାନ୍ତି । ଚ୍ଯବନପ୍ରାଶ ଆୟୁର୍ବେଦିକ ଜଡି-ବୁଟିରେ ତିଆରି ହୋଇଥାଏ । ବିଭିନ୍ନ ସ୍ଵାଦର ଚ୍ଯବନପ୍ରାଶ ବଜାରରେ ମିଳିଥାଏ । ଚ୍ଯବନପ୍ରାଶ ବିଷୟରେ କୁହାଯାଏ କି ଚ୍ଯବନ ଋଷି ମହର୍ଷି ଭୃଗୁଙ୍କ ବଂଶଜ ଥିଲେ ।

ଚ୍ଯବନ ଋଷି ଯେତେବେଳେ ବୃଦ୍ଧ ହୋଇଗଲେ, ସେ ଯବାନ ହେବା ପାଇଁ ଅଶ୍ୱିନୀ କୁମାରଙ୍କୁ ପ୍ରାର୍ଥନା କରିଥିଲେ । ଅଶ୍ୱିନୀ କୁମାର ଋଷି ଚ୍ଯବନଙ୍କ ପାଇଁ ଏକ ଔଷଧ ତିଆରି କରିଥିଲେ । ଯାହାଦ୍ୱାରା ଋଷି ଚ୍ଯବନ ପୁଣିଥରେ ଯବାନ ଅବସ୍ଥାକୁ ଫେରିଥିଲେ । ସେଥିପାଇଁ ଏହି ଔଷଧର ନାମ ଋଷି ଚ୍ଯବନଙ୍କ ନାମ ଅନୁସାରରେ ଚ୍ଯବନପ୍ରାଶ ରଖାଯାଇଛି ।

ଚ୍ଯବନପ୍ରାଶ ବିଭିନ୍ନ ପ୍ରକାର ଜଡି-ବୁଟିରେ ତିଆରି । ଏଥିରେ ଏପରି ବହୁତ ଗୁଣ ରହିଛି ଯାହା ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିରେ ମୁଖ୍ୟତଃ ଅଁଳା ରହିଛି, ଯାହାକି ବହୁତ ଶକ୍ତିଶାଳୀ ହୋଇଥାଏ । ଚ୍ଯବନପ୍ରାଶ ସବୁଦିନ କ୍ଷୀର ସହ ସେବନ କଲେ ବହୁତ ଲାଭ ମିଳେ । ପରନ୍ତୁ ୧୦ ବର୍ଷରୁ କମ ବୟସର ପିଲା ଏହାର ସେବନ କରିବା ଅନୁଚିତ ଅଟେ ।

ଆସନ୍ତୁ ଜାଣିବା ଯଦି ଆପଣ ଗୋଟେ ମାସ ପ୍ରଯନ୍ତ ଚ୍ଯବନପ୍ରାଶ ସେବନ କରିବେ, ତେବେ ଆପଣଙ୍କୁ କେଉଁ ରୋଗରୁ ମୁକ୍ତି ମିଳିବ

୧. ଆପଣ ଗୋଟେ ଗ୍ଲାସ କ୍ଷୀରରେ ଗୋଟେ ଚାମଚ ଚ୍ଯବନପ୍ରାଶ ମିଶାଇ ସବୁଦିନ ବ୍ୟବହାର କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀରରେ ସ୍ପୁର୍ତ୍ତି, ଏକାଗ୍ରତା ଓ ସତର୍କତା ବୃଦ୍ଧି ଘଟିବ ।

୨. ଆପଣ ଯଦି ସବୁଦିନ ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ଚ୍ଯବନପ୍ରାଶ ପକାଇ ସେବନ କରନ୍ତି, ତେବେ ଶରୀରର ଇମ୍ୟୁନିଟି ରେ ମଧ୍ୟ ବୃଦ୍ଧି ଘଟେ ।

୩. ଚ୍ଯବନପ୍ରାଶ ସେବନ କରିବା ଦ୍ଵାରା ଶ୍ଵାସ ପ୍ରଣାଳୀ ମଝବୁତ ହୋଇଥାଏ ।

୪. ଏକ ଗ୍ଳାସ କ୍ଷୀରରେ ଏକ ଚାମଚ ଚ୍ଯବନପ୍ରାଶ ସେବନ କରିବା ଦ୍ଵାରା ଥଣ୍ଡା ଓ କାଶରୁ ଉପଶମ ମିଳେ । ଏହା ଚୁଟି ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

୫. ଏକ ଗ୍ଳାସ କ୍ଷୀରରେ ଏକ ଚାମଚ ଚ୍ଯବନପ୍ରାଶ ସେବନ କରିବା ଦ୍ଵାରା ମଣିଷ ଶରୀରର ମାଂସପେଶୀ ମଝବୁତ ହୋଇଥାଏ ।