ଚାଣକ୍ୟ : ଏମିତି ଜାଗାରେ ୧ ମିନିଟ ବି ରହିଲେ ହେଇଯିବେ ବର୍ବାଦ, ଏହି ୨ ଟି ଜିନିଷରେ କାବୁ ପାଇଲେ ହେବେ ସଫଳ, ନିଶ୍ଚୟ ଜାଣନ୍ତୁ

ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ବିଦ୍ଵାନ ଥିଲେ । ସେ ଚାଣକ୍ୟ ନୀତିରେ କିଛି ଏମିତି କଥା କହିଛନ୍ତି ଯଦି ବ୍ୟକ୍ତି ସେହି କଥା ଗୁଡିକ ପାଳନ କରିବ ତେବେ ତାକୁ ସଫଳ ହେବାରୁ କେହି ବି ଅଟକାଇ ପାରିବ ନାହିଁ । ଏହା ଛଡା ଚାଣକ୍ୟ ନୀତିରେ ଚାଣକ୍ୟ ଏକ ଏମିତି ଜାଗା ବିଷୟରେ କହିଛନ୍ତି ଯେଉଁଠି ରହିଲେ ବ୍ୟକ୍ତି ବର୍ବାଦ ହୋଇଯାଏ । ଚାଣକ୍ୟଙ୍କ ଅନୁସାରେ ନିଜର ଉପଲବ୍ଧି ଓ ଉନ୍ନତି ପାଇଁ ସବୁବେଳେ ଭଗବାନଙ୍କୁ ଧନ୍ୟବାଦ ଦେବା ଉଚିତ ।

ଏମିତିରେ ଚାଣକ୍ୟ କିଛି ଏମିତି କଥା କହିଛନ୍ତି ଯାହାକୁ ମଣିଷକୁ ସବୁବେଳେ ମନେ ରଖିବା ଉଚିତ । ଏହି କଥା ଗୁଡିକ ମନେ ରଖିଲେ ହିଁ ସେ ଜୀବନରେ ସଫଳ ହୋଇ ପାରିବ ।

ଏହି ୨ ଟି କଥାକୁ ସବୁବେଳେ ମନେ ରଖିବା ଉଚିତ

ଅନ୍ୟ ବ୍ୟକ୍ତିଙ୍କ ସହ ନିଜର ତୁଳନା କରନ୍ତୁ ନାହିଁ

କିଛି ବ୍ୟକ୍ତି ନିଜର ତୁଳନା ଅନ୍ୟ ବ୍ୟକ୍ତିଙ୍କ ସହ କରିଥାନ୍ତି । ଏହି କାରଣରୁ ବିନା କୌଣସି କାରଣରେ ତାଙ୍କ ମନରେ ଈର୍ଷା ଜନ୍ମ ହୋଇଥାଏ । ଯେଉଁ ବ୍ୟକ୍ତି ନିଜେ ସଠିକ କାମ କରି ନ ଥାଏ ଓ ବିନା କାରଣରେ ଅନ୍ୟ ବ୍ୟକ୍ତିକୁ ଦେଖି ଈର୍ଷା କରିଥାଏ ସେମାନେ ଜୀବନରେ କେବେ ବି ସଫଳ ହୋଇ ପାରନ୍ତି ନାହିଁ । ମନେ ରଖନ୍ତୁ ସବୁବେଳେ ପ୍ରତିସ୍ପର୍ଧା କେବଳ ନିଜ ଉପରେ ହିଁ ରହିବା ଦରକାର ।

ରାଗ ଉପରେ କାବୁ ପାଇବା

କିଛି ଲୋକମାନେ ଛୋଟ ଛୋଟ କଥାରେ ରାଗି ଯାଆନ୍ତି । ଅଧିକ ରାଗିବା ଭଲ ହୋଇ ନ ଥାଏ କାରଣ ଯେତେବେଳ ବ୍ୟକ୍ତି ରାଗିଥାଏ ସେତେବେଳେ ତାହାର ମସ୍ତିସ୍କ ଠିକ ରୂପରେ କାମ କରିବା ବନ୍ଦ କରିଦିଏ । ରାଗିବା ଦ୍ଵାରା ଆପଣଙ୍କର ମସ୍ତିଷ୍କକୁ ହାନି ପହଞ୍ଚିଥାଏ । ଏହିଭଳି ବ୍ୟକ୍ତିମାନେ କେବେ ବି ଶାନ୍ତିରେ ରହି ପାରନ୍ତି ନାହିଁ । ସେଥିପାଇଁ ନିଜ ରାଗକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ହିଁ ବୁଦ୍ଧିମାନ ହୋଇଥାଏ ।

ଏହି ଜାଗାଋ ଗୋଟିଏ ମିନିଟ ବି ରହିବା ଉଚିତ ନୁହେଁ

·    ଚାଣକ୍ୟ ନୀତିରେ କୁହାଯାଇଛି କି ଯଦି ଆପଣଙ୍କ ଆଖପାଖରେ ଗଣ୍ଡଗୋଳ ଚାଲିଛି ତେବେ ସେହି ଜାଗାକୁ ତୁରନ୍ତ ଛାଡି ଦେବା ଉଚିତ ।

·    ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯଦି କୌଣସି ରାଜା ନିଜର ପୁରା ସେନା ସହ କୌଣସି ରାଜ୍ୟ ଉପରେ ଆକ୍ରମଣ କରୁଛନ୍ତି ତେବେ ନିଜର ପ୍ରାଣ ରକ୍ଷା ନିମନ୍ତେ ସେହି ଜାଗାରୁ ବାହାରି ଯିବା ଉଚିତ ଅଟେ ।

·    ଏହା ଛଡା ଚାଣକ୍ୟ କହିଛନ୍ତି କି ଯଦି କୌଣସି ରାଜ୍ୟର ଜମି ଶୁଖି ଯାଉଛି ତେବେ ସେହି ଜାଗାକୁ ବି ତୁରନ୍ତ ଛାଡି ଦେବା ଉଚିତ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

Reply