ଯେଉଁ ମହିଳାମାନଙ୍କ ଭିତରେ ଥାଏ ଏହି ସବୁ ଗୁଣ ସେମାନଙ୍କୁ କୁହନ୍ତି ‘ଆଲଫା ଓମେନ’, ଲକ୍ଷରେ ଜଣେ ମିଳିଥାନ୍ତି ଏମିତି ମହିଳା

କୁହାଯାଏ କି ମହିଳାମାନଙ୍କର ମୁଡ ଠିକ କରିବା ପାଇଁ ତାଙ୍କର ପ୍ରଶଂସା କରିବା ଉଚିତ । କିନ୍ତୁ ଆଜି ଆମେ ଏହିଭଳି ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ମିଛ ପ୍ରଶଂସା କରାଯାଏ ନାହିଁ । ସେମାନଙ୍କର ଭଲ ଗୁଣ ଯୋଗୁ ଲୋକମାନେ ତାଙ୍କୁ ପ୍ରଶଂସା କରିଥାନ୍ତି । ଏହି ମହିଳାମାନଙ୍କ ମଧ୍ୟରେ ଏତେ ଭଲ ଗୁଣ ଥାଏ କି ବୋଧେ ପ୍ରଶଂସା ପାଇଁ ଶବ୍ଦ କମ ପଡିଯାଏ । ଏମାନଙ୍କର ଗୁଣ ଶେଷ ହୁଏ ନାହିଁ ।

କେଉଁ ମହିଳାମାନଙ୍କୁ କୁହାଯାଏ ‘ଆଲଫା ଓମେନ’

ଏହି ମହିଳାମାନଙ୍କ ମଧ୍ୟରେ ଅନ୍ୟ ମହିଳାମାନଙ୍କ ତୁଳନାରେ ବିଶେଷ ଗୁଣ ରହିଥାଏ । ଚାଲନ୍ତୁ ଜାଣିବା କଣ ଅଟେ ଏହି ଗୁଣ ଓ ଆପଣ କେଉଁ ଶ୍ରେଣୀରେ ଆସୁଛନ୍ତି ।

·    ଆପଣ ନିଜର ଆତ୍ମବିଶ୍ୱାସକୁ ୧୦ ରୁ କେତେ ନମ୍ବର ଦେବେ ? ବୋଧେ ୬, ୭ କିମ୍ବା ୮ । କିନ୍ତୁ ଆଲଫା ଓମେନଙ୍କୁ ଆତ୍ମବିଶ୍ୱାସ ପାଇଁ ୧୦ ରୁ ୧୧ ନମ୍ବର ମିଳିବା ଉଚିତ । କିନ୍ତୁ ଏମାନଙ୍କର ଆତ୍ମବିଶ୍ୱାସକୁ ଓଭର କନ୍ଫିଡେଂସ ବୁଝିବାର ଭୁଲ କରନ୍ତୁ ନାହିଁ ।

·    ଆଲଫା ଓମେନ ନିଜର ଆତ୍ମବିଶ୍ୱାସର ପ୍ରୟୋଗ ସକରାତ୍ମକ ଉପାୟ ଦ୍ଵାରା କରିଥାନ୍ତି । ସେ କୌଣସି ବି ସ୍ଥିତିରେ ହାର ମାନନ୍ତି ନାହିଁ ଓ ନିରାଶ ବି ହୁଅନ୍ତି ନାହିଁ ।

·    ଆଲଫା ଓମେନ କୌଣସି ବି କାମକୁ ସହଜରେ ସଫଳତାପୂର୍ବକ କରି ନେଇଥାନ୍ତି । ଏମାନଙ୍କ ପଛରେ ତାଙ୍କର କଠିନ ପରିଶ୍ରମ ଓ ନିଜ କାମ ପ୍ରତି ତାଙ୍କର ନିଷ୍ଠା ଥାଏ ।

·    ଆଲଫା ଓମେନଙ୍କର ହୃଦୟରେ ଯାହା ଥାଏ ତାହା ତାଙ୍କର ମୁହଁରେ ବି ଥାଏ । ଏହିଭଳି ମହିଳାମାନେ କେବେ ବି ଧୋକା ଦିଅନ୍ତି ନାହିଁ । ଏହି କାରଣରୁ କିଛି ଲୋକମାନେ ଦୁଃଖିତ ହୋଇ ଯାଆନ୍ତି ।

·    ଆଲଫା ଓମେନ କୌଣସି ବି ପରିସ୍ଥିତିରେ ସିଧା ଢଳି ଯାଆନ୍ତି ନାହିଁ । ଯଦି ତାଙ୍କୁ ଲାଗେ କି ତାଙ୍କ ମଧ୍ୟରେ କିଛି ଚେଞ୍ଜେସ ଦରକାର ଅଛି ତେବେ ସେ ତାକୁ କରନ୍ତି । ତାଙ୍କର ଚିନ୍ତାଧାରା ଏହା ଅଟେ କି ଯଦି କୌଣସି ବ୍ୟକ୍ତିର ଦୁର୍ବଳତା ବାହାର କରିବା ଦ୍ଵାରା ସଫଳତା ମିଳିଥାଏ, ତେବେ ଏହା କିଛି ବି ଭୁଲ କାମ ନୁହେଁ ।

·    ଆଲଫା ଓମେନ ଅନ୍ୟ ବ୍ୟକ୍ତିଙ୍କ ପାଇଁ ନୁହେଁ ସେମାନେ ନିଜର ମନ ଶାନ୍ତି ପାଇଁ କାମ କରନ୍ତି । ସେମାନଙ୍କର ଉଦ୍ଦେଶ୍ୟ କାହାକୁ ନିଚ୍ଚ ଦେଖାଇବାର ନ ଥାଏ । ତାଙ୍କ ଅନୁସାରେ ଯେଉଁମାନେ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥାନ୍ତି ସେମାନେ ଜୀବନରେ ଅସଫଳ ରୁହନ୍ତି ।

·    ଆଲଫା ଓମେନ ସମ୍ପର୍କକୁ ମହତ୍ଵ ଦେଇଥାନ୍ତି । ଘର ଓ ଅଫିସ କାମରେ ସେମାନେ ନିୟନ୍ତ୍ରଣ ରଖିଥାନ୍ତି । ତାଙ୍କୁ ସବୁ କାମକୁ ବ୍ୟାଲେନ୍ସ କରିବା ଭଲ ଭାବେ ଆସିଥାଏ । ତାଙ୍କର ଏହି ଅନ୍ଦାଜକୁ ଦେଖି କିଛି ଲୋକମାନେ ତାଙ୍କୁ ସଲାମ କରିଥାନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।