କାରଗିଲ: ଏହି ଭାରତୀୟ ବି କେବେ ଥିଲେ ପାକ କବ୍ଜାରେ, ପୁରା 8 ଦିନ ପରେ ଏମିତି ଫେରିଥିଲେ ସେ…

ପାକିସ୍ଥାନ ଓ ଭାରତ ମଧ୍ୟରେ ଚାଲିଥିବା ଏହି ଗମ୍ଭୀର ପରିସ୍ଥିତିରେ ପାକିସ୍ଥାନ ଦାବା କରିଛି କି ସେ ଆତ୍ମରକ୍ଷା ରେ ଭାରତର ଦୁଇଟି ଲଢେଇ ବିମାନ ନଷ୍ଟ କରିଛି । ପାକିସ୍ଥାନ ର ମେଜର ଜେନେରାଲ ଆସିଫ ଗଫୁର ପ୍ରେସ ସହିତ କଥା ହେବା ବେଳେ କହିଲେ କି, “ଆମେ ନିଜର କ୍ଷମତା ଦେଖାଇବା ପାଇଁ 6ଟି ସୁନସାନ ଜାଗାକୁ ଟାର୍ଗେଟ କରିଥିଲୁ, କିନ୍ତୁ ସେହି ସମୟରେ ଭାରତର ଦୁଇଟି ଲଢେଇ ବିମାନ ଲାଇନ ଅଫ କଣ୍ଟ୍ରୋଲ ପାର କରି ଆସିଥିଲେ । ଆମେ ତାଙ୍କୁ ମାରିଲୁ । ଏଥିରେ ଜଣେ ଭାରତୀୟ ପାଇଲଟ ଙ୍କୁ ଗିରଫ କରା ଯାଇଛି ।

ଏହା ସହିତ ପାକିସ୍ଥାନ କଥିତ ରୂପରେ ଗିରଫ ହୋଇଥିବା ଇଣ୍ଡିଆନ ପାଇଲଟ ର ଭିଡିଓ ଜାରି କରିଛି ଯେଉଁଥିରେ ସେ ତାଙ୍କର ନାମ ୱିଙ୍ଗ କମାଣ୍ଡର ଅଭିନନ୍ଦନ କୁମାର ବୋଲି କହୁଛନ୍ତି । ଏମିତିରେ ଏହି ଭାରତୀୟ ବିମାନକୁ ଚଲାଉଥିବା ଗୋଟିଏ ପାଇଲଟଙ୍କ ର ମିଶିଙ୍ଗ ହେବାର ଖବର ଅଛି । ଆଜି ଏକ ପ୍ରେସ କନଫରେନ୍ସ ରେ ବିଦେଶ ମନ୍ତନାଳୟ ପ୍ରବକ୍ତା ରବିଶ କୁମାର ଏହି କଥା ସ୍ଵୀକାର କରିଛନ୍ତି କି ଭାରତ ର ଏକ ପ୍ଲେନ କ୍ରାଶ ହୋଇଥିଲା ଓ ତାର ଏକ ପାଇଲଟ ଏବେ ବି ମିଶିଙ୍ଗ ଅଛନ୍ତି ।

ସୂଚନା ଅଛି କି ଆଜିଠୁ 20 ବର୍ଷ ପୂର୍ବେ କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ଥାନ ଏକ ଭାରତୀୟ ପାଇଲଟ କୁ ଗିରଫ କରିବାରେ ସଫଳ ହୋଇଥିଲା ଓ ସେହି ଭାରତୀୟ ପାଇଲଟଙ୍କର ନାମ ନଚିକେତା ଥିଲା । ଆଜି ଆମେ ତାଙ୍କ କାହାଣୀ କହିବୁ କି କେଉଁ ପ୍ରକାରରେ ସେ ଶତ୍ରୁ ମାନଙ୍କ କବଳରୁ ମୁକ୍ତ ହୋଇ ଆସିଥିଲେ ।

ଫ୍ଲାଇଟ ଲେଫ୍ଟିନେଣ୍ଟ କମ୍ବମ୍ପତି ନଚିକେତା ସେହି ପାଇଲଟ ମାନଙ୍କ ମଧ୍ୟରେ ଜଣେ ଥିଲେ, ଯିଏ ସତୃଙ୍କ କବଳରେ ଫସିବା ପରେ ମଧ୍ୟ ଶକୁଶଳ ଫେରିଥିଲେ । 28 ମଇ 1999 କୁ ପାକିସ୍ଥାନ ସେନା ଦ୍ଵାରା ତାଙ୍କ ବିମାନ କ୍ଷତିଗ୍ରସ୍ଥ ହୋଇଥିଲା । ପାକିସ୍ଥାନୀ ସେନା ତାଙ୍କୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କବ୍ଜାରେ ରଖିଥିଲା । ପରେ 4ଜୁନ, 1999 ରେ ଅନ୍ତରାଷ୍ଟ୍ରୀୟ ମିଡିଆର ପ୍ରଭାବ କାରଣରୁ ତାଙ୍କୁ ଇନ୍ଟରନାସନାଲ କମିଟି ଅଫ ରେଡ କ୍ରଶ କୁ ପାକିସ୍ତାନ ଦେଇଦେଇଥିଲା ଏହା ପରେ ବାଘା ବର୍ଡର ରାସ୍ତାରେ ସେ ଭାରତକୁ ଫେରିଥିଲେ ।

1999 ରେ କାର୍ଗିଲ ଯୁଦ୍ଧ ସମୟରେ, 26 ବର୍ଷୀୟ କମ୍ବମ୍ପତି ନଚିକେତା ଭାରତୀୟ ବାୟୁସେନା ରେ 9 ନମ୍ବର ଦଳରେ ସେବା ଅଧିକାରୀ ଥିଲେ । ତାଙ୍କର କାମ ଥିଲା ହାରାହାରି 70 ହଜାର ଫୁଟ ଉଚ୍ଚରୁ ଖତରନାକ ମିସାଇଲ ଶତୃଙ୍କ ଉପରକୁ ଛାଡିବା ।

ପୋଷ୍ଟଟିକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।