ଜୀବନରେ ଘଟୁଥିବା ଥିବା କିଛି ଘଟଣା ସଙ୍କେତ ଦେଇଥାଏ, ଆମର ଭଲ ସମୟ ଆସୁଛି ନା ଖରାପ, ଆସନ୍ତୁ ଜାଣିବା

ବ୍ୟକ୍ତିର ଜୀବନରେ କିଛି ନା କିଛି ଘଟଣା ଘଟୁଥାଏ । ଆମେ ଆଜି ଆପଣଙ୍କୁ ଏହି ଲେଖା ମଧ୍ୟମରେ ଏମିତି କିଛି ଘଟଣା ବିଷୟରେ କହିବୁ ଯାହାର ସଙ୍କେତରେ ଆପଣ ଜାଣି ପାରିବେ କି ଆପଣଙ୍କ ସହିତ ଅଶୁଭ ନା ଶୁଭ ହେବାର ଅଛି ।

ଆସନ୍ତୁ ଜାଣିବା ଏହି ବିଷୟରେ –

ହାତରୁ ଖାଦ୍ୟ ପଡିବା :

ଯଦି ଘରର ଗୃହାଲକ୍ଷ୍ମୀଙ୍କ ହାତରୁ ପ୍ରାୟତଃ ଖାଦ୍ୟ ପଡୁଛି,  ତେବେ ଏହା ସଂକେତ ଦିଏ କି ଆସୁଥିବା ଦିନରେ ଆପଣଙ୍କର କିଛି ଖରାପ ହେବାର ଅଛି । ମହିଳାଙ୍କ ହାତରୁ ବାରମ୍ବାର ଖାଦ୍ୟ ପଡିବା ଦାରିଦ୍ରତା ର ସଂକେତ ଅଟେ ।

କ୍ଷୀର ଉତୁରିବା :

ଯଦି ଆପଣ ରୋଷେଇ ଘରେ ଗ୍ୟାସରେ କ୍ଷୀର ବସାଇ ଥିବା ସମୟରେ କୌଣସି କାରଣରୁ ବାରମ୍ବାର କ୍ଷୀର ଉତୁରୁଛି, ତେବେ ଏହି ସଂକେତ ଘର ପାଇଁ ଭଲ ନୁହେଁ ।

ବେଲଣା ପେଡି ଭାଙ୍ଗିବା :

ଯଦି ଆପଣଙ୍କ ଘରେ ଅଚାନକ ବେଲଣା ପେଡି ପଡି ଭାଙ୍ଗି ଯାଉଛି ତେବେ ତାହା ଅଶୁଭ ବୋଲି ମନା ଯାଏ । ଏହା ସଂକେତ ଦିଏ କି ଆସୁଥିବା ସମୟ ଆପଣଙ୍କ ପାଇଁ ଦରିଦ୍ରତା ହୋଇଯାଇ ପାରେ ।

ପକ୍ଷୀର ବସା କିମ୍ବା ମହୁ ଫେଣା :

ଏମିତି କୁହାଯାଏ କି ଯଦି ଘରରେ କୌଣସି ପାରା ବସା ତିଆରି କରିଛି କିମ୍ବା ମହୁମାଛି ନିଜର ଫେଣା ତିଆରି କରିଛନ୍ତି ତେବେ ଏହି ଘଟଣା ଶୁଭ ସଙ୍କେତ ନୁହେଁ ।

ବୁଢିଆଣୀ ଜାଲ :

ଯଦି ଆପଣଙ୍କ ଘରେ ବୁଢିଆଣୀ ର ଜାଲ ଲାଗିଛି ତେବେ ଏହା ଅଶୁଭ ଅଟେ । ଏହା ଏହି କଥାର ସଂକେତ ଦେଇଥାଏ କି ଧନଲାଭ କରିବାର ରାସ୍ତାରେ ବାଧା ଉତ୍ପନ୍ନ କରିଥାଏ ।

ଭଙ୍ଗା ଆଇନା :

ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ଦେଖିବା ତେବେ ଘରେ ଭଙ୍ଗା ଆଇନା ରଖିବା ରଖିବା ଉଚିତ ନୁହେଁ ।

ବାଦୁଡି ଆସିବା :

ଯଦି ଆପଣ ଘରେ ଭୁଲେରେ ବି କୌଣସି ବାଦୁଡି ପ୍ରବେଶ କରିଥାଏ ତେବେ ଏହା ଶୁଭ ବୋଲି କୁହାଯାଏ ନାହିଁ, ଏହା ସଂକେତ ଦେଇ ଥାଏ କି ଆପଣଙ୍କ ସହିତ କିଛି ଖରାପ ହେବାର ଅଛି ।

ଘରେ ନିଆ ଲାଗିବା :

ଯଦି କୌଣସି ଖୁସି ସମୟରେ ଅଚାନକ ଘରେ ନିଆ ଲାଗିଯାଉଛି କିମ୍ବା ଆପଣଙ୍କ ଘର କାନ୍ଥରେ ଭଙ୍ଗା ଦାଗ ଆସିଯାଉଛି, ତେବେ ଏହା ଏହି ସଂକେତ ଦିଏ କି ଆପଣଙ୍କର ଆର୍ଥିକ ସ୍ଥିତି ଖରାପ ହେବାର ଅଛି ।