ଏହି ରାଶିର ଲୋକଙ୍କୁ ସହଜରେ ମିଳେ ନାହିଁ ସୁଖ, ପ୍ରଥମେ ଭୋଗିବାକୁ ପଡିଥାଏ ଅନେକ ଦୁଃଖ

କହିବାକୁ ଗଲେ ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ । କିନ୍ତୁ କେତେ ଥର ଏହି ସବୁ ଜିନିଷ ଆପଣଙ୍କର ରାଶି ଓ ତାହା ସହିତ ଜଡିତ ଗ୍ରହମାନଙ୍କର ପୋଜିଶନ ଉପରେ ବି ନିର୍ଭର କରିଥାଏ । କିଛି ଲୋକମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ଯେଉଁମାନେ ବିନା କୌଣସି ପରିଶ୍ରମ କରି ସୁଖ ପ୍ରାପ୍ତି କରି ନିଅନ୍ତି । କିନ୍ତୁ କିଛି ଲୋକମାନଙ୍କର ଭାଗ୍ୟରେ ସୁଖ ବହୁତ କଷ୍ଟରେ ଆସିଥାଏ । ଏମତିରେ ଆମେ କହି ପାରିବା କି ସେହି ସମସ୍ତ ବ୍ୟକ୍ତିମାନଙ୍କର ରାଶି ଉପରେ ଦୁର୍ଭାଗ୍ୟର ମେଘ କିଛି ଅଧିକ ହିଁ ରହିଥାଏ । ଏହି ସ୍ଥିତିକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କେବଳ ସେହି ରାଶିମାନଙ୍କ ବିଷୟରେ କହିବୁ ଓ ଏହାର ଉପାୟ ବିଷୟରେ ବି କହିବୁ ।

ମେଷ ରାଶି

Image courtesy: Google

ଏହି ରାଶିର ଲୋକମାନଙ୍କର ଭାଗ୍ୟ କିଛି ଏମିତି ହୋଇଥାଏ କି ହାତରେ ଆସିଥିବା ଜିନିଷ ବି ତାଙ୍କ ପାଖରୁ ଚାଲିଯାଏ । ସବୁବେଳେ ଶେଷ ସମୟରେ ଏମାନଙ୍କୁ ଭାଗ୍ୟ ଧୋକା ଦେଇଥାଏ । ଏମାନଙ୍କର ସମସ୍ତ କାର୍ଯ୍ୟ ଅଧା ହିଁ ରହିଯାଏ । ପୁଣି ଯାଇ ବହୁତ ସମୟ ଅପେକ୍ଷା କରିବା ପରେ, ହାତ ମାରିବା ପରେ ହିଁ କାମ ପୂର୍ଣ୍ଣ ହୋଇଥାଏ ଓ ଏମାନଙ୍କୁ ଖୁସି ମିଳିଥାଏ । ଯଦି ଆପଣ ବି ଏହିଭଳି ସମସ୍ୟାରେ ଅଛନ୍ତି ତେବେ ବୁଧବାର ଦିନ ଗଣେଶଙ୍କ ନାମର ବ୍ରତ ରଖି ତାଙ୍କର ପୂଜା ଅର୍ଚ୍ଚନା କରନ୍ତୁ ।

କର୍କଟ ରାଶି

Image courtesy: Google

ଏହି ରାଶିର ଲୋକମାନଙ୍କୁ ବି ସୁଖ ସହଜରେ ମିଳି ପାରେ ନାହିଁ । ଏମାନଙ୍କର ଭାଗ୍ୟ ସବୁବେଳେ ଏମାନଙ୍କ ସହିତ ଖେଳ ଖେଳିଥାଏ । ଏମାନଙ୍କର ସୁଖ ବି ଦୁଃଖରେ ପରିବର୍ତ୍ତିତ ହୋଇଯାଏ । ଏମାନଙ୍କର ଗୋଟିଏ ସମସ୍ୟା ଶେଷ ହୋଇ ନ ଥାଏ କି ଅନ୍ୟ ଏକ ସମସ୍ୟା ଚାଲି ଆସେ । ଯଦି ଆପଣଙ୍କର ଭାଗ୍ୟ ବି ଆପଣଙ୍କ ସହିତ ଏହିଭଳି କରୁଛି ତେବେ ଆପଣ ପ୍ରତ୍ୟେକ ସୋମବାର ଦିନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ ଓ ତାଙ୍କ ନାମର ବ୍ରତ ବି ରଖନ୍ତୁ ।

ତୁଳା ରାଶି

Image courtesy: Google

ଏହି ରାଶିର ଲୋକମାନେ ନିଜ ସୁଖକୁ ହାସଲ କରିବା ପାଇଁ ବହୁତ ଯୁଦ୍ଧ କରିଥାନ୍ତି । ଏମାନଙ୍କର ଖୁସିକୁ କେହି ନା କେହି ଛଡାଇ ନେଇଥାନ୍ତି । ଏହି କାରଣରୁ ଏମାନଙ୍କର ଶତୃର ସଂଖ୍ୟା ଅଧିକ ହୋଇଥାଏ । ଯଦି ଆପଣ ବି ଏହି ସମସ୍ତ ସମସ୍ୟାରେ ଘେରି ଅଛନ୍ତି ତେବେ ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନଙ୍କୁ ତେଲର ଦୀପ ଲଗାନ୍ତୁ ଓ ତାଙ୍କ ନାମର ବ୍ରତ ବି ରଖନ୍ତୁ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।