ଏହି ରାଶିର ଲୋକମାନେ ନିଜ ନିଜ ମଧ୍ୟରେ ବିବାହ କରିବେ ତ ତଲାକ ହେବାର ଚାନ୍ସ ଅଧିକ ରହିଥାଏ

ବାହାଘର କଥା ବହୁତ ମହତ୍ତ୍ୱପୂର୍ଣ୍ଣ କଥା ହୋଇଥାଏ । ସେଥିପାଇଁ ଯେତେବେଳେ ଆମେ ନିଜ ପାଇଁ ପାର୍ଟନର ଖୋଜିଥାଉ ତେବେ ବହୁତ ଦେଖାଶୁଣା ବି କରିଥାଉ । କିନ୍ତୁ ଏହା ସତ୍ତ୍ୱେ ବି କେତେକ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ରୁହେ ନାହିଁ । କୌଣସି ନା କୌଣସି କାରଣରୁ ଡିଭୋର୍ସ ହୋଇ ଯାଇଥାଏ । ଏହା ଦ୍ଵାରା ଲୋକମାନେ ଡିପ୍ରେଶନରେ ଚାଲି ଯାଆନ୍ତି । ଏହି ପଛରେ ଆପଣଙ୍କ ରାଶିମାନଙ୍କର ବି ମୁଖ୍ୟ ଭୂମିକା ଅଧିକ ଥାଏ । ଏହା ଆପଣଙ୍କୁ କହିଥାଏ କି କେଉଁ ରାଶିର ଜାତକ ସହିତ ଆପଣଙ୍କ ଯୋଡି ଖରାପ ଓ ଅସଫଳ ରହିବ ।

ମେଷ ଓ ମୀନ

Image courtesy: Google

ଏହି ଦୁଇ ରାଶିମାନଙ୍କର ଚିନ୍ତା ଧାରା ମଧ୍ୟରେ ଆକାଶ ପାତାଳ ଅନ୍ତର ହୋଇଥାଏ । ଏହି କାରଣରୁ ଏମାନେ ଗୋଟିଏ ଛାତ ତଳେ ଅଧିକ ଦିନ ପର୍ଯ୍ୟନ୍ତ ରହି ପାରିବେ ନାହିଁ । ଏମାନଙ୍କର ଚିନ୍ତାଧାରା ହିଁ ଏମାନଙ୍କର ଶତ୍ରୁ ହୋଇଥାଏ । ଏହି କଥା ଧୀରେ ଧୀରେ ଡିଭୋର୍ସ ପର୍ଯ୍ୟନ୍ତ ବି ପହଞ୍ଚିଯାଏ । ଏମିତିରେ ଆମର ଉପଦେଶ ଏହା ଅଟେ କି ଏହି ଦୁଇ ରାଶିଙ୍କୁ ବିବାହ କରିବା ଉଚିତ ନୁହେଁ ।

କନ୍ୟା ଓ ବୃଷ

Image courtesy: Google

ଏହି ଦୁଇ ରାଶି ନିଜ ମଧ୍ୟରେ ମେଳ ତ ଖାଆନ୍ତି କିନ୍ତୁ ଏମାନଙ୍କର ଏକ ସହିତ ରହିବା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ । ବିବାହ ପରେ ଦୁର୍ଭାଗ୍ୟ ଏମାନଙ୍କର ପିଛା ଛାଡେ ନାହିଁ । ବେଳେ ବେଳେ ଏମାନଙ୍କ ମଧ୍ୟରେ ବହୁତ ଅଧିକ ଝଗଡା ବି ହୋଇଥାଏ । ସେଥିପାଇଁ ଏମାନଙ୍କୁ ବିବାହ ଠାରୁ ବଞ୍ଚିବା ଉଚିତ ।

ସିଂହ ଓ ସିଂହ

Image courtesy: Google

ଗୋଟିଏ ସିଂହ ରାଶିର ବ୍ୟକ୍ତି ଅନ୍ୟ ଏକ ସିଂହ ରାଶିର ବ୍ୟକ୍ତି ସହ କେବେ ବି ବିବାହ କରିବା ଉଚିତ ନୁହେଁ, ଏହି ଦୁଇ ରାଶିର ସ୍ଵାମୀ ସିଂହ ହୋଇଥାନ୍ତି । ଆପଣମାନେ ଜାଣିଛନ୍ତି କି ଗୋଟିଏ ଜଙ୍ଗଲରେ ଦୁଇଟି ସିଂହ ରହି ପାରିବେ ନାହିଁ । ସେହିଭଳି ଏହି ରାଶିର ଲୋକମାନେ ବହୁତ ଗର୍ବୀ ଓ ଜିଦ୍ଦି ହୋଇଥାନ୍ତି ଯେଉଁମାନେ ଅନ୍ୟ ବ୍ୟକ୍ତିଙ୍କ ସାମ୍ନାରେ ମୁଣ୍ଡ ତଳକୁ କରନ୍ତି ନାହିଁ । ଏହି କାରଣ ଅଟେ କି ସିଂହ ରାଶି ବାଲା ଯଦି ନିଜ ମଧ୍ୟରେ ବିବାହ କରି ନିଅନ୍ତି ତେବେ ସେମାନଙ୍କ ମଧ୍ୟରେ ଡିଭୋର୍ସ ହେବା ଚାନ୍ସ ଅଧିକ ହୋଇଯାଏ ।

କୁମ୍ଭ ଓ ତୁଳା

Image courtesy: Google

ଏହି ରାଶିର ଲୋକମାନଙ୍କର ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲେ ନାହିଁ । ଆରମ୍ଭରୁ ଏମାନଙ୍କ ମଧ୍ୟରେ ବହୁତ ପ୍ରେମ ରହିଥାଏ କିନ୍ତୁ ପରେ ଏମାନଙ୍କୁ ପରସ୍ପରଙ୍କର ଚେହେରା ବି ପସନ୍ଦ ଲାଗେ ନାହିଁ । ଏମାନେ ଏକା ସହିତ ରହିଲେ ବହୁତ ଅଶୁଭ ଘଟଣା ବି ହୋଇଥାଏ । ଏହି କାରଣରୁ ଏମାନଙ୍କର ବିବାହ ଡିଭୋର୍ସ ପାଖାପାଖି ଚାଲି ଆସେ ।

କର୍କଟ ଓ ଧନୁ

Image courtesy: Google

ଏହି ରାଶିର ଲୋକମାନେ ବିନା ଝଗଡା କରି ଏକା ସହିତ ରହି ପାରନ୍ତି ନାହିଁ । ଏମାନଙ୍କର ଚିନ୍ତାଧାରା ପରସ୍ପର ଠାରୁ ପୂରାପୂରି ଅଲଗା ହୋଇଥାଏ । ଏମାନଙ୍କ ମଧ୍ୟରେ ଏଡଜସ୍ଟ କରିବାର କ୍ୱାଲିଟି ନ ଥାଏ । ଏହି କାରଣରୁ ଏମାନେ ବିବାହ ପରେ ଯେତେବେଳେ ଏମାନଙ୍କର ମିଳନ ହୋଇଥାଏ ତେବେ ସେମାନଙ୍କ ମଧ୍ୟରେ ଝଗଡା ହୋଇ ଥାଏ ।

ନୋଟ – ଏହି କଥା ଗୁଡିକ ୭୦ % ବ୍ୟକ୍ତିମାନଙ୍କ ଉପରେ ଲାଗୁ ହୋଇଥାଏ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।