ଏହି ୫ ଟି ଗୃହପାଳିତ ପଶୁଙ୍କୁ ପାଳିବା ହୋଇଥାଏ ଶୁଭ, ନମ୍ବର ୩ ତ କରିଦେବ ଆପଣଙ୍କୁ ଧନବାନ

ମଣିଷ ଯେତେବେଳେ ଘରେ ଏକୁଟିଆ ହୋଇଯାଏ କିମ୍ବା ତାକୁ ବୋର ଲାଗେ ସେତେବେଳେ ସେ ଏକ ପଶୁକୁ ପାଳିଥାଏ । କିଛି ଲୋକମାନେ ଅନ୍ୟ କିଛି କାରଣ ଯୋଗୁ ବି ଏମାନଙ୍କୁ ପାଳିଥାନ୍ତି । କିନ୍ତୁ କିଛି ଲୋକମାନେ ଏମିତି ହୋଇଥାନ୍ତି କି ସେମାନଙ୍କୁ ପଶୁ ପାଳିବା ପସନ୍ଦ ନୁହେଁ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ପଶୁମାନଙ୍କ ବିଷୟରେ କହିବୁ ଯାହାକୁ ଘରେ ପାଳିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଯଦି ଆପଣ ଏମାନଙ୍କୁ ଘରେ ପାଳୁଛନ୍ତି ତେବେ ଆପଣଙ୍କୁ ବହୁତ ଲାଭ ହେବ ।

ମାଛ :

ବାସ୍ତୁ ଅନୁସାରେ ଘରେ ମାଛ ପାଳିବା ଶୁଭ ହୋଇଥାଏ । ପାଳିତ ମାଛକୁ ସବୁଦିନ ଭୋଜନ ଦେବା ଦ୍ଵାରା ଘରର ଉନ୍ନତି ହୋଇ ଥାଏ । ଏହା ସହିତ ଘରେ ମାଛ ପାଳିବା ଦ୍ଵାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ବି କମ ହୋଇଥାଏ । ଯଦି ଆପଣ ଘରେ ମାଛ ରଖୁଛନ୍ତି ତେବେ ଏହି କଥାର ଧ୍ୟାନ ରଖନ୍ତୁ କି ଆପଣଙ୍କ ନିଜର ମାଛ ଟ୍ୟାଙ୍କରେ ମାଛର ସଂଖ୍ୟା ୩ ଓ ୭ ହୋଇ ନ ଥିବା ଦରକାର । ଏହା ଅଶୁଭ ହୋଇଥାଏ । ଏହା ଛଡା ଆପଣ ଯେତେ ବି ମାଛ ରଖି ପାରିବେ ।

ଗାଈ :

ଗାଈ ଏକ ଏମିତି ପଶୁ ଅଟେ ଯାହାକୁ ବହୁତ ପ୍ରାଚୀନ ସମୟରୁ ହିଁ ପାଳନ କରାଯାଉଛି । କିନ୍ତୁ ବର୍ତ୍ତମାନ ସମୟରେ କେବଳ କିଛି ଚାଷୀ କିମ୍ବା କ୍ଷୀର ବିକ୍ରି କରୁଥିବା ବ୍ୟକ୍ତି ହିଁ ଗାଈ ପାଳନ କରୁଛନ୍ତି । ଗାଈକୁ ଘରେ ପାଳିବା ଦ୍ଵାରା ଘରେ ସକାରାତ୍ମକ ଉର୍ଜା ରହିଥାଏ ଓ ଘରେ ଖୁସି ଆସିଥାଏ ।

କଇଁଛ :

ଘରେ କଇଁଛ ରଖିବା ବହୁତ ଶୁଭ ହୋଇଥାଏ । ବାସ୍ତୁ ଅନୁସାରେ ଏହାର ମହତ୍ଵ ବହୁତ ଅଧିକ ଅଟେ । ସେଥିପାଇଁ କିଛି ଲୋକ ଘରେ ଶୋ-କେସ ପିସରେ ଧାତୁ ନିର୍ମିତ କଇଁଛ ବି ରଖିଥାନ୍ତି । ଏହା ଛଡା ଆପଣ ଜୀବିତ କଇଁଛ ବି ରଖି ପାରିବେ । ଏହା ଘରେ ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ । ଯଦି ଟଙ୍କା ସମ୍ବନ୍ଧିତ ସମସ୍ୟାରେ ଅଛନ୍ତି ତେବେ ଘରେ ନିଶ୍ଚିତ କଇଁଛ ପାଳନ କରନ୍ତୁ ।

ଧଳା ମୂଷା :

ମୂଷା ଗଣେଶଙ୍କର ବାହନ ହୋଇଥାଏ । ଧଳା ମୂଷା ଘରେ ରଖିବା ଶୁଭ ହୋଇଥାଏ । ଏହା ଆପଣଙ୍କର ଦୁର୍ଭାଗ୍ୟକୁ ଦୂର କରିଦିଏ ।

କୁକୁର :

କୁକୁରକୁ ସମସ୍ତଙ୍କ ଘରେ ଅଧିକ ପାଳନ କରାଯାଏ । କୁକୁର ସବୁଠୁ ଅଧିକ ବିଶ୍ଵାସୀ ହୋଇଥାନ୍ତି ଓ ମଣିଷଙ୍କ ସହିତ ସହଜରେ ଆଡଜସ୍ଟ ବି ହୋଇ ଯାଆନ୍ତି । ଏହା ଛଡା କୁକୁର ରହିବା ଦ୍ଵାରା ଖରାପ ଶକ୍ତି ଆଖପାଖରେ ପଶେ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।