ଅଷ୍ଟମ ଫେଲ ପିଲା ଛିଡା କରି ଦେଇଛି ୨୦୦୦ କୋଟି ଟଙ୍କାର କମ୍ପାନୀ, ଜାଣନ୍ତୁ ତାଙ୍କର ଆଶ୍ଚର୍ଯ୍ୟ କରିଦେଲା ଭଳି କାହାଣୀ

କୁହନ୍ତି କି ଦୁନିଆରେ କିଛି ବି ଅସମ୍ଭବ ନୁହେଁ, କେବଳ କରିବାର ଇଛା ଏବଂ ମନରେ ସାହାସ ଥିବା ଦରକାର । ସମସ୍ତଙ୍କୁ ଭଗବାନ ଗୋଟିଏ ପ୍ରକାରର ମୁଣ୍ଡ ଦେଇଛନ୍ତି, କିଛି ଲୋକମାନେ ଏହାକୁ ସଠିକ ରୂପରେ ବ୍ୟବହାର କରି ସଫଳତା ପାଇଥାନ୍ତି ତ କିଛି ଲୋକମାନେ ଏହାର ବ୍ୟବହାର ନ କରି ଛୋଟ ମୋଟ କାମ କରି ଥାନ୍ତି । ସବୁ ମଣିଷ ସମାନ ନୁହନ୍ତି ।

କିଛି ଲୋକମାନେ ଅଛନ୍ତି ଯାହାଙ୍କୁ ପଢାରେ ମନ ଲାଗେ ନାହିଁ କିନ୍ତୁ ଅନ୍ୟ କିଛି ଜିନିଷ ଉପରେ ତାଙ୍କର ଇଛା ଅଧିକ ଥାଏ । ସେହିଭଳି ଜଣେ ଅଷ୍ଟମ ଫେଲ ବାଳକ ଜଣକ ୨୦୦୦ କୋଟି ଟଙ୍କାର କମ୍ପାନୀ ଛିଡା କରି ଦେଇଛି । ବର୍ତ୍ତମାନ ତାଙ୍କ ପାଖରେ କେତେକ ପଢା – ଲେଖା ଲୋକମାନେ କାମ କରୁଛନ୍ତି ।

ଅଷ୍ଟମ ଫେଲ ବାଳକ ଜଣକ ଛିଡା କରିଛି ୨୦୦୦ କୋଟି ଟଙ୍କାର କମ୍ପାନୀ

ତ୍ରିଶନିତ ଅରୋଡା “ଟୀଏସୀ ସିକ୍ଯୋରିଟୀ” ନାମକ ଏକ କମ୍ପାନୀ ଚଳାନ୍ତି । ଯାହାକି ସାଇବର ସିକ୍ଯୋରିଟୀର କାମ କରିଥାଏ । ବର୍ତ୍ତମାନ ସମୟରେ ସୀବୀଆଈ, ରିଲାୟ୍ଯାନ୍ସ, ଗୁଜୁରାଟ ପୁଲିସ ଏବଂ ପଞ୍ଜାବ ପୁଲିସ ତାଙ୍କର ହିଁ କମ୍ପାନୀର ସେବା ନେଉଛନ୍ତି । ୨୦୧୩ରେ ପୂର୍ବ ଅର୍ଥନୀତି ମନ୍ତ୍ରୀ ୟଶୱଂତ ସିନ୍ହା ବି ତ୍ରିଶନିତଙ୍କୁ ସମ୍ମାନିତ କରିଥିଲେ । ତ୍ରିଶନିତ ହ୍ୟାକିଙ୍ଗ ଉପରେ ବି ବିଭିନ୍ନ ବହି ଲେଖିଛନ୍ତି ।

ତ୍ରିଶନିତଙ୍କର ସ୍ଵପ୍ନ ଅଛି କି ସେ ଦିନେ ବିଲିୟନ ଡଲାରର ସିକ୍ଯୋରିଟୀ କମ୍ପାନୀ ଛିଡା କରିବେ । ଏଥିପାଇଁ ସେ ବହୁତ ପରିଶ୍ରମ ବି କରନ୍ତି । ତାଙ୍କ କମ୍ପାନୀରେ ବହୁତ ଲୋକମାନେ କାମ କରନ୍ତି । ଯେଉଁମାନେ ଏମବୀଏ, ବୀଟେକ, ଏମଟେକ ଏବଂ କେତେକ ପ୍ରୋଫେଶନଲ କୋର୍ସେସ ବି କରିଛନ୍ତି । ତ୍ରିଶନିତଙ୍କ ଅନୁସାରେ ସେ ଦିନେ ତାଙ୍କର କମ୍ପାନୀକୁ ମଲ୍ଟିନ୍ୟାସନାଲ କରି କି ହିଁ ଦମ ନେବେ ।

କଣ ଅଟେ ତ୍ରିଶନିତ ଅରୋଡାଙ୍କର କାହାଣୀ ?

୨ ନଭେମ୍ବର ୧୯୯୩ରେ ପଞ୍ଜାବର ଲୁଧିୟାନାରେ ଜନ୍ମି ଥିବା ତ୍ରିଶନିତ ଅରୋଡା ୨୪ ବର୍ଷ ବୟସରେ ହିଁ TAC ସିକ୍ଯୋରିଟୀ କମ୍ପାନୀର ସିଇଓ ଏବଂ ଫାଉଣ୍ଡର ହୋଇଥିଲେ । ସେ ପିଲାବେଳୁ ହିଁ ମହତ୍ୱକାଂକ୍ଷୀ ଥିଲେ କିନ୍ତୁ ତାଙ୍କର ମନ ପଢାରେ ଲାଗୁ ନଥିଲା । ଯେତେବେଳ ବି ସେ ଫ୍ରୀ ହେଉଥିଲେ ତେବ ସେ କମ୍ପୁଟର ଗେମ ଖେଳନ୍ତି, ଏହି କାରଣରୁ ତାଙ୍କ ବାପା କମ୍ପୁଟରରେ ପାସୱର୍ଡ ପକାଇ ଦେଲେ କିନ୍ତୁ ତ୍ରିଶନିତଙ୍କୁ ପାସୱର୍ଡ ହ୍ୟାକ କରିବାକୁ ଆସୁଥିଲା ।

ଏହା ସବୁ ଜିନିଷରୁ ଚିନ୍ତିତ ହୋଇ ତାଙ୍କର ବାପା ତାଙ୍କୁ ଏକ ନୂଆ କମ୍ପୁଟର ଆଣି ଦେଲେ । ଏହି ସବୁ ମଧ୍ୟରେ ତାଙ୍କର ୮ର ରେଜଲ୍ଟ ବାହାରିଲା ଏବଂ ସେ ଫେଲ ହୋଇଗଲେ । ଏହା ପରେ ସେ ପଢା ଛାଡି ଦେଲେ ଏବଂ ସେ ନିଜର ସମସ୍ତ ସମୟ କମ୍ପୁଟରରେ ଦେଉଥିଲେ ।

୨୦ ବର୍ଷ ବୟସରେ ହିଁ ସେ କମ୍ପୁଟରର ଫିକ୍ସିଂଗ ଏବଂ ସଫ୍ଟୱେୟର କ୍ଲୀନିଂଗର ଛୋଟ ମୋଟ ପ୍ରୋଜେକ୍ଟ ନେବାକୁ ଲାଗିଲେ । ପ୍ରଥମ ମାସରେ ସେ ପାଖାପାଖି ୬୦ ହଜାର ଟଙ୍କା ଆୟ କରିଲେ, ଏହି ଟଙ୍କାଙ୍କୁ ତ୍ରିଶନିତ ନିଜର ବିଜନେସ ଲଗାଇଲେ ଏବଂ ୨୧ ବର୍ଷ ବୟସରେ TAC ସିକ୍ଯୋରିଟୀ ନାମକ ଏକ ସାଇବର ସିକ୍ଯୋରିଟୀ କମ୍ପାନୀ କରିଲେ । ଏହି କମ୍ପାନୀ ନେଟୱର୍କିଂଗକୁ ସୁରକ୍ଷିତ ରଖିବାର କାମ କରିଥାଏ । ଆଶାକରୁଛୁ ତ୍ରିଶନିତଙ୍କ ଜୀବନରେ ପାଇଥିବା ସଫଳତା ଆପଣଙ୍କୁ ନିଶ୍ଚୟ କିଛି ପ୍ରେରଣା ଦେବା । ପୋଷ୍ଟଟି ଭଲ ଲାଗିଥିଲେ ସେଆର କରିବେ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରିବେ, ଧନ୍ୟବାଦ ।