ଏହି ଫଳ କରିଦେବ ଆପଣଙ୍କୁ ଶକ୍ତିଶାଳୀ, ଏହି ସବୁ ବଡ ରୁ ବଡ ରୋଗକୁ ମୂଳରୁ କରିଦେବ ଶେଷ

ସୁସ୍ଥ ରହିବା ପାଇଁ ଆମକୁ ବିଭିନ୍ନ କଥା ଗୁଡିକ ପ୍ରତି ଧ୍ୟାନ ଦେବା ଉଚିତ । ନିରୋଗ ଜୀବନ ଯାପନ କରିବା ପାଇଁ ଆମକୁ ପୌଷ୍ଟିକ ଜିନିଷ ଗୁଡିକର ସେବନ କରିବା ଉଚିତ । କେବେ, କେଉଁ ଜିନିଷ, କେଉଁ ଦିନ ଖାଇବା ଉଚିତ, ଏହାର ବି ବିଶେଷ ଧ୍ୟାନ ରଖିବା ଉଚିତ । କିଛି ଖାଦ୍ୟ ସାମଗ୍ରୀରେ ଏସିଡର ମାତ୍ରା ଅଧିକ ରହିଥାଏ, ଏମିତିରେ ତାକୁ ଖାଲି ପେଟରେ ଖାଇବା ଓ ପିଇବା ଦ୍ଵାରା ଆପଣଙ୍କୁ କ୍ଷତି ପହଞ୍ଚି ପାରେ ।

ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ଜିନିଷ ବିଷୟରେ କହିବାକୁ ଯାଉଛୁ,  ଯାହାକୁ ଖାଲି ପେଟରେ ଖାଇବା ଦ୍ଵାରା କେତେକ ସଂକ୍ରମଣ ଓ ରୋଗର ସମସ୍ୟା ବି ହୋଇପାରେ ।

ଆଜି ଆମେ ଆପଣଙ୍କୁ ସପୁରି ବିଷୟରେ କହିବାକୁ ଯାଉଛୁ । ଏହି ଫଳରେ ବହୁତ ଫଳ ଗୁଡିକର ଗୁଣ ଥାଏ । ଏହା ଟେଷ୍ଟି ହେବା ସହିତ ବହୁତ ହେଲ୍ଦି ବି ହୋଇଥାଏ । ଗରମ ଦିନରେ ଏହାକୁ ଖାଇବା ଓ ଏହାର ଜୁସ ପିଇବା ବହୁତ ଲାଭଦାୟକ ହୋଇଥାଏ ।

୧. ଥଣ୍ଡା – କାଶରୁ ଦୂରତା

ସପୁରିରେ ବିଟାମିନ ସି ଓ ବ୍ରୋମେଲେନ ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ । ଯାହା ଇନ୍ଫେକ୍ସନର ଭାଇରସ ସହ ଲଢିଥାଏ । ଔଷଧ ଖାଇବା ସହିତ ଏହାକୁ ଖାଇବା ଦ୍ଵାରା ଥଣ୍ଡା – କାଶର ସମସ୍ୟା ହୋଇ ନ ଥାଏ ।

୨. ଫ୍ରୀ ରୈଡିକଲ ଡ୍ୟାମେଜକୁ ହେବାକୁ ଦିଏ ନାହିଁ

ସପୁରି ଆଣ୍ଟି-ଅକ୍ସିଡେଣ୍ଟ ର ବହୁତ ଭଲ ସ୍ରୋତ ହୋଇଥାଏ, ଯାହା ଫ୍ରୀ ରୈଡିକଲ୍ସର ସମସ୍ୟାକୁ ଶେଷ କରିଥାଏ । ଏହା ଦ୍ଵାରା  ସେଲ୍ସ ସୁରକ୍ଷିତ ବି ରହିଥାଏ । ଏହି ଆଣ୍ଟି-ଅକ୍ସିଡେଣ୍ଟ ହୃଦୟଜନିତ ରୋଗ, ଆର୍ଥରାଇଟିସ, କ୍ୟାନ୍ସର ଓ ଏଥେରୋସ୍କ୍ଲେରୋସିସ ରୋଗ ଠାରୁ ଦୂରେଇ ରଖିବାରେ ସାହାର୍ଯ୍ୟ କରିଥାଏ ।

୩. ଦାନ୍ତକୁ ସୁସ୍ଥ ରଖିଥାଏ

ଖାଦ୍ୟ ଖାଇବାରେ ଅନିୟମିତତା, ଦାନ୍ତ ଭଲ ଭାବରେ ନ ଘଷିବା ଦ୍ଵାରା ଦାନ୍ତରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ । କିନ୍ତୁ ସପୁରି ସେବନ କରି ଆପଣ ଦାନ୍ତର ସମସ୍ତ ସମସ୍ୟାକୁ ଦୂର କରି ପାରିବେ ।

୪. ଶରୀରରେ କ୍ୟାଲସିୟମର ଅଭବାକୁ ଦୂର କରିଥାଏ

ହାଡ ଗୁଡିକୁ ଶକ୍ତିଶାଳୀ କରିବା ପାଇଁ ଶରୀରରେ କ୍ୟାଲସିୟମ ଓ ମାଙ୍ଗାନିଜ ପର୍ଯ୍ୟାପ୍ତ ମାତ୍ରାରେ ରହିବା ଜରୁରୀ ଅଟେ । ଏଥିପାଇଁ ଆପଣ ସପୁରିର ସେବନ କରି ପାରିବେ । କାରଣ ମାତ୍ର ଗୋଟିଏ କପ ସପୁରି ଜୁସରୁ ୭୩% ମାଙ୍ଗାନିଜ ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।