ଚାଣକ୍ୟ ନୀତି : ଏହି ନିୟମ ଗୁଡିକର ପାଳନ କଲେ ଦୂର ହେଇଯିବ ଜୀବନର ସବୁ ଦୁଃଖ

ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଗୁଡିକ ଆପଣାଇ କୌଣସି ବି ବ୍ୟକ୍ତି କିଛି ବି ହାସଲ କରି ପାରିବ । ଗୁରୁ ଆଚାର୍ଯ୍ୟ ଚାଣକ୍ୟ କିଛି ଏମିତି ନୀତି ବିଷୟରେ କହିଛନ୍ତି ଯାହାକୁ ପାଳନ କରିବା ଦ୍ଵାରା ମନୁଷ୍ୟ ଟଙ୍କା ଠାରୁ ନେଇ ଏକ ସୁଖମୟ ଜୀବନ ଯାପନ କରି ପାରିବ । କହିବାକୁ ଗଲେ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଗୁଡିକ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି । ତେବେ ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା କିଛି ମହତ୍ୱପୂର୍ଣ୍ଣ ନୀତି ଗୁଡିକ ବିଷୟରେ ।

ଚାଣକ୍ୟ ନୀତି –

ଦାନ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜୀବନରେ ଦାନ କରିବା ସବୁଠୁ ବଡ ପୂଣ୍ୟ ହୋଇଥାଏ । ଖାଦ୍ୟ ଓ ପାଣିର ଦାନ କରିବା ସବୁଠୁ ଉତ୍ତମ ହୋଇଥାଏ । ଯେଉଁ ବ୍ୟକ୍ତି ଭୋକିଲା କିମ୍ବା ଶୋଷିଲା ଥିବ ତାକୁ ଭୋଜନ ଓ ପାଣି ଦେଲେ ମନୁଷ୍ୟକୁ ନିଜ ପାପରୁ ମୁକ୍ତି ମିଳିଥାଏ । ସେଥିପାଇଁ ଜୀବନରେ କିଛି ନା କିଛି ଦାନ ନିଶ୍ଚିତ କରନ୍ତୁ ।

କେବଳ ଏହି ଲୋକମାନଙ୍କ ସହ କରନ୍ତୁ ବନ୍ଧୁତା

ଚାଣକ୍ୟ ନୀତି ଅନୁସାରେ ମନୁଷ୍ୟକୁ କେବଳ ସେହି ଲୋକମାନଙ୍କ ସହ ବନ୍ଧୁତା କରିବା ଉଚିତ ଯେଉଁମାନେ ତାଙ୍କ ଠାରୁ ଅଧିକ ଜ୍ଞାନୀ ହୋଇଥିବେ । କାରଣ ଜ୍ଞାନୀ ଲୋକମାନଙ୍କ ଠାରୁ ନୂଆ ନୂଆ ଜିନିଷ ଶିଖିବାକୁ ମିଳିଥାଏ । ଯେତେବେଳେ କି ଅଜ୍ଞାନୀ ଲୋକମାନଙ୍କ ସହ ବନ୍ଧୁତା କରିବା ଦ୍ଵାରା ଆମେ ବି ତାଙ୍କ ଭଳି ଅଜ୍ଞାନୀ ହୋଇଯାଇଥାଉ । ଏହା ଛଡା ଯେଉଁମାନେ ଖରାପ ସମୟରେ ଆପଣଙ୍କର ସାଥ ଦେଇଥାନ୍ତି ସେମାନଙ୍କ ସହ କେବେ ବି ଝଗଡା କରିବା ଉଚିତ ନୁହେଁ ।

ଗୃହଣୀର ଚରିତ୍ର

ଚାଣକ୍ୟଙ୍କ ନୀତି ଅନୁସାରେ ଏକ ପୁରୁଷକୁ କେବେ ବି ନିଜର ପତ୍ନୀର ଚରିତ୍ର ବିଷୟରେ କାହାକୁ କିଛି ବି କହିବା ଉଚିତ ନୁହେଁ । ଯେଉଁ ବିବାହିତ ପୁରୁଷ ନିଜ ପତ୍ନୀର ସୁଖ – ଦୁଃଖ ଓ ପତ୍ନୀର ଚରିତ୍ର ବିଷୟରେ ଲୋକମାନଙ୍କୁ କହିଥାଏ ସେମାନଙ୍କର ଗୃହସ୍ଥ ଜୀବନ ନଷ୍ଟ ହୋଇଯାଏ ।

ମାଗନ୍ତୁ ନାହିଁ ଏହି ସବୁ ଜିନିଷ

ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କ ଠାରୁ କିଛି ଜିନିଷ କିମ୍ବା ଟଙ୍କା ମାଗିଥାନ୍ତି ସେହି ବ୍ୟକ୍ତିମାନଙ୍କୁ କେହି ବି ମହତ୍ଵ ଦେଇ ନ ଥାନ୍ତି । ସେଥିପାଇଁ କୌଣସି ବ୍ୟକ୍ତିକୁ କେବେ ବି ଟଙ୍କା କିମ୍ବା ଅନ୍ୟ ଜିନିଷ ସବୁ ମାଗିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଆପଣଙ୍କର ସମ୍ମାନ କମ ହୋଇଯାଏ ।

ଧ୍ୟାନ ଲଗାଇ ପଢନ୍ତୁ

କେବଳ ସେହି ଲୋକମାନଙ୍କୁ ଇଜ୍ଜତ ଦିଆଯାଏ ଯେଉଁମାନେ ବିଦ୍ଵାନ ହୋଇଥାନ୍ତି । ବିଦ୍ୟାର୍ଥୀ ଜୀବନ ସବୁଠୁ ମହତ୍ୱପୂର୍ଣ୍ଣ ସମୟ ହୋଇଥାଏ ଓ ଏହି ସମୟକୁ ଉପଯୋଗ ଭଲ ଭାବରେ କରିବା ଉଚିତ । ସେଥିପାଇଁ ଜୀବନରେ ଭଲ ଶିକ୍ଷା ହାସଲ କରିବା ଉଚିତ ଓ ମନ ଲଗାଇ ପଢିବା ଉଚିତ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।