ଏହି କାରଣ ପାଇଁ ୧୪ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥିଲେ ଲକ୍ଷ୍ମଣଙ୍କର ସ୍ତ୍ରୀ ‘ଉର୍ମିଳା’

ରାମାୟଣ ଅନୁସାରେ ଯେତେବେଳ ରାମ ଓ ସୀତାଙ୍କୁ ବନବାସ ହୋଇଥିଲା ସେତେବେଳେ ଶ୍ରୀରାମଙ୍କର ଛୋଟ ଭାଇ ଲକ୍ଷ୍ମଣ ବି ତାଙ୍କ ସହିତ ବନବାସ ଯିବା ପାଇଁ ଜିଦି କରିଥିଲେ । ଏହା ପରେ ଶ୍ରୀ ରାମ ଲକ୍ଷ୍ମଣଙ୍କୁ ତାଙ୍କ ସହିତ ବନବାସ ନେଇ ଯିବା ପାଇଁ ରାଜି ହୋଇଥିଲେ । କିନ୍ତୁ ଯେତେବେଳେ ଲକ୍ଷ୍ମଣଙ୍କର ପତ୍ନୀ ଉର୍ମିଳାଙ୍କୁ ଲକ୍ଷ୍ମଣଙ୍କର ବନବାସ ଯିବାର କଥା ଜଣା ପଡିଲା, ତେବେ ସେ ବି ଲକ୍ଷ୍ମଣ ସହିତ ଯିବା ପାଇଁ ଇଚ୍ଛା ଜାହିର କଲେ ।

କିନ୍ତୁ ଲକ୍ଷ୍ମଣ ଉର୍ମିଳାଙ୍କୁ ନିଜ ସହିତ ନେଇ ଯିବା ପାଇଁ ମନା କରିଦେଇଥିଲେ । କିନ୍ତୁ ବିନା ବନବାସ ଯାଇ ଉର୍ମିଳା ରାବଣଙ୍କ ସହ ଯୁଦ୍ଧରେ ନିଜର ଯୋଗଦାନ ଦେଇଥିଲେ ଓ ଶ୍ରୀରାମଙ୍କୁ ଜିତିବାରେ ସାହାର୍ଯ୍ୟ ବି କରିଥିଲେ ।

୧୪ ବର୍ଷ ପର୍ଯ୍ୟନ୍ତ ଶୋଇ ନ ଥିଲେ ଲକ୍ଷ୍ମଣ

ରାମାୟଣ ଅନୁସାରେ ୧୪ ବର୍ଷ ବନବାସ ମଧ୍ୟରେ ଲକ୍ଷ୍ମଣ ଗୋଟିଏ ଦିନ ପାଇଁ ବି ଶୋଇ ନ ଥିଲେ । ଏମିତି କୁହାଯାଏ କି ବନବାସର ପ୍ରଥମ ଦିନରେ ଯେତେବେଳେ ଶ୍ରୀ ରାମ ଓ ମା’ ସୀତା ବିଶ୍ରାମ କରୁଥିଲେ ସେତେବେଳେ ଲକ୍ଷ୍ମଣ ତାଙ୍କର ସୁରକ୍ଷା କରୁଥିଲେ ।

ସେହି ସମୟରେ ଲକ୍ଷ୍ମଣଙ୍କୁ ନିଦ ଆସିଲା କିନ୍ତୁ ଲକ୍ଷ୍ମଣ ନିଦ୍ରା ଦେବୀଙ୍କୁ ପ୍ରାର୍ଥନା କରିଥିଲେ କି ନିଦ୍ରାକୁ ତାଙ୍କ ଠାରୁ ଦୂରରେ ରଖନ୍ତୁ । ସେଥିପାଇଁ ୧୪ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ନିଦ୍ରା ନ ଆସିବାର ଆଶୀର୍ବାଦ ମିଳିଥିଲା ।

କିନ୍ତୁ ନିଦ୍ରା ଦେବୀ କହିଲେ କି ତାଙ୍କର ନିଦ ସେ କାହାକୁ ଦେବେ ? ତେବେ ଲକ୍ଷ୍ମଣ ନିଦ୍ରା ଦେବୀଙ୍କୁ କହିଲେ କି ସେ ତାଙ୍କର ନିଦ୍ରା ତାଙ୍କର ପତ୍ନୀ ଊର୍ମିଳାଙ୍କୁ ଦେଇ ଦିଅନ୍ତୁ । ଏହା ପରେ ନିଦ୍ରା ଦେବୀ ଊର୍ମିଳାଙ୍କ ପାଖକୁ ଗଲେ ଓ ଊର୍ମିଳା ନିଜର ସ୍ଵାମୀଙ୍କର ଆଜ୍ଞା ମାନି ତାଙ୍କର ନିଦ୍ରାକୁ ନେଇ ଯାଇଥିଲେ ଓ ବନବାସର ୧୪ ବର୍ଷ ପର୍ଯ୍ୟନ୍ତ ଊର୍ମିଳା ଶୋଇ ରହିଲେ । ଏହିଭଳି ଭାବରେ ଊର୍ମିଳା ନିଜର ପତ୍ନୀ ଧର୍ମ ପାଳନ କରିଥିଲେ ।

ଉର୍ମିଳାଙ୍କ କାରଣରୁ ହିଁ ମେଘନାଦର ହେଲା ବଧ

ରାବଣଙ୍କର ପୁଅ ମେଘନାଦଙ୍କୁ ବ୍ରହ୍ମାଙ୍କର ବରଦାନ ମିଳିଥିଲା କି ମେଘନାଦର ବଧ ସେହି ବ୍ୟକ୍ତି ହିଁ କରି ପାରିବ ଯେଉଁ ବ୍ୟକ୍ତି ୧୪ ବର୍ଷ ପର୍ଯ୍ୟନ୍ତ ଶୋଇ ନ ଥିବ । ମେଘନାଦଙ୍କୁ ଲାଗୁଥିଲା କି ଏହି ଯୁଗରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏକି ୧୪ ବର୍ଷ ପର୍ଯ୍ୟନ୍ତ ଶୋଇ ନ ଥିବ ।

ମେଘନାଦ ଯେତେବେଳେ ଶ୍ରୀରାମଙ୍କ ସହ ଯୁଦ୍ଧ କରିବାକୁ ଆସିଲେ ତେବେ ସେ ଜାଣି ପାରିଲେ କି ମେଘନାଦଙ୍କର ବଧ କେବଳ ଲକ୍ଷ୍ମଣ ହିଁ କରି ପାରିବେ । କାରଣ ଲକ୍ଷ୍ମଣ ୧୪ ବର୍ଷ ପର୍ଯ୍ୟନ୍ତ ଶୋଇ ନ ଥିଲେ । ତାଙ୍କର ନିଦ୍ରା ତାଙ୍କର ପତ୍ନୀ ଊର୍ମିଳା ନେଇଯାଇଥିଲେ । ଏହିଭଳି ଭାବରେ ଲକ୍ଷ୍ମଣ ମେଘନାଦର ବଧ କରିବାରେ ସଫଳ ହୋଇଥିଲେ ଓ ଊର୍ମିଳାଙ୍କ କାରଣରୁ ହିଁ ମେଘନାଦର ମୁର୍ତ୍ୟୁ ସମ୍ଭବ ହୋଇ ପାରିଲା ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।