ଚୋର ଧରିବା ପାଇଁ ନୁହେଁ ବରଂ ଏହି କାରଣରୁ ଫଲବାଲା ୧୧ ହଜାର ଟଙ୍କା ସଞ୍ଚୟ କରି ଲଗାଇଲା CCTV କ୍ୟାମେରା

ଆଜିକାଲି ସମସ୍ତେ CCTV କ୍ୟାମେରାର ଉପଯୋଗ କରୁଛନ୍ତି । ଦୋକାନଦାର ନିଜର ଜିନିଷ ପତ୍ରର ଏବଂ କିଛି ଲୋକମାନେ ଘର ସୁରକ୍ଷା ପାଇଁ CCTV କ୍ୟାମେରା ଲଗାଉଛନ୍ତି । କିନ୍ତୁ ଏମିତିରେ ଯଦି ଆପଣଙ୍କୁ ଜଣା ପଡିବ କି କୌଣସି ଠେଲାବାଲା CCTV କ୍ୟାମେରାର ବ୍ୟବହାର କରୁଛି ତେବେ ଆପଣ କଣ ଭାବିବେ ? ଏହା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ୧୧ ହଜାର ଟଙ୍କା ଯୋଡି ଫଲବାଲା ଏହି କାରଣରୁ ଲଗାଇଛି CCTV କ୍ୟାମେରା, ଏହା କରିବା ପଛରେ ଏକ ଖାସ କାରଣ ଅଛି । ଯାହାକୁ ଆପଣ ସମସ୍ତଙ୍କୁ ଜାଣିବା ଦରକାର ।

୧୧ ହଜାର ଯୋଡି ଫଲବାଲା ଏହି କାରଣରୁ ଲଗାଇଥିଲା CCTV କ୍ୟାମେରା

CCTV କ୍ୟାମେରାକୁ ସାଧାରଣତ ଲୋକମାନେ ଚୋରକୁ ଧରିବା ପାଇଁ ଲଗାଇ ଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ଠେଲା ଗାଡି ଉପରେ CCTV କ୍ୟାମେରା ଲଗାଇ ଚର୍ଚାର ବିଷୟ ହୋଇ ଯାଇଛି । ଏହି ବ୍ୟକ୍ତି ଜଣକ କ୍ୟାମେରା ଲଗାଇବା ପଛରେ ଫଳ ଚୋରୀରୁ ବଞ୍ଚିବା ପାଇଁ ନୁହେଁ ନିଜର ସଚ୍ଚୋଟତାର ପ୍ରମାଣ ଦେବା ପାଇଁ ଲଗାଇଛି ।

ଏହି ମାମଲା ବିହାର ନବାଦା ସହର ସ୍ଥିତ ହିସୁଆ ବାଜାରର ମଙ୍ଗଳା ମାର୍କେଟର ଅଟେ । ଯେଉଁଠି ଏକ ଫଳ ବିକ୍ରେତା ନିଜର ଠେଲାଗାଡି ଉପରେ କ୍ୟାମେରା ଲଗାଇଛି । ଏହି ବ୍ୟକ୍ତିର ନାମ ଶୁଭମ ଅଟେ । କ୍ୟାମେରା ଲଗାଇବା ଦ୍ଵାରା ତାଙ୍କର ଠେଲା ପୁରା ମାର୍କେଟରେ ଚର୍ଚିତ ହୋଇ ଯାଇଛି । କିନ୍ତୁ ଶୁଭମ ଫଳର ସୁରକ୍ଷା ପାଇଁ ନୁହେଁ, ନିଜର ସଚ୍ଚୋଟତାକୁ ପ୍ରମାଣିତ କରିବା ପାଇଁ ଲଗାଇଛି ।

କିଛି ମିଡିୟା ରିପୋର୍ଟ ଅନୁସାରେ, କିଛି ଦିନ ପୂର୍ବରୁ ଶୁଭମ ଦୋକାନରେ ଜଣେ ଗ୍ରାହକ ଆସିଲେ ଏବଂ କିଛି ଫଳ କିଣି ଯିବା ପରେ ପୁଣି ଥରେ ଆସିଲେ ଏବଂ ନିଜର ମୋବାଇଲ ଛାଡି ଦେଇଛନ୍ତି ବୋଲି କହିଲେ । ବହୁତ ଖୋଜା ଖୋଜି ପରେ ମୋବାଇଲ ମିଳିଲା ନାହିଁ ଏବଂ ଏହା ପରେ ସେହି ଗ୍ରାହକ ଜଣକ ଶୁଭମ ଉପରେ ମୋବାଇଲ ଚୋରିର ଆରୋପ ଲଗାଇ ପୁଲିସକୁ ଡାକିଲେ । ପୁଲିସ ଶୁଭମ ଏବଂ ତାଙ୍କର ଭାଇଙ୍କୁ ଥାନାକୁ ନେଇଗଲେ, କିନ୍ତୁ କିଛି ପ୍ରମାଣ ନଥିବାରୁ ତାଙ୍କୁ ଛାଡି ଦିଆଗଲା ।

ଏହି ଘଟଣା ପରେ ଲଗାଇଲେ କ୍ୟାମେରା

ଶୁଭମଙ୍କ ସହିତ ଏହି ଘଟଣା ହେବା ପରେ ଶୁଭମ ପାଖାପାଖି ୧୧ ହଜାର ଟଙ୍କା ଏକାଠି କରି ନିଜ ଦୋକାନ ସାମନାରେ କ୍ୟାମେରା ଲଗାଇଲେ । ଏବଂ ଏଥିପାଇଁ ଯେଉଁ ଟିଭି ଲାଗେ ତାହାକୁ ନିଜ ଭାଇର କପଡା ଦୋକାନରେ ରଖିଲେ । ଦୁଇ ଭାଇ କହିଲେ କି ଚୋରୀର ଦୋଷ ନିଜ ଉପରେ ପଡିଲା ପରେ ତାଙ୍କ ସମ୍ମାନ ଉପରେ ଆଘାତ ପହଞ୍ଚିଲା । ବର୍ତ୍ତମାନ କେହି ବି କିଛି ଆରୋପ ଲଗାଇବା ପୂର୍ବରୁ ସେମାନେ କ୍ୟାମେରା ସାହାର୍ଯ୍ୟରେ ନିଜର ସଚ୍ଚୋଟତାକୁ ଦେଖାଇ ପାରିବେ । ତାଙ୍କର ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି ।