ଏହି ୫ ଟି କାମ କରୁଥିବା ଲୋକ କେବେ ବି ହୋଇ ପାରିବେ ନାହିଁ ଧନୀ, ସବୁବେଳେ ଲାଗି ରହିଥାଏ ଟଙ୍କାର ଅଭାବ

ସମସ୍ତେ ବଡ ହେବାକୁ ଏବଂ ଟଙ୍କା ଆୟ କରିବା ପାଇଁ ଚାହନ୍ତି । କିନ୍ତୁ କୌଣସି ବି ଜିନିଷକୁ ପାଇବା ପାଇଁ କଷ୍ଟ କରିବା ନିହାତି ଆବଶ୍ୟକ । ମାନ୍ୟତା ଅନୁସାରେ ବ୍ୟକ୍ତିର କର୍ମ ହିସାବରେ ହିଁ ତାକୁ ସଫଳତା ମିଳିଥାଏ । କିନ୍ତୁ ପ୍ରାୟତଃ ପରିଶ୍ରମ କରିବା ସତ୍ବେ ବି ଲୋକ ମାନଙ୍କୁ ସଫଳତା ମିଳେ ନାହିଁ । ବେଳେ ବେଳ ମଣିଷ ଅଜଣତରେ କିଛି ଏମିତି ଭୁଲ କରି ଦିଅନ୍ତି କି ଯେଉଁ କାରଣରୁ ତାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଏ ।

ଆଜି ଆମେ ଆପଣଙ୍କୁ ୫ ଟି ଏମିତି ହିଁ ଭୁଲ କାମ ବିଷୟରେ କହିବାକୁ ଯାଉଛୁ ।

ସନ୍ଧ୍ୟାରେ ଝାଡୁ ଲଗାଇବା

ଶାସ୍ତ୍ର ଅନୁସାରେ, କେବେ ବି ସନ୍ଧ୍ୟାରେ ଝାଡୁ ମାରିବା ଉଚିତ ନୁହେଁ । ସନ୍ଧ୍ୟାରେ ଝାଡୁ ଲଗାଇବା ମାତା ଲକ୍ଷ୍ମୀଙ୍କୁ ଅପମାନ କରିବା ସଙ୍ଗେ ସମାନ ଅଟେ । ଏହା ବି ଏକ କାରଣ ଅଟେ ଆପଣଙ୍କର ଦରିଦ୍ରତା ପାଇଁ ।

ଖରାପ ହାତରେ ତୁଳସୀ ପତ୍ରକୁ ଛୁଇଁବା

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜା କରାଯାଏ ଏବଂ ବିଭିନ୍ନ ପୂଜା କାର୍ଯ୍ୟରେ ଏହାର ପତ୍ରକୁ ମଧ୍ୟ ବ୍ୟବହାର କରାଯାଏ । ସେଥିପାଇଁ କେବେ ବି ଭୁଲରେ ତୁଲସୀ ପତ୍ରକୁ ଖରାପ ହାତରେ ଧରିବେ ନାହିଁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇଯାଆନ୍ତି ।

ଗୁରୁବାର ଦିନ ନଖ କାଟିବା

ଶାସ୍ତ୍ରରେ ଗୁରୁବାର ଦିନ ନଖ କାଟିବା ଅଶୁଭ ବୋଲି କୁହା ଯାଇଛି । ସେଥିପାଇଁ ଭୁଲେରେ ବି ଗୁରୁବାର ଦିନ ହାତ ଏବଂ ଗୋଡର ନଖ କାଟିବେ ନାହିଁ । ଏମିତି କରିବା ଦ୍ଵାରା ଆପଣ ଜୀବନରେ ଦରିଦ୍ରତା ଲାଗି ରହିଥିବ ।

ରାତି ସମୟରେ ସେବିଙ୍ଗ କରିବା

ରାତି ସମୟରେ କେବେ ବି ପୁରୁଷମାନଙ୍କୁ ସେବିଙ୍ଗ କରିବା ଉଚିତ ନୁହେଁ । ଏହା ଛଡା ଗୁରୁବାର ଏବଂ ଶନିବାର ଦିନ ବି ସେବିଙ୍ଗ କରିବା ଉଚିତ ନୁହେଁ । ଏହାକୁ ଅଶୁଭ ବୋଲି କୁହାଯାଇଛି । ଏହିଭଳି ଲୋକମାନଙ୍କ ଘରେ ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ ।

ସ୍ତ୍ରୀର ଅପମାନ

ସ୍ତ୍ରୀର ଅପମାନ କରିବା ବି ମାତା ଲକ୍ଷ୍ମୀଙ୍କୁ ଅପମାନ କରିବା ସହ ସମାନ ଅଟେ । ଯେଉଁ ବ୍ୟକ୍ତି ନିଜ ଘରେ ସ୍ତ୍ରୀ ସହିତ ମରାମରି, ଗାଳି ଦେବା ଏବଂ ତାହାକୁ ଅପମାନ କରେ, ସେହି ଘରେ ମାତା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ । ଘରର ସୁଖ ଶାନ୍ତି ପୁରାପୁରୀ ଶେଷ ହୋଇଯାଏ ।

ତେବେ ଏହା ଥିଲା ୫ ଟି କଥା ଯାହାକୁ କୌଣସି ବ୍ୟକ୍ତି ଭୁଲରେ କରିବା ଉଚିତ ନୁହେଁ । ଆପଣ ମାନଙ୍କୁ ଆମର ଏହି ଆର୍ଟିକୀଳ ନିଶ୍ଚିତ ପସନ୍ଦ ଆସିଥିବ । ଭଲ ଲାଗିଲେ ଲାଇକ ଏବଂ ଶେୟାର କରନ୍ତୁ ।