ଏହି ଗ୍ରାମରେ ହୋଇଥାଏ ଏମିତି ବିବାହ, ବର ଜାଗାରେ ତାର ଭଉଣୀ କନ୍ୟା ସହ ନେଇ ଥାଏ ସାତ ଫେରା, ଦେଖନ୍ତୁ

ବାହାଘର ସମୟରେ ବର ଓ କନ୍ୟା ସାତ ଫେଡ଼ା ନେଇଥାନ୍ତି । କିନ୍ତୁ ଆମେ ଦେଶରେ ଏମିତି ବି କିଛି ଗ୍ରାମ ଅଛି, ଯେଉଁଠି ବର ନିଜ ବାହାଘରରେ ସାମିଲ ହୁଏ ନାହିଁ ଓ ତାହା ସ୍ଥାନରେ ତାହାର ଭଉଣୀ ଫେରା ନେଇଥାଏ । ଗୁଜୁରାଟ ରାଜ୍ୟର ଏମିତି ତିନୋଟି ଗ୍ରାମ ଅଛି, ଯେଉଁଠି ବରର ଭଉଣୀ ସହିତ କନ୍ୟା ବିଦାୟ ହୋଇଥାଏ । ଏହି ଅଦ୍ଭୁତ ବିବାହ ବହୁ ବର୍ଷ ହେବ ଏହି ତିନୋଟି ଗ୍ରାମରେ ଚାଲି ଆସୁଛି ।

ଆଦିବାସୀ ଲୋକମାନଙ୍କର ଅଟେ ଏହି ପରମ୍ପରା

ଏହି ଗ୍ରାମରେ ଆଦିବାସୀ ଲୋକମାନେ ରୁହନ୍ତି । ପରମ୍ପରା ଅନୁସାରେ ବାହାଘର ଦିନ ବରର ଭଉଣୀ ବରଯାତ୍ରୀ ନେଇ ଆସିଥାଏ ଓ କନ୍ୟା ଭଳି ହିଁ ସଜ୍ଜିତ ହୋଇଥାଏ । ମଣ୍ଡପରେ ବର ଦ୍ଵାରା କରାଯାଉଥିବା ସମସ୍ତ ନିୟମ ଭଉଣୀ ହିଁ କରିଥାଏ ଓ କନ୍ୟା ସହିତ ସାତ ଫେରା ବି ନେଇଥାଏ ଓ କନ୍ୟା ମୁଣ୍ଡରେ ସିନ୍ଦୁର ବି ଦେଇଥାଏ । ଏହା ପରେ ବାହାଘର ସମ୍ପନ୍ନ ହେବା ପରେ ଝିଅବାଲା ଘର ନିଜ ଝିଅକୁ ବରର ଭଉଣୀ ସହିତ ବିଦାୟ କରିଥାନ୍ତି ।

ଘରେ ହିଁ ରହିଥାଏ ବର

ପରମ୍ପରା ଅନୁସାରେ ବାହାଘର ସମୟରେ ବର ନିଜ ଘରେ ହିଁ ରହିଥାଏ । ବର ସହିତ ତାର ମା ବି ବାହାଘରେ ଯାଆନ୍ତି ନାହିଁ । ବରର ପିତା ଅନ୍ୟ ସମ୍ପର୍କୀୟମାନେ ସହ ବରଯାତ୍ରୀ ହୋଇ ଯାଇଥାନ୍ତି । ବରର ଅବିବାହିତ ଭଉଣୀକୁ ଧୂମଧାମ ସହ ବିବାହ ପାଇଁ ନେଇ ଯାଇଥାନ୍ତି । ଯଦି ବରର କୌଣସି ଭଉଣୀ ନାହିଁ କିମ୍ବା ଭଉଣୀର ବିବାହ ହୋଇ ଯାଇଛି, ତେବେ ଏମିତିରେ ବରର ପରିବାର ଅନ୍ୟ ଏକ ଅବିବାହିତ ମହିଳାକୁ ବିବାହ ପାଇଁ ନେଇ ଯାଇଥାନ୍ତି ।

ଏହି କାରଣରୁ କରାଯାଇଥାଏ ବିବାହ

ଏହିଭଳି ଅଦ୍ଭୁତ ବାହାଘର ସୁରଖେଡା ଗ୍ରାମ, ସନାଡା ଗ୍ରାମ ଓ ଅମ୍ବଳ ଗ୍ରାମରେ ହୋଇଥାଏ । ସୁରଖେଡା ଗ୍ରାମବାସୀମାନଙ୍କର କହିବା ଅଟେ କି ଯଦି ବର ବାହାଘର ପାଇଁ ଯାଇଥାଏ ତେବେ ବର କିମ୍ବା କନ୍ୟାର ଘର ଲୋକମାନଙ୍କୁ କ୍ଷତି ପହଞ୍ଚିଥାଏ । ସେଥିପାଇଁ ଏହି କାରଣରୁ ପରମ୍ପରାକୁ ପାଳନ କରାଯାଏ ।

କରାଜାଇଛି ପ୍ରଥା ଭାଙ୍ଗିବାକୁ ଚେଷ୍ଟା

ଗ୍ରାମର ମୁଖିୟା ରାମସିଂହଭାଈ ରାଥୱାଙ୍କ ଅନୁସାରେ ବରର ଭଉଣୀ ସହିତ କନ୍ୟାର ବିବାହ କରିବାର ଏହି ପ୍ରଥାକୁ କେତେକେ ଲୋକମାନେ ଭାଙ୍ଗିବାକୁ ବି ଚେଷ୍ଟା କରିଛନ୍ତି । କିନ୍ତୁ ଏହା କରିବା ଦ୍ଵାରା ସେହି ଲୋକମାନଙ୍କ ସହ କିଛି ଖରାପ ହୋଇଛି । ରାମସିଂହଭାଈ ରାଥୱା କୁହନ୍ତି କି ଯେଉଁ ଲୋକମାନେ ଏହି ପ୍ରଥା ଅନୁସାରେ ବିବାହ କରି ନାହାନ୍ତି ତାଙ୍କର ବିବାହ ଭାଙ୍ଗି ଯାଇଛି କିମ୍ବା ତାଙ୍କ ଘରେ କୌଣସି ବଡ ଅସୁବିଧା ଆସିଛି ।