ଏହି ଗାଁ ରେ ସ୍ତ୍ରୀମାନେ ବିନା ବସ୍ତ୍ରରେ ବୁଲନ୍ତି ବାହାରେ, କାରଣ ଜାନିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆଜି ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲାଣି । ଚନ୍ଦ୍ର ପୃଷ୍ଟରେ ଘର କରିବାର ସ୍ଵପ୍ନ ମଧ୍ୟ ଦେଖିଲାଣି । ହେଲେ ଏବେ ବି କିଛି ଅନ୍ଧବିଶ୍ଵାସ ଓ ପୁରୁଣା ପରମ୍ପରାରେ ବୁଡି ରହିଛି ମଣିଷ। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅଜବ ବିଶ୍ଵାସରେ ଛନ୍ଦି ହୋଇ ପଡିଥିବା ମଣିଷ ସେଥିରୁ ମୁକୁଳି ପାରୁନି । ଏକ ବିଂଶ ଶତାବ୍ଧି ରେ ମଧ୍ୟ ସେମିତି କିଛି ଅଦ୍ଭୁତ ଓ କୁତ୍ସିତ ପରମ୍ପରା ବଞ୍ଚି ରହିଛି, ଯାହା ଖୁବ ଆଶ୍ଚର୍ଯ୍ୟ ଜନକ । ଆଜି ଆମେ ଏମିତି ଏକ ପରମ୍ପରା ବିଷୟରେ କହିବୁ ଯେଉଁଠି ଗୋଟିଏ ବର୍ଷରେ ମହିଳାମାନେ ୫ ଦିନ ଉଲଗ୍ନ ରୁହନ୍ତି ଓ କାହିଁକି ଉଲଗ୍ନ ରୁହନ୍ତି ତାହା ମଧ୍ୟ କହିବୁ ।

ହିମାଞ୍ଚଳ ପ୍ରଦେଶର ମଣିକର୍ଣ୍ଣ ଘାଟି ପାଦ ଦେଶରେ ଗାଁ ପିନି ର ମହିଳାମାନେ ଏହି ପରମ୍ପରାକୁ ନିଷ୍ଠାର ସହ ପାଳନ କରିଥାନ୍ତି । ଏଭଳି ପରମ୍ପରା ବର୍ଷକୁ ଥରେ ପାଳନ କରାଯାଇଥାଏ । ଏହି ସମୟରେ ସେମାନେ ପୁରୁଷଙ୍କ ସମ୍ମୁଖକୁ ଆସନ୍ତି ନାହିଁ ।

ଏପରିକି ସ୍ଵାମୀ ସ୍ତ୍ରୀ ଆଗକୁ ମଧ୍ୟ ଆସନ୍ତି ନାହିଁ । ଅଗଷ୍ଟ ୧୭ ରୁ ୨୧ ତାରିଖ ଭିତରେ ପିନି ଗାଁ ର ମହିଳାମାନେ ଏହି ପରମ୍ପରା ପାଳନ କରିଥାନ୍ତି । ପରିବାରର ମଙ୍ଗଳ ପାଇଁ ସଂପୂର୍ଣ୍ଣ ଉଲଗ୍ନ ରହିଥାନ୍ତି ।

ଯେଉଁ ମହିଳା ଏହି ପରମ୍ପରା ଠିକ ଭାବରେ ପାଳନ କରେ ନାହିଁ ତାଙ୍କ ପରିବାର ଉପରେ ବିପଦ ମାଡି ଆସେ ବୋଲି ବିଶ୍ଵାସ ରହିଛି । ଏହା ଏକ କୁତ୍ସିତ ପରମ୍ପରା ହୋଇଥିଲେ ମଧ୍ୟ ମହିଳାମାନେ ଭୟରେ ମାନିଥାନ୍ତି । ଏହି ସମୟରେ ବିଶେଷ ପୂଜାର ଆୟୋଜନ ମଧ୍ୟ କରାଯାଇଥାଏ । କୌଣସି ବ୍ୟକ୍ତି କାହାର ମନ୍ଦ ଚିନ୍ତା କରନ୍ତି ନାହିଁ ଏପରିକି ହସନ୍ତି ନାହିଁ । ମଦ ଓ ଆମିଷ ଠାରୁ ଦୂରେଇ ରୁହନ୍ତି ।

ଏହି ପରମ୍ପରାକୁ ନିଷ୍ଠାର ସହ ପାଳନ କରିବା ପଛରେ ଏକ ପୌରାଣିକ ତତ୍ତ୍ଵ ରହିଛି । ବହୁ ବର୍ଷ ତଳେ ଏକ ରାକ୍ଷାସର ଛାଇ ସେହି ଗାଁ ରେ ପଡିଥିଲା । ସୁନ୍ଦର ଲୁଗା ପିନ୍ଧୁଥିବା ସ୍ତ୍ରୀ ଙ୍କୁ ରାକ୍ଷାସ ଉଠାଇ ନେଉଥିଲା । ଗାଁ ଲୋକଙ୍କ ଗୁହାରି ଶୁଣି ଲାହୁଆ ଘୁଡା ନାମକ ଏକ ଦେବତା ଆସି ରାକ୍ଷାସ କୁ ବଧ କରିଥିଲେ । ସେହି ଦିନ ଠାରୁ ଏହି ଦେବତାଙ୍କୁ ପୂଜା କରା ଯାଉଛି ।

ଏପରିକି ଏହି ପରମ୍ପରାକୁ ଅତି ଉତ୍ସାହର ସହିତ ପାଳନ କରାଯାଏ । ଏହି ସମୟରେ ଗାଁକୁ ମାଦକ ଦ୍ରବ୍ୟ ମନା ହୋଇଥାଏ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।