ଏହି ଗାଁରେ ରହିଲେ ମିଳିବ ୬ ଲକ୍ଷ ଟଙ୍କା, ଜାଣନ୍ତୁ କେଉଁଠି ଓ କେମିତି

ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ ଯାହା ବିଷୟରେ ଶୁଣିବାକୁ ମିଳୁଛି କି ଯଦି ଆପଣ ଏହି ଗାଁରେ ରହିବେ ତେବେ ଆପଣଙ୍କୁ ମାସକୁ ୬ ଲକ୍ଷ ଟଙ୍କା ମିଳିବ । କହିବାକୁ ଗଲେ ଘନ ଜଙ୍ଗଲ, ପାହାଡ, ଝରଣା ସମସ୍ତଙ୍କୁ ପସନ୍ଦ ଆସିଥାଏ ଓ ସମସ୍ତେ ଏହି ସବୁ ସ୍ଥାନକୁ ଛୁଟି ଦିନ ଗୁଡିକରେ ବୁଲିବାକୁ ବି ଯାଆନ୍ତି । ଏହି ସବୁ ସ୍ଥାନରେ ଛୁଟି ଦିନ ଗୁଡିକରେ ବି ପର୍ଯ୍ୟଟକମାନଙ୍କର ବିଶାଳ ଭିଡ ବି ଲାଗିଥାଏ ।

ଏହିଭଳି ଏକ ସ୍ଥାନ ଅର୍ଥାତ ପାହାଡ ଜଙ୍ଗଲ ଘେରା ହୋଇଥବା ଏକ ଗ୍ରାମରେ ଯଦି ଆପଣଙ୍କୁ ରହିବା ପାଇଁ ସୁଯୋଗ ମିଳିବ ଓ ପୁଣି ଏହା ସହିତ ଆପଣଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ଚଲିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ବି ଦିଆଯିବ ।

ତେବେ ଏହିଭଳି ସୁଯୋଗକୁ କେହି ବି ହାତ ଛଡା କରିବେ ନାହିଁ । ଏମିତିରେ ସମସ୍ତେ ରାଜି ହୋଇଯିବେ ଏହି ସ୍ଥାନରେ ରହିବା ପାଇଁ । ଏହି ସବୁ ସୁବିଧା ଓ ସୁଯୋଗ ଇଟାଲାଇରେ ଏକ ଗାଁରେ ଦିଆ ଯାଉଛି । ଏହି ଗାଁରେ ରହିବା ପାଇଁ ସ୍ଥାନୀୟ ପ୍ରଶାସନ ଆପଣଙ୍କୁ ୪୦ ହଜାର ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ପାଖପାଖି ୩୮ ଲକ୍ଷ ୬୦ ହଜାର ଟଙ୍କା ଦେବେ ।

ଏହିଭଳି ସୁବିଧା ଇଟାଲୀର Santo Stefano di Sessanio ନାମକ ଏକ ଗ୍ରାମରେ ରହିବାକୁ ଚାହୁଁଥିବା ଲୋକମାନଙ୍କୁ ମିଳୁଛି । ଏହି ଗାଁରେ ପାହାଡ ବହୁତ ଅଛି । ଏହି ଅଞ୍ଚଳରେ ସୁନ୍ଦରତା ଆପଣଙ୍କୁ ନିଜର ଘର ଗାଁ ଇତ୍ୟାଦିକୁ ଭୁଲାଇ ଦେବ । କହିବାକୁ ଗଲେ ଏହି ଗ୍ରାମର ଲୋକ ସଂଖ୍ୟା ବହୁତ କମ ଅଛି । ସେଥିପାଇଁ ଏଠିକାର ପ୍ରଶାସନକୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏହି ସମସ୍ୟାର ସମାଧାନ ପାଇଁ ଏହିଭଳି ଉପହାର ରାଶିର ଘୋଷଣା କରିଛନ୍ତି ବୋଲି ଜଣା ପଡିଛି ।

ଏହି ଗାଁର ଜନସଂଖ୍ୟା ୧୧୫ ଅଟେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ବୟସ ୨୦ ବର୍ଷରୁ କମ ଅଟେ ଓ ୪୧ ଜଣଙ୍କର ବୟସ ୬୫ ବର୍ଷରୁ ଅଧିକ ଅଟେ । ସ୍ଥାନୀୟ ପ୍ରଶାସନର ଏହି ଘୋଷଣା ଉପରେ କହିବା ଅଟେ କି ଏହି ଅଞ୍ଚଳର ନିରନ୍ତର ବିକାଶ ପାଇଁ ଏହିଭଳି ଧନରାଶିର ଘୋଷଣା କରାଯାଇଛି । ପ୍ରଶାସନ ଅନୁସାରେ ଏହି ଗାଁରେ ଯେ କୌଣସି ବ୍ୟକ୍ତି ସ୍ଥାୟୀ ବାସିନ୍ଦା ହୋଇ ରହିବାକୁ ଇଚ୍ଛା କରିବେ ପ୍ରଶାସନ ତାଙ୍କୁ ମାସକୁ ୬ ଲକ୍ଷ ୯୪ ହଜାର ଟଙ୍କା ଧନରାଶି ଦେବେ ।

ଯାହାକି ଆପଣଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ । ଏହା ସହିତ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କର ବୟସ ୧୮ ରୁ ୪୦ବର୍ଷ ମଧ୍ୟରେ ହୋଇଥିବା ଦରକାର । ଏମିତିରେ କୁହାଯାଉଛି କି ଏହି ବିଜ୍ଞାପନକୁ ଦେଖି ଏହି ସ୍ଥାନରେ ରହିବା ପାଇଁ ପାଖପାଖି ୧୫୦୦ ଲୋକମାନେ ଆବେଦନ କରିସାରିଛନ୍ତି । କିନ୍ତୁ ପ୍ରଶାସନ କହିଛନ୍ତି କି ବର୍ତ୍ତମାନ ଏହି ସ୍ଥାନରେ ମାତ୍ର ୫ ଜଣ ପରିବାରକୁ ରହିବା ପାଇଁ ଅନୁମତି ଦିଆଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।