ଫେସବୁକର ଏହି ପୋଷ୍ଟ ହଲେଇଦେଇଥିଲା ପୁରା ଦୁନିଆକୁ, ଜାଣନ୍ତୁ କଣ ଥିଲା ଏଥିରେ ଏମିତି

ଆଜିକାଲି ସାରା ଦୁନିଆରେ ଫେସବୁକର ବହୁତ କ୍ରେଜ ଛାଇଅଛି । ଯେଉଁଠି ଆପଣଙ୍କୁ ସବୁଦିନ କିଛି ନା କିଛି ଫଟୋ, ଭିଡିଓ ଓ କିଛି ଖବର ଶୁଣିବାକୁ ମିଳିଯାଏ । ଏମିତି ହିଁ କିଛି ହୋଇଛି ଏକ ଜଣା ଶୁଣା ଫୋଟୋଗ୍ରାଫରଙ୍କ ସହିତ ଯିଏକି କିଛି ଫଟୋ ଓ ଭିଡିଓକୁ ଫେସବୁକରୁ ହଟାଇବା ପରେ ନିଜର ଆକାଉଣ୍ଟ କୁ ଡିଲିଟ କରିଦେଲେ । ଯାହା ପର ଠାରୁ ପୁରା ଦୁନିଆରେ ହଙ୍ଗାମା ଆରମ୍ଭ ହୋଇଗଲା । କହିବାକୁ ଗଲେ ଏହି ଫଟୋରେ ସେହି ଫୋଟୋଗ୍ରାଫର ଜଣକ ଏକ ବର୍ଥ ମୋମେଂଟକୁ କ୍ଲିକ କରିଥିଲା ।

ଆପଣଙ୍କୁ କହିଦେଉଛୁ କି ଏହି ଫଟୋଟି ଏକ ଶିଶୁର ଅଟେ, ଯିଏକି କିଛି ସମୟ ପୂର୍ବେ ହିଁ ଏହି ଦୁନିଆକୁ ଆସିଥିଲା । ଆପଣଙ୍କୁ ଏହା ବି କହିଦେଉଛୁ କି ଏହି ଫୋଟୋଗ୍ରାଫରଙ୍କର ନାମ ମୋନେଟ ନିକୋଲ ଅଟେ ।

କହିବାକୁ ଗଲେ ମହିଳା ଜଣଙ୍କର ପ୍ରସବ ପର ସମୟର ଏକ ଇମୋଶନଲ ଭିଡିଓକୁ ଏହି ଫୋଟୋଗ୍ରାଫର ଜଣକ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ । ଯାହାକୁ ୨୦୧୭ରେ ପବ୍ଲିଶ କରାଯାଇଥିଲା । ଏହି ଭିଡିଓକୁ ପାଖାପାଖି ୧୦ କୋଟିରୁ ବି ଅଧିକ ଲୋକମାନେ ଦେଖି ସାରିଥିଲେ । କିନ୍ତୁ ଏହା ଫେସବୁକ ପଲିସି ଅନ୍ତର୍ଗତ ନୁହେଁ ।

ସେହି କାରଣରୁ ଫେସବୁକ ବିନା କୌଣସି ନୋଟିସ ଦେଇ ମୋନେଟ ନିକୋଲଙ୍କ ଆକାଉଣ୍ଟରୁ ତାଙ୍କର ଏହି ଭିଡିଓ ଓ ଫଟୋ ଗୁଡିକୁ ହଟାଇ ଦେଲା । ଏହି ଫଟୋକୁ ନେଇ ମୋନେଟ ନିକୋଲଙ୍କ କହିବା ଅଟେ କି ତାଙ୍କର ଉଦେଶ୍ୟ ଏହି ସୁନ୍ଦର ସମୟକୁ ସମସ୍ତଙ୍କ ସାମ୍ନାକୁ ଆଣିବାର ଥିଲା, ଯାହା ଦ୍ଵାରା ମହିଳାମାନଙ୍କୁ ଡେଲିବରି ସମୟରେ ଡରିବାକୁ ପଡିବ ନାହିଁ ।

କିନ୍ତୁ ଏହି ପୋଷ୍ଟକୁ ଫେସବୁକ ରଖିବାକୁ ଦେଲା ନାହିଁ ଓ ପଲିସି ବିରୁଦ୍ଧ ଅଟେ ବୋଲି କହି ଏହାକୁ ବ୍ଲକ କରିଦେଲା । କିନ୍ତୁ ଫୋଟୋଗ୍ରାଫର ଜଣଙ୍କର କହିବା ଅଟେ କି ସେ କୌଣସି ଫେସବୁକ ନିୟମକୁ ଉଲ୍ଲଂଘନ କରି ନାହାନ୍ତି ।

ନିଜ ଆକାଉଣ୍ଟ ବ୍ଲକ ହେବା ପରେ ଫେସବୁକର ଏହି କାମ ପାଇଁ ନିକୋଲ ବିରୋଧ ବି କରିଲେ । ସେ କହିଲେ କି ଏକ ମା’ ନିଜ ଶିଶୁକୁ ଜନ୍ମ ଦେବା ଠାରୁ ସୁନ୍ଦର ସମୟ ଅନ୍ୟ କିଛି ବି ନାହିଁ । ଅନ୍ୟ ପଟେ ନିକୋଲଙ୍କର ସାଥ ଦେଇ କିଛି ଲୋକମାନେ ବି ଫେସବୁକକୁ ବିରୋଧ କରିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।