ଜୀବନରେ ଧନୀ ହେବାକୁ ଚାହୁଁଥିଲେ କେବେ ବି ଏହି ଦୁଇ ପ୍ରକାରର ମହିଳାମାନଙ୍କୁ ଦେଖନ୍ତୁ ନାହିଁ ଖରାପ ନଜରରେ

ଭାରତୀୟ ସମାଜରେ ସବୁବେଳେ ମହିଳାମାନଙ୍କୁ ଆଦର ଓ ସମ୍ମାନ ନଜରରେ ଦେଖିବାର କଥା କୁହାଯାଏ । ଆମର ଶାସ୍ତ୍ର ଗୁଡିକରେ ବି ମହିଳାଙ୍କୁ ଦେବୀର ସ୍ଥାନ ଦିଆ ଯାଇଛି । କିନ୍ତୁ କିଛି ଲୋକମାନେ ଏମିତି ବି ଅଛନ୍ତି ଯେଉଁମାନେ ମହିଳାଙ୍କର ଇଜ୍ଜତ କରନ୍ତି ନାହିଁ ଓ ସବୁବେଳେ ତାଙ୍କୁ ଖରାପ ନଜରରେ ଦେଖିଥାନ୍ତି । ଧର୍ମ ଶାସ୍ତ୍ରରେ ଏହିଭଳି ଦୁଇ ଜଣ ମହିଳାଙ୍କ ବିଷୟରେ କୁହା ଯାଇଛି ଯେଉଁମାନଙ୍କ ଉପରେ ଖରାପ ନଜର ରଖିଲେ ବ୍ୟକ୍ତିକୁ ସଫଳତା ମିଳେ ନାହିଁ ।

କୁହାଯାଏ କି ଏହି ଦୁଇ ପ୍ରକାରର ମହିଳାମାନଙ୍କୁ ଏକ ବରଦାନ ବି ମିଳଛି । ଯାହା କାରଣରୁ ଯେଉଁ ବ୍ୟକ୍ତି ତାଙ୍କ ଉପରେ ଖରାପ ନଜର ରଖିଥାଏ, ତାହାର ଜୀବନରେ କଷ୍ଟ ହିଁ କଷ୍ଟ ଲେଖା ହୋଇଥାଏ ଓ ସେ କେବେ ବି ଧନୀ ହୋଇପାରେ ନାହିଁ ।

ଏକ ପ୍ରାଚୀନ କାହାଣୀ ଅନୁସାରେ ରାକ୍ଷସ କମ୍ଭ ଓ ତାହାର ସେନା ଭଗବାନ ଶିବଙ୍କର କଡା ତପସ୍ୟା କରିଲେ । ଏହା ପରେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ ବରଦାନ ମାଗିବା ପାଇଁ କହିଲେ । ସେମାନେ ବଳବାନ ଓ ଯଶଶ୍ୱୀ ହେବାର ବରଦାନ ମାଗିଲେ । ଭଗବାନ ଶିବ ବି ତାଙ୍କୁ ଆଶୀର୍ବାଦ ଦେଇଦେଲେ ।

ଶକ୍ତିର ଗର୍ବରେ ରାକ୍ଷସମାନେ ସ୍ଵର୍ଗ ଉପରେ ଆକ୍ରମଣ କରି ସମସ୍ତ ଦେବତାଙ୍କୁ ପରାଜୟ କଲେ । ଏହା ପରେ ନାରଦମୁନୀଙ୍କ କହିବା ଦ୍ଵାରା ଇନ୍ଦ୍ର ଦେବତା ଦତ୍ତାତ୍ରେୟଙ୍କ ପାଖକୁ ଯାଇ ନିଜର ବ୍ୟଥା ବିଷୟରେ କହିଲେ । ଦତ୍ତାତ୍ରେୟ କହିଲେ କି କେଉଁ ଭଳି ଭାବରେ ବି ତୁମେ ତାକୁ ମୋ ପାଖକୁ ପଠାଇ ଦିଅ, ତୁମର ସମସ୍ତ ସମସ୍ୟା ଦୂର ହୋଇଯିବ । ଇନ୍ଦ୍ର ଏହିଭଳି ହିଁ କରିଲେ ।

ଯେଉଁ ସମୟରେ କମ୍ଭ ଦତ୍ତାତ୍ରେୟ ପାଖକୁ ଗଲା ସେହ ସମୟରେ ମାତା ଲକ୍ଷ୍ମୀ ବି ତାଙ୍କ ପାଖରେ ବସିଥିଲେ । ତାଙ୍କୁ ଦେଖି କମ୍ଭ ରାକ୍ଷସ ଆକର୍ଷିତ ହୋଇଗଲା ଓ ସେ ତାଙ୍କୁ ଅପହରଣ କରି ନିଜ ସହିତ ନେଇ ଆସିଲା ।

ଏହା ଦେଖି ଇନ୍ଦ୍ର ଚିନ୍ତିତ ହୋଇଗଲେ । ଦତ୍ତାତ୍ରେୟ ଇନ୍ଦ୍ରଙ୍କୁ କହିଲେ କି ଏହା ସବୁ ତୁମ ଯୋଗୁ ହୋଇଛି । ସେଥିପାଇଁ ତୁମେ ହିଁ ମାତା ଲକ୍ଷ୍ମୀଙ୍କୁ ଆଣିବ । ଇନ୍ଦ୍ରଙ୍କୁ ଜଣା ଥିଲା କି ଭଗବାନ ଶିବଙ୍କର ଆଶୀର୍ବାଦରେ କମ୍ଭ ରାକ୍ଷସ ବହୁତ ଶକ୍ତିଶାଳୀ ହୋଇଯାଇଛି । କିନ୍ତୁ ସେତେବେଳେ ଭଗବାନ ଇନ୍ଦ୍ରଙ୍କୁ କହିଲେ କି କମ୍ଭ ରାକ୍ଷସ ଅନ୍ୟ ଜଣଙ୍କର ପତ୍ନୀଙ୍କୁ ତାଙ୍କର ଇଚ୍ଛା ବିରୁଦ୍ଧରେ ଅପହରଣ କରି ନେଇଛି ।

ଏହି କାରଣରୁ ତାହାର ସମସ୍ତ ପୂଣ୍ୟ ପାପରେ ବଦଳି ଯାଇଛି । ସେ ବର୍ତ୍ତମାନ ନିର୍ବଳ ହୋଇ ଯାଇଥିବ । ତେବେ ତୁମେ ଦେବତାଙ୍କ ସହ ସ୍ଵର୍ଗ ଉପରେ ଆକ୍ରମଣ କରିଦେବା ଉଚିତ ଓ ଇନ୍ଦ୍ର ଏହା ହିଁ କରିଲେ । ଅନ୍ୟ ଜଣଙ୍କର ସ୍ତ୍ରୀ ଉପରେ ଖରାପ ନଜର ରଖୁଥିବା ବ୍ୟକ୍ତି ପାପର ଭାଗୀଦାରୀ ହୋଇଥାଏ । ତାହାର ସାଥ ଦେଉଥିବା ବ୍ୟକ୍ତିକୁ ବି କଷ୍ଟ ସହିବାକୁ ପଡିଥାଏ । ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି କି ଏହି ଦୁଇ ପ୍ରକାରର ମହିଳାଙ୍କ ଉପରେ ଖରାପ ନଜର ରଖନ୍ତୁ ନାହିଁ ।

କୌଣସି ବି ବ୍ୟକ୍ତିକୁ ଅନ୍ୟର ପତ୍ନୀ ଉପରେ କେବେ ବି ଖରାପ ନଜର ରଖିବା ଉଚିତ ନୁହେଁ । ଯଦି ସେ ଏହିଭଳି କରୁଥାଏ ତେବେ ସଂସାରରେ ସେ ସବୁଠୁ ପାପୀ ହୋଇଥାଏ । ଏହିଭଳି ବ୍ୟକ୍ତି ଜୀବନରେ କେବେ ବି ସଫଳ ଓ ଧନବାନ ହୋଇ ନ ଥାଏ ।

ଯେଉଁ ବ୍ୟକ୍ତି ବିଧବା ସ୍ତ୍ରୀଙ୍କ ଉପରେ ଖରାପ ନଜର ରଖିଥାଏ, ତାଙ୍କୁ ଏହି ସମାଜରେ ରହିବା ପାଇଁ ଅଧିକାର ନ ଥାଏ । ସବୁବେଳେ ଅସଫଳତା ହିଁ ତାଙ୍କ ହାତରେ ଲାଗିଥାଏ । ଜୀବନରେ ବନ୍ଧୁ ଓ ଧନର ଅସୁବିଧା ଲାଗି ରହିଥାଏ । ସେଥିପାଇଁ ଭୁଲରେ ବି କୌଣସି ବିଧାବ ସ୍ତ୍ରୀ ଉପରେ ଖରାପ ନଜର ପକାଇବା ଉଚିତ ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।