ପୁଲବାମା ଆଟାକ ରେ ସହିଦଙ୍କର ଝିଅମାନଙ୍କୁ ପୋଷ୍ୟପୁତ୍ରୀ ରୂପେ ଗ୍ରହଣ କରିବେ ବିହାରର ଏହି DM, ଜୀବନସାରା ଉଠାଇବେ ତାଙ୍କର ଖର୍ଚ୍ଚ ଓ କହିଲେ କି …

14 ଫେବୃଆରି ଦିନ ପୁଲବାମାରେ ହୋଇଥିବା ଆତଙ୍କି ଆକ୍ରମଣରେ 40 CRPF ଯବାନ ସହିଦ ହୋଇଗଲେ । ଏହି ଆକ୍ରମଣ ପାକିସ୍ଥାନୀ ଆତଙ୍କି ସଂଗଠନ ଜୈଶ-ଏ-ମହମ୍ମଦ ଦ୍ଵାରା ହୋଇଥିଲା । ଏହା ଜାଣିବା ପରେ ପୁରା ଦେଶ କ୍ରୋଦ୍ଧର ନିଆଁରେ ଜଳୁଛି, ଓ ସମସ୍ତେ ପାକିସ୍ଥାନ ଠାରୁ ପ୍ରତିଶୋଧ ନେବାକୁ ଚାହୁଞ୍ଚନ୍ତି । ଏହି ଆକ୍ରମଣରେ 40 ଜଣ ସହିଦ ହୋଇଛନ୍ତି ଓ ଅଧିକାଂଶ ଲୋକଙ୍କର ପିଲାମାନେ ଛୋଟ ଅଟନ୍ତି ଓ ସେମାନେ ପରିବାରର ସାହାରା ଥିଲେ । ସେମାନଙ୍କ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଦେଶ ସାରା ଲୋକ ଆଗକୁ ଆସୁଛନ୍ତି ଓ ସେମାନଙ୍କ ମଧ୍ୟରୁ କିଛି ପଲିଟସିଆନ୍ସ, ଖେଳାଳି ଓ ବଲିଉଡ କାଳାକାର ଅଟନ୍ତି ଯିଏ ସେମାନଙ୍କୁ ସାହାର୍ଯ୍ୟ କରି ତାଙ୍କ ପରିବାରକୁ ସାନ୍ତ୍ଵନା ଦେଉଛନ୍ତି । ପୁଲବାମା ଆଟାକରେ ସହିଦମାନଙ୍କର ଝିଅମାନଙ୍କୁ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରିବେ ଏହି DM, ତାଙ୍କର ଏହି କାମ ପାଇଁ ଲୋକ ବହୁତ ପ୍ରଶଂସା କରୁଛନ୍ତି ।

ପୁଲବାମା ଆଟାକରେ ସହିଦମାନଙ୍କର ଝିଅମାନଙ୍କୁ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରିବେ ବିହାରର ଏହି DM

CRPF ଉପରେ ଆକ୍ରମଣ ପରେ ବହୁତ ଲୋକ ସହିଦ ମାନଙ୍କ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି । ଦେଶ ତାଙ୍କ ପରିବାରଙ୍କ ସହିତ ଅଛି ଓ ତାଙ୍କୁ ସବୁ ପ୍ରକାରର ସାହାର୍ଯ୍ୟ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ଏହା ମଧ୍ୟରେ ବିହାରର ଶେଖପୁରା ଜିଲ୍ଲାର ମାଜିଷ୍ଟ୍ରେଟ ଇନାୟତ ଖାନ କିଛି ଏମିତି କରିଛନ୍ତି ଯାହା ଦ୍ଵାରା ତାଙ୍କ ଇଜ୍ଜତ ଲୋକଙ୍କ ଦୃଷ୍ଟିରେ ଆହୁରି ବଢି ଯାଇଛି । ରିପୋର୍ଟ ଅନୁସାରେ ବିହାରର ଶେଖପୁରା ର DM ଇନାୟତ ଖାନ କହିଲେ କି ସେ ପୁଲବାମା ଆଟାକରେ ସହିଦ ହୋଇଥିବା ଦୁଇଟି CRPF ଯବାନଙ୍କ ଝିଅଙ୍କୁ ପୋଷ୍ୟପୁତ୍ରୀ ରୂପରେ ଗ୍ରହଣ କରିବାକୁ ଚାହୁଞ୍ଚନ୍ତି ।

ସେ ଜୀବନସାରା ସହିଦ ରତନ କୁମାର ଠାକୁରଙ୍କ ଝିଅ ଓ ସହିଦ ସଞ୍ଜୟ କୁମାର ସିହ୍ନାଙ୍କ ଝିଅଙ୍କ ପଢାର ଜୀବନ ସାରା ସବୁ ଖର୍ଚ୍ଚ ଉଠାଇବେ । ସହିଦ ଙ୍କ ପରିବାରକୁ ସେ ତାଙ୍କର ଦୁଇ ଦିନର ସାଲାରି ବି ଡୋନେଟ କରି ଦେଇଛନ୍ତି । ଏହା ବ୍ୟତୀତ ସେ ତାଙ୍କ ଅଫିସ ର ଷ୍ଟାପ ଙ୍କୁ ବି ଏମିତି କରିବାକୁ କହିଛନ୍ତି । ଏମିତି କରିବା ଦ୍ଵାରା ଇନାୟତ ଖାନଙ୍କ ପ୍ରଶଂସା ସବୁଆଡେ ହେଉଛି ।

ଏହା ବିଷୟରେ DM ଇନାୟତ ଖାନ କହିଲେ କି “ମୁଁ ସରକାରୀ ଚାକିରିଆଙ୍କୁ ଅନୁରୋଧ କରୁଛି କି ସେମାନେ ଗୋଟିଏ ଦିନର ସାଲାରୀ ଦୁଇ ପରିବାରକୁ ଦିଅନ୍ତୁ । ରିପୋର୍ଟ ଅନୁସାରେ ଇନାୟତ ଶେଖପୁରା ରେ ଏକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି ଓ ଏଥିରେ ଲୋକ CRPF ସହିଦ ଙ୍କ ପରିବାରକୁ ପଇସା ଡୋନେଟ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଶେୟାର କରନ୍ତୁ ଓ ଆଗକୁ ଏମିତି ଅନେକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।