କିଛି ମିନିଟ ମଧ୍ୟରେ ହିଁ ମିଳିବ ଥଣ୍ଡା, କାଶ ଓ ଜର ରୁ ମୁକ୍ତି, ଘରେ ବସି କରନ୍ତୁ ଏହି ଦେଶୀ ଚିକିତ୍ସା

କହିଦେଉଛୁ କି ଥଣ୍ଡା, କାଶ, ଭାଇରାଲ ଜର, ଇନ୍ଫେକ୍ସନ କାରଣରୁ ପ୍ରାୟତଃ ଆମ ଗଳାରେ କଫ ବସିଯାଏ ଓ ଲଗାତର ନାକ ରୁ ପାଣି ବି ବାହାରିବାକୁ ଲାଗେ, ଛାତି ଓ ଗଳାରେ ସବୁବେଳେ କିଛି ଜିନିଷ ଜମିଥିବା ଭଳି ଲାଗେ, ନିଶ୍ଵାସ ନେବାରେ ବି ଅସୁବିଧା ହୁଏ, ଗଳା ଖିଚଖିଚ ହୁଏ, ଏହା ସବୁ କଫର ଲକ୍ଷଣ ହୋଇଥାଏ । ଅନ୍ୟ ପଟେ କାଶ କଫରୁ ମୁକ୍ତି ପାଇବା ପାଇଁ କିଛି ଲୋକମାନେ ଔଷଧ ଓ ସିରପ ର ସାହାର ନେଇଥାନ୍ତି ।

Image courtesy: Google

କିନ୍ତୁ ଦେଶୀ ଓ ଆୟୁର୍ବେଦିକ ଚିକିତ୍ସା ଆପଣାଇ ଆପଣ ସହଜରେ ଏହି କଫରୁ ମୁକ୍ତି ପାଇ ପାରିବେ । ଆଜି ଆମେ ଆପଣଙ୍କୁ ଗଳା ଓ ଛାତିରେ ଜମୁଥିବା କଫକୁ କେମିତି ବାହାର କରିବେ ସେହି ବିଷୟରେ କହିବୁ । ସେମିତି ତ କଫ ର ସମସ୍ୟା ଅଧିକ ଗମ୍ଭୀର ହୋଇ ନ ଥାଏ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଯଦି ରହିଯାଏ ତେବେ ନିଶ୍ଵାସ ସମ୍ବନ୍ଧିତ ରୋଗ ହୋଇପାରେ ।

କିନ୍ତୁ ଯଦି କଫରେ ରକ୍ତର କିଛି ଅଂଶ ଦେଖା ଯାଉଛି ତେବେ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ ଓ ଯାଞ୍ଚ କରନ୍ତୁ ଯାହା ଦ୍ଵାରା ଆପଣ କୌଣସି ବି ପ୍ରକାରର ଗମ୍ଭୀର ରୋଗରୁ ବଞ୍ଚି ପାରିବେ ।

ଆସନ୍ତୁ ଜାଣିବା ଘରୋଇ ଉପାୟରେ କଫ ବାହାର କରିବାର ଉପାୟ –

Image courtesy: Google

୧. ଗଳାରେ ଜମିଥିବା କଫର ଦେଶୀ ଚିକିତ୍ସା କରିବା ପାଇଁ ଦୁଇ କପ ପାଣିରେ ୩୦ ଟି ଗୋଲମରିଚକୁ ପାଉଡର କରି ଗରମ କରନ୍ତୁ, ଯେତେବେଳେ ପାଣିର ଏକ ଚତୁର୍ଥାଂଶ ରହିଯିବ ସେତେବେଳେ ଏହାକୁ ଛାଣି ନିଅନ୍ତୁ ଓ ଏଥିରେ ଗୋଟିଏ ଚାମଚ ମହୁ ମିଶାନ୍ତୁ । ସକାଳ ଓ ସନ୍ଧ୍ୟାରେ ଏହାର ସେବନ କରନ୍ତୁ ଓ ଏହି ଘରୋଇ ଉପାୟ ଦ୍ଵାରା କଫ ବାଲା କାଶ ଓ କଫ ଦୁଇଟି ହିଁ ରୁ ମୁକ୍ତି ମିଳିଥାଏ ।

Image courtesy: Google

୨. ଅନ୍ୟ ପଟେ ରସୁଣ ଖାଇବା ଦ୍ଵାରା ଗଳାରେ ଜମିଥିବା କଫ ବି ବାହାରକୁ ବାହାରିଯାଏ । ଏହି ଦେଶୀ ଉପାୟ ଦ୍ଵାରା ଟି.ବି. ଭଳି ରୋଗରୁ ବି ମୁକ୍ତି ମିଳିଥାଏ ।

୩. ଅଦାର ଚୋପା ଛଡାଇ ଏହାର ଏକ ଛୋଟ ଖଣ୍ଡ ମୁହଁରେ ରଖି ଚୁସିବା ଦ୍ଵାରା କଫ ସହଜରେ ବାହାରକୁ ବାହାରିଯାଏ ।

Image courtesy: Google

୪. ଛୋଟ ପିଲାମାନଙ୍କର ଛାତିରୁ କଫ ବାହାର କରିବା ପାଇଁ ଗାଈ ଘିଅକୁ ଛାତିରେ ଘସନ୍ତୁ । ଏହି ଉପାୟ ଦ୍ଵାରା କଫ ବାହାର କରାଯାଏ ।

୫. ଗୋଟିଏ ଚାମଚ ମହୁ ଓ ୨ ଚାମଚ ଲେମ୍ବୁ ରସ ଗରମ ପାଣିରେ ମିଶାଇ ପିଅନ୍ତୁ । ଏହି ଉପାୟ ଦ୍ଵାରା ଗଳା ସଫା ହୋଇଯିବ । କାରଣ ଲେମ୍ବୁ କଫକୁ କାଟିବାର କାମ କରିବ ଓ ମହୁ ଦ୍ଵାରା ଗଳାକୁ ଆରାମ ମିଳିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।