ଏହି ଦେଶରେ ଦୁଇଟି ସ୍ତ୍ରୀଙ୍କୁ ବିବାହ ନ କଲେ ହୋଇଥାଏ କାନୁନୀ କାରବାଇ

ବିଶ୍ଵରେ ଏକ ଏମିତି ବି ଦେଶ ଅଛି, ଯେଉଁଠି ରହୁଥିବା ପୁରୁଷଙ୍କୁ ଦୁଇଟି ବିବାହ କରିବା ପାଇଁ ବାଧ୍ୟ କାରାୟାଏ । ଯଦି ଆପଣ ଏହିଭଳି କରୁ ନାହାନ୍ତି ତେବେ ଆପଣଙ୍କ ଉପରେ କାନୁନୀ କାରବାଇ ବି ହୋଇପାରେ । ଏହା ଅଫ୍ରିକି ମୂଳକର ଏକ ଦେଶ ଇରୀଟ୍ରିୟା ଅଟେ, ଯେଉଁଠି ପୁରୁଷ ଦୁଇ ଜଣ ମହିଳାଙ୍କ ସହ ବିବାହ କରିବା ବାଧ୍ୟତାପୂର୍ଣ ଅଟେ । ଏହାର ପ୍ରମୁଖ କାରଣ ଏହା ଅଟେ କି, ଏଠି ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ଅନୁପାତ ବହୁତ ଅଧିକ ଅଟେ ।

ଏଠି ରହୁଥିବା ପୁରୁଷଙ୍କୁ ଦୁଇଟି ମହିଳାଙ୍କ ସହ ବିବାହ କରିବା ପାଇଁ ଆଦେଶ ଦିଆ ଯାଇଛି । ଯଦି କୌଣସି ପୁରୁଷ ଏହି ଆଦେଶକୁ ପାଳନ କରୁ ନାହିଁ ତେବେ ତାକୁ ଜେଲ ମଧ୍ୟ ଯିବାକୁ ପଡିଥାଏ କିମ୍ବା ତାକୁ କାନୁନି କାରବାଇ ର ସାମ୍ନା ବି କରିବାକୁ ପଡିଥାଏ । କିନ୍ତୁ ଏହି କଥା ଏଠି ଶେଷ ହୁଏ ନାହିଁ ।

ଏଠି ରହୁଥିବା ମହିଳାମାନଙ୍କ ପାଇଁ ବି ଏକ ଆଇନ ଅଛି, ଯଦି ଏଠି ରହୁଥିବା ମହିଳାମାନେ ନିଜର ସ୍ଵାମୀର ଦ୍ଵିତୀୟ ବିବାହରେ କୌଣସି ପ୍ରକାରର ବାଧା ଦେଇଥାନ୍ତି ତେବେ ସେହି ମହିଳାକୁ ସାରା ଜୀବନ ଜେଲ ଦଣ୍ଡ ବି ଭୋଗିବାକୁ ପଡିଥାଏ ।

ଏହି ଆଇନ ଅନୁସାରେ ବିବାହ କରିବା ଦ୍ଵାରା ଦେଶରେ ପୁରୁଷଙ୍କ ସଂଖ୍ୟା ଲଗାତର ବୃଦ୍ଧି ହେଉଛି । ଏହି ଆଇନ କାରଣରୁ ଇରୀଟ୍ରିୟା ବିଷୟରେ ଦୁନିଆର ଅନ୍ୟ ଦେଶରେ ଅଧିକ ଆଲୋଚନା ବି କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଇରୀଟ୍ରିୟାର ସରକାର ଏହି ନିୟମକୁ ବନ୍ଦ କରିବା ପାଇଁ କିଛି ବି ପଦକ୍ଷେପ ନେଇ ନାହାନ୍ତି ।