ଅଫିସ ଯିବା ପୂର୍ବରୁ ଏହି ଦମ୍ପତ୍ତି କରନ୍ତି ଏପରି କିଛି କାମ, ଯାହା ଶୁଣିଲେ ଆପଣ ବି ତାଙ୍କୁ ସଲାମ କରିବେ

ଆଜିର ଯୁଗ ବହୁତ ଆଗକୁ ବଢି ଯାଇଛି ଓ ଏମିତିରେ ପ୍ରତ୍ଯେକ ଲୋକଙ୍କୁ କେବଳ ନିଜ କାମରେ ହିଁ ମତଲବ ଅଛି । ସମସ୍ତେ ନିଜ ମତଲବ ପାଇଁ ହିଁ ଅନ୍ୟ ସହିତ କଥା ହୋଇଥାନ୍ତି । ସମସ୍ତଙ୍କୁ ନିଜ କାମରେ ହିଁ ମତଲବ ଥାଏ ତେଣିକି ଅନ୍ୟ କେହି ମରୁଥାଉ ପଛେ । କିନ୍ତୁ କିଛି ଲୋକଙ୍କ ମଧ୍ୟରେ ମନିଷପଣିଆ ଆଜି ବି ବଞ୍ଚିଅଛି । କିଛି ଏମିତି ହିଁ ଅଟନ୍ତି ଗୋଟିଏ ପତି-ପତ୍ନୀ ଯାହାଙ୍କ ପାଖରେ ଭଲ ଜବ ମଧ୍ୟ ଅଛି କିନ୍ତୁ ନିଜ ଚାକରାଣୀ ପାଇଁ

କରନ୍ତି ଏମିତି କାମ ଯାହା ଉପରେ ଆପଣଙ୍କୁ ଗର୍ବ ହେବ ।

ଅଫିସ ଯିବା ପୂର୍ବରୁ ଏହି ଦମ୍ପତ୍ତି କରନ୍ତି ଏପରି କାମ

ଭଗବାନ ସବୁ ଜାଗାରେ ସାହାର୍ଯ୍ୟ ପାଇଁ ପହଞ୍ଚି ପାରି ନଥାନ୍ତି, ଏଥିପାଇଁ ସେ କିଛି ଏମିତି ଜରିଆ ପଠାଇ ଥାଆନ୍ତି ଯାହା ଦ୍ଵାରା ଲୋକଙ୍କ ଅସୁବିଧା ଦୂର ହୋଇ ପାରିବ । କିଛି ଏମିତି ହିଁ ଅଟନ୍ତି ଏହି ବିବାହିତ ଦମ୍ପତ୍ତି, ଯିଏ ନିଜ ଚାକରାଣୀର ସ୍ବାମୀର ଜୀବନ ବଞ୍ଚାଇବା ପାଇଁ ଷ୍ଟେସନ ବାହାରେ ପୋହା ବିକିଥାନ୍ତି । ମୁମ୍ବାଇ ର କାନ୍ଦିୱଲି ଷ୍ଟେସନରେ ସକାଳ ସମୟରେ ଦୀପାଲି ଭାଟିୟା ଓ ତାଙ୍କର ସ୍ଵାମୀ ପୋହା, ଉପମା, ପରଟା ଓ ଇଟିଲି ର ଷ୍ଟଲ ଲଗାଇଥାନ୍ତି ।

ଦୀପାଲି ଭାଟିୟା ତାଙ୍କ ଫେସବୁକ ଆକାଉଣ୍ଟରେ କରିଥିବା ପୋଷ୍ଟ ଅନୁସାରେ ସେମାନେ ତାଙ୍କର ୫୫ ବର୍ଷୀୟ ରୋଷେଇଆ ର ସ୍ଵାମୀକୁ ପାରାଲିସିସ ରୁ ବଞ୍ଚାଇବା ପାଇଁ ତା’କୁ ସାହାର୍ଯ୍ୟ କରୁଛନ୍ତି । ପଇସା ର ଅଭାବ କାରଣରୁ ସେ ତା’ର ସ୍ୱାମୀଙ୍କ ଚିକିଶ୍ଚା ଠିକ ଭାବରେ କରାଇ ପାରୁ ନାହିଁ ଓ ନା ଏ ବୟସରେ ସେ ବାହାରକୁ ପଇସା ରୋଜଗାର କରିବାକୁ ଯାଇ ପାରିବ ।

ଏଥିପାଇଁ ଏହି କପଲ ତାକୁ ସାହାର୍ଯ୍ୟ କରିବା ପାଇଁ ଷ୍ଟେସନ ବାହାରେ ସକାଳ ୪ ରୁ ୧୦ ଟା ପର୍ଯ୍ୟନ୍ତ ଷ୍ଟଲ ଲଗାଇଥାନ୍ତି ଓ ତା’ ପରେ ସେମାନେ ଅଫିସ ବାହାରି ଯାଇ ଥାଆନ୍ତି ।

ଫୁଡ ଷ୍ଟଲ ଲଗାଇବା ପରେ ଦୀପାଲି ବହୁତ କିଛି ଅଜବ ଅନୁଭବ କରିଥିଲେ କିନ୍ତୁ ଏହି କପଲ ଯାହା ବି କରୁଛନ୍ତି ତାହା କୌଣସି ସାଧାରଣ କଥା ନୁହେଁ । ଆପଣଙ୍କୁ କହି ରଖୁଛୁ କି ଏହି କପଲ ଏମବିଏ ଗାଜୁଏଟ ଅଟନ୍ତି ଓ ଦୁଇ ଜଣ ଯାକ ଭଲ କମ୍ପାନୀରେ ଚାକିରି କରନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।