ଏହି ପୂର୍ବତନ ଭାରତୀୟ କ୍ରିକେଟର କରିଲେ ଆତ୍ମହତ୍ୟା, ପୁରା କ୍ରିକେଟ ଜଗତରେ ଏବେ ଶୋକର ଛାୟା

ଭାରତୀୟ କ୍ରିକେଟ ଦଳର ପୂର୍ବ ବୋଲର ଏବଂ ରାଷ୍ଟ୍ରୀୟ ଚୟନକର୍ତ୍ତା VB Chandrasekhar ଙ୍କର ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଛି । ପୂର୍ବ ରିପୋର୍ଟ ଅନୁସାରେ ତାଙ୍କର ମୃତ୍ୟୁ ହାର୍ଟ ଅଟ୍ଟାକ୍କରେ ହୋଇଥିବାର କୁହାଯାଉଥିଲା, କିନ୍ତୁ ପୁଲିସ ରିପୋର୍ଟ ମୁତାବକ ସେ ତାଙ୍କୁ ନିଜ ଘରେ ସିଲିଙ୍ଗ ରେ ନିଜକୁ ଟାଙ୍ଗୀ ଆତ୍ମହତ୍ୟା କରିଥିବାର ପାଇଥିଲେ । ସେ ନିଜକୁ ନିଜ ବେଡରୂମର ସିଲିଙ୍ଗ ରେ ଟାଙ୍ଗି ଆତ୍ମହତ୍ୟା କରିଥିବାର ତାଙ୍କ ସ୍ତ୍ରୀ ପୁଲିସ ଆଗରେ କହିଥିଲେ ।

ବହୁତ ଥର କବାଟ ବାଡାଇବା ସତ୍ବେ ମଧ୍ୟ ସେ କବାଟ ଖୋଲିନଥିଲେ । ସେ ଏକ କ୍ରିକେଟ ଏକାଡେମି ଓ Kanchi Veerans ଟିମର ମାଲିକ ଥିଲେ ।

ପୁଲିସ ଏହା ମଧ୍ୟ କହିଛନ୍ତି କି ତାଙ୍କ ରୁମ ରେ କୌଣସି ସୁଇସାଇଡ ନୋଟ ମିଳି ନଥିଲା । ତାଙ୍କର ଯେଉଁ ବ୍ୟବସାୟ ଥିଲା ତାହା ବହୁତ ଲସ୍ ରେ ଚାଲିଥିଲା । ସେଥିପାଇଁ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଜଣା ପଡୁଛି ।

ଇନଭେସ୍ଟିଗେଶନ ଅଫିସର କହିଛନ୍ତି ‘ ବର୍ତ୍ତମାନ ପାଇଁ ଏହା ଏକ ସୁଇସାଇଡ କେସ, ଏବେବି ଇନଭେସ୍ଟିଗେଶନ ଚାଲିଛି । ବଡି କୁ ପୋଷ୍ଟ ମୋରଟେମ ପାଇଁ ପଠା ଯାଇଛି ଏବଂ ଆମେ ରିପୋର୍ଟ କୁ ଅପେକ୍ଷା କରିଛୁ । ସେ ବହୁତ ଫାଇନାନ୍ସିୟାଲ ପ୍ରେସରରେ ରହୁଥିଲେ , ସେ ୩ କୋଟି ଟଙ୍କା Kanchi Veerans ଟିମ ରେ ଇନଭେସ୍ଟ କରିଥିଲେ ।

ଗୋଟେ ମାସ ତଳେ ସେ ବ୍ଯାଙ୍କ ତରଫରୁ ଏକ ନୋଟିସ ପାଇଥିଲେ । ସେ ନିଜର ଶେଷ ନିଶ୍ଵାସ ନେବା ଆଗରୁ ସେ ଦିନ ସନ୍ଧ୍ୟାରେ ନିଜ ପରିବାର ସହ ବସି ଚା ପିଇ ଥିଲେ। ତାଙ୍କର ମୃତ୍ୟୁରେ ସମସ୍ତ କ୍ରିକେଟର ଦୁଃଖ ପ୍ରକାଶ କରିଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।