ଏହି ଛାତ୍ରୀ ଜଣକ ପ୍ରସ୍ତୁତ କରିଲେ ଦୁନିଆର ସବୁଠୁ ଚମକିଲା ପଦାର୍ଥ, ୨ ୱାଟର ବଲ୍ବ ଦେବ ୨୦ ୱାଟ ଭଳି ଲାଇଟ, ବିଜୁଳି ବିଲ୍ ଆସିବ କମ, ଜାଣନ୍ତୁ କେମିତି

ବଢୁଥିବା ବିଜୁଳି ବିଲ ଆଜି ବି କେତେକ ଲୋକମାନଙ୍କ ପାଇଁ ବହୁତ ବଡ ସମସ୍ୟା ଅଟେ । ଏହି ବଢୁଥିବା ବିଲର ପଛରେ ବଲ୍ବର ସବୁଠୁ ଅଧିକା ଭୂମିକା ଅଛି । ଆମେ ସମସ୍ତେ ଭଲରେ କାମ କରିବା ପାଇଁ ଅଧିକ ରୁ ଅଧିକ ଲାଇଟ ଆବଶ୍ୟକତା କରିଥାଉ । ଏମିତିରେ ଘରେ କିଛି ବଲ୍ବ ବି ଲଗାଇବାକୁ ପଡିଥାଏ । ସେ ଗୁଡିକ ଅଧିକ ୱାଟର ବି ହୋଇଥାଏ । କିନ୍ତୁ ଏହା ଦ୍ଵାରା ବିଜୁଳିର ବିଲ ବି ଅଧିକ ଆସିଥାଏ ।

ଏହି ସମସ୍ୟାର ସମଧାନ ବାହାର କରିବା ପାଇଁ ଉତ୍ତର ପ୍ରଦେଶର ଗୋରଖପୁରରେ ରହୁଥିବା ଏକ ଛାତ୍ରୀ ଏମିତି ଏକ ଆବିଷ୍କାର କରି ଦେଖାଇଛନ୍ତି ଯାହାର ଲାଭ ପୁରା ବିଶ୍ଵ ନେଇ ପାରିବ । କହିବାକୁ ଗଲେ ଏହି ଛାତ୍ରୀ ଦୁନିଆର ସବୁଠୁ ଚମକୁଥିବା ପଦାର୍ଥ ପ୍ରସ୍ତୁତ କରି ରସାୟନ ଶାସ୍ତ୍ର ଦୁନିଆରେ ହଲଚଲ ସୃଷ୍ଟି କରିଛନ୍ତି ।

ଏହି ପ୍ରତିଭାଶାଳି ଛାତ୍ରୀର ନାମ ଇଫ୍ଫତ ଅମୀନ ଅଟେ । ଇଫ୍ଫତ ଗୋରଖପୁରର ଦୀନଦୟାଲ ଉପାଧ୍ୟାୟ ବିଶ୍ୱବିଦ୍ୟାଳୟରେ କେମେଷ୍ଟ୍ରି (ରସାୟନ ଶାସ୍ତ୍ର)ର ଛାତ୍ରୀ ଅଟନ୍ତି । ସେ ଗତ ପାଞ୍ଚ ବର୍ଷ ହେବ ଏକ ଖାସ ରିସର୍ଚ କରୁଥିଲେ । ଏହି ରିସର୍ଚରେ ତାଙ୍କର ଉଦ୍ଦେଶ୍ୟ ଏକ ଖାସ ପଦାର୍ଥ ପ୍ରସ୍ତୁତ କରିବାର ଥିଲା ଯାହାକି ବିଶ୍ଵର ସବୁଠୁ ଚକୁଥିବା ପଦାର୍ଥ ହେବ । ବର୍ତ୍ତମାନ ହିଁ ସେ ନିଜର ଶୋଧ ଉପରେ ସଫଳତା ହାସଲ କରିଛନ୍ତି ।

ଏତିକି ନୁହେଁ ଏହାକୁ ପ୍ରସ୍ତୁତ କରିବା ପରେ ପଦାର୍ଥର ପରୀକ୍ଷଣ ଆଈଆଈଟି ଚେନ୍ନଈ ଓ ଜାପାନର କ୍ୟୁଶୁ ଇନଷ୍ଟିଚ୍ୟୁଟରେ ବି କରାଯାଇଛି । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖରେ ୮୦ % କ୍ଷମତା ବାଲା ଚମକୁଥିବା ପଦାର୍ଥ ଅଛି । କିନ୍ତୁ ଇଫ୍ଫତ ଦ୍ଵାରା ପ୍ରସ୍ତୁତ ଏହି ପଦାର୍ଥର ଚମକଦାର କ୍ଷମତା ୯୧.୯ % ଅଟେ । ଏହଭଳି ଭାବରେ ଏହା ବର୍ତ୍ତମାନ ଦୁନିଆର ସବୁଠୁ ଚମକିଲା ପଦାର୍ଥ ହୋଇ ଯାଇଛି ।

ଇଫ୍ଫତ କହିଲେ କି ତାଙ୍କ ପାଇଁ ଏହି କାମ କରି ଦେଖାଇବା ଏତେ ସହଜ ବି ନ ଥିଲା । ଆରମ୍ଭରୁ ଦୁଇ ବର୍ଷରେ ତାଙ୍କୁ ଏହି ଦୁର୍ଲଭ ତତ୍ୱ ଗୁଡିକୁ ଏକତ୍ରିତ କରିବା ଓ ସଂଶ୍ଲେଷଣ କରି ପ୍ରୟୋଗ କରି ବୁଝିବାରେ ହିଁ ଲାଗିଲା । କହିଦେଉଛୁ କି ଏହି ଦୁର୍ଲଭ ତତ୍ୱ ଗୁଡିକ ମଧ୍ୟରେ ଲ୍ୟାନ୍ଥେନାଇଡ ସୀରିୟମ ଭଳି ମିଶ୍ରଣ ସାମିଲ ଅଛି । ଏହି ପ୍ରୟୋଗରେ ଇଫ୍ଫତ ୪୮ଟି କାଂପ୍ଲେକ୍ସ ପ୍ରସ୍ତୁତ କରିଛନ୍ତି ।

ଏହାକୁ ପ୍ରସ୍ତୁତ କରିବା ପରେ ଅଲଗା ଅଲଗା ଲ୍ୟୁମିନିସେଂସ ଚମକର କ୍ଷମତା ଯାଞ୍ଚ କରାଗଲା । ତେବେ ଯାଇ ତାଙ୍କୁ ସଫଳତା ହାତରେ ଲାଗିଲା । ଏହି ଉପଲବ୍ଧି ପାଇଁ ତାଙ୍କୁ ଗୁରୁ ଗୋରକ୍ଷନାଥ ଶୋଧ ମେଡଲ ଦ୍ଵାରା ସମ୍ମାନିତ ବି କରାଯାଇଛି ।

ସାଧାରଣ ଜନତାଙ୍କୁ ବି ମିଳିବ ଲାଭ

ଇଫ୍ଫତଙ୍କର ଏହି ସଫଳ ଶୋଧ କାରଣରୁ ତାଙ୍କ ଦ୍ଵାରା ପ୍ରସ୍ତୁତ ଚମକୁଥିବା ପଦାର୍ଥର ବ୍ୟବହାର ଅର୍ଗେନିକ ଏଲଈଡି ବଲ୍ବ ପ୍ରସ୍ତୁତ କରାଯାଇ ପାରେ । ଏହି ବଲ୍ବର ଖାସ କଥା ଏହା ଅଟେ କି ଏହା ୧ କିମ୍ବା ୨ ୱାଟରେ ବି ୨୦ ୱାଟ ବଲ୍ବର ଲାଇଟ ଦେଇ ପାରିବ । ଅର୍ଥାତ ଏଥିରୁ ଅଧିକ ଲାଇଟ ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।