ଏହି ୬ଟି ରାଶିମାନଙ୍କ ଉପରୁ ରାହୁଙ୍କ ଖରାପ ପ୍ରଭାବ ହେଲା ଦୂର, ସବୁ କାର୍ଯ୍ୟ ହେବ ସଫଳ, ହେବ ଧନଲାଭ

ବ୍ରହ୍ମାଣ୍ଡରେ ନିରନ୍ତର ଗ୍ରହ ମାନଙ୍କର ଗତି ପରିବର୍ତ୍ତନ କାରଣରୁ ବ୍ୟକ୍ତିଙ୍କ ଜୀବନ ଉପରେ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ସବୁଠୁ ପାପୀ ଗ୍ରହ ହୋଇଥାଏ । ଯଦି ଏହା କୌଣସି ବ୍ୟକ୍ତିର ଜାତକରେ ଖରାପ ସ୍ଥିତିରେ ଥାଏ ତେବେ ସେହି ବ୍ୟକ୍ତିର ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ । କିନ୍ତୁ ସବୁବେଳେ ଏହାର ସ୍ଥିତି ଖରାପ ପ୍ରଭାବ ପକାଇ ନ ଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ଅଛି ଯାହାଙ୍କ ଉପରେ ରାହୁର ଖରାପ ପ୍ରଭାବ ଶେଷ ହୋଇଯିବ । ଯେଉଁ କାରଣରୁ ଏହି ରାଶିମାନଙ୍କର ଜୀବନ ବଦଳିଯିବ ।

ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ ଉପରୁ ରାହୁଙ୍କର ଖରାପ ପ୍ରଭାବ ହେବ ଦୂର

ବୃଷ ରାଶି

ବୃଷ ରାଶିର ଲୋକମାନଙ୍କ ଉପରୁ ରାହୁଙ୍କର ଖରାପ ପ୍ରଭାବ ଦୂର ହୋଇଯିବ । ପରିବାରରେ କଳହ ସୃଷ୍ଟି ହେବ ନାହିଁ  । ନିଜକାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ଶାରୀରିକ ଅସୁସ୍ଥତା ଦୂର ହୋଇଯିବ । ବାଦ – ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ ।

ମିଥୁନ ରାଶି

ମିଥୁନ ରାଶିର ଲୋକମାନଙ୍କୁ ଆସୁଥିବା ଦିନରେ ବହୁତ ଖୁସିଖବର ମିଳିବାର ସମ୍ଭାବନା ଅଛି । କିଛି ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଶୁଭ ଦିନ ଅଟେ । ଚାକିରି କରୁଥିବା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ । ଭାଇ-ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୁର୍ବକ ସମୟ ବିତାଇବେ ।

କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କୁ ରାହୁଙ୍କ ପ୍ରଭାବ କାରଣରୁ ବହୁତ ଲାଭ ମିଳିବାର ସମ୍ଭାବନା ଅଛି । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ଜାଗା, ଜମି, ବାସଗୃହ ଓ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ହେବ ।

କନ୍ୟା ରାଶି

କନ୍ୟା ରାଶିର ଲୋକମାନଙ୍କୁ ରାହୁଙ୍କର ଶୁଭ ପ୍ରଭାବ କାରଣରୁ ନିଜ ଟଙ୍କା ଫେରସ୍ତ ପାଇବେ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୁରଣ ହୋଇଯିବ । ବ୍ୟବସାୟରେ ଭାଗୀଦାରୀମାନଙ୍କ ସହ ମନାନ୍ତର ଦୂରେଇ ଯିବ । କାରବାରରେ ଉନ୍ନତି ହେବା ଫଳରେ ବ୍ୟବସାୟରେ ପରିବର୍ତ୍ତନ କରିବାର ଇଚ୍ଛା ଜାଗ୍ରତ ହେବ ।

ମକର ରାଶି

ମକର ରାଶିର ଲୋକମାନଙ୍କୁ ରାହୁଙ୍କ କାରଣରୁ ଶୁଭ ଫଳ ପ୍ରାପ୍ତି ହେବ । ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଓ ଅଟଳ ମନୋବଳ ସହିତ କରନ୍ତୁ, ନିଶ୍ଚିତ ସଫଳତା ମିଳିବ । ପୈତୃକ ସଂପତ୍ତିରେ ଲାଭ ହେବ । ସମ୍ପର୍କୀୟଙ୍କଠାରୁ ଆର୍ଥିକ ଲାଭ ହେବ । ବିଦ୍ୟାର୍ଥୀମାନେ ନିଜ ପଢ଼ାରେ ଭଲ ପ୍ରଦର୍ଶନ କରିବେ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କୁ ରାହୁଙ୍କ କାରଣରୁ ସମ୍ପତିରେ ଭଲ ଲାଭ ମିଳିବ । ମନୋରଞ୍ଜନ ପ୍ରବୃତ୍ତି କାର୍ଯ୍ୟ ଗୁଡ଼ିକରେ ଆପଣଙ୍କର ବିଶେଷ ରୁଚି ରହିବ । ପିତା ତଥା ବରିଷ୍ଠ ଲୋକମାନଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।