ସବୁଦିନ ଏହି ୪ଟି କାମ କରୁଥିବା ଲୋକ ନିଜେ ଡାକି ଆଣିଥାଏ ନିଜ ମୃତ୍ୟୁକୁ, ଜାଣନ୍ତୁ କଣ ସବୁ ଅଟେ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ ଭାରତ ବର୍ଷର ଜଣେ ମହାନ ବିଦ୍ଵାନ ଥିଲେ । ସେ ତାଙ୍କର ନ୍ୟାୟପ୍ରିୟ ଆଚରଣ ପାଇଁ ଜଣା ଯାଉଥିଲେ । କହିବାକୁ ଗଲେ ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବ ଗୁଡିକୁ ନିଜର ଚାଣକ୍ୟ ନୀତିରେ ସ୍ଥାନ ଦେଇଛନ୍ତି । କହିବାକୁ ଗଲେ ଚାଣକ୍ୟ ନୀତିରେ କିଛି ଏମିତି କଥା କୁହାଯାଇଛି ଯଦି ବ୍ୟକ୍ତି ତାହା ଅନୁସାରେ ଚାଲିବ ତେବେ ତାକୁ ସଫଳ ହେବା ପାଇଁ କେହି ବି ଅଟକାଇ ପାରିବେ ନାହିଁ ।

ଏହା ଛଡା ଆଚାର୍ଯ୍ୟ ଚାଣକ୍ୟ ନିଜର ଚାଣକ୍ୟନୀତିରେ ଜନ୍ମ ଓ ମୁର୍ତ୍ୟୁକୁ ନେଇ ବି କେତେକ କଥା କହିଛନ୍ତି ।

ଜ୍ୟୋତିଷଙ୍କ କଥା ମାନିବେ ତ କୌଣସି ବି ବ୍ୟକ୍ତି ନିଜର ମୁର୍ତ୍ୟୁର ସଠିକ ଦିନ ଜାଣି ପାରିବ । ଜ୍ୟୋତିଷରେ ବିଶ୍ଵାସ ରଖୁଥିବା ଲୋକମାନେ ଏହି କଥା ଉପରେ ବିଶ୍ଵାସ କରି ପାରିବେ । ଚାଣକ୍ୟ ବି କିଛି ଏମିତି କାମ ବିଷୟରେ କହିଛନ୍ତି, ଯାହାକୁ କଲେ ବ୍ୟକ୍ତିର ମୁର୍ତ୍ୟୁ ଜଲ୍ଦି ହୋଇପାରେ । କଣ ଅଟେ ସେହି କାମ, ଆସନ୍ତୁ ଜାଣିବା ।

ଯିଏ ନିଜର ଧ୍ୟାନ ନ ରଖୁଥିବ

କେତେକ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜର ଧ୍ୟାନ ରଖିବାକୁ ଜରୁରୀ ଭାବନ୍ତି ନାହିଁ । ସେମାନେ ନିଜକୁ ଘୃଣା କରନ୍ତି ଓ ନିଜ ସ୍ୱାସ୍ଥ୍ୟର ଧ୍ୟାନ ବି ରଖନ୍ତି ନାହିଁ । ଏହିଭଳି ଲୋକମାନଙ୍କର ମୁର୍ତ୍ୟୁ ବାକି ଲୋକମାନଙ୍କ ତୁଳନାରେ ଜଲ୍ଦି ହୋଇଥାଏ ।

ଯେଉଁମାନେ ଗୁରୁଜନମାନଙ୍କୁ ଘୃଣା କରନ୍ତି

ଯେଉଁ ଲୋକମାନେ ଗୁରୁଜନମାନଙ୍କର ଇଜ୍ଜତ କରନ୍ତି ନାହିଁ ଓ ତାଙ୍କୁ ଘୃଣା କରନ୍ତି, ଏହିଭଳି ଲୋକମାନଙ୍କର ମୁର୍ତ୍ୟୁ ବି ଜଲ୍ଦି ହୋଇଥାଏ । ଚାଣକ୍ୟଙ୍କ ଅନୁସାରେ ଏହିଭଳି କରିବା ଦ୍ଵାରା ଆପଣଙ୍କୁ ମାନସିକ ହାନି ସହିତ ଶାରୀରିକ ହାନି ବି ହୋଇଥାଏ । ଶାସ୍ତ୍ର ଅନୁସାରେ ଏହା ବହୁତ ଭୁଲ ହୋଇଥାଏ ଓ ଏହିଭଳି କରୁଥିବା ଲୋକମାନଙ୍କର ବୟସ କମ ହୋଇଯାଏ ।

ଯେଉଁମାନେ ଗୁରୁଙ୍କୁ ଘୃଣା କରିଥାନ୍ତି

ଏହା ଛଡା ଯେଉଁ ବ୍ୟକ୍ତି ନିଜର ଗୁରୁଙ୍କୁ ଘୃଣା କରିଥାନ୍ତି ତାଙ୍କର ମୁର୍ତ୍ୟୁ ବି ଜଲ୍ଦି ହୋଇଯାଏ । ଶାସ୍ତ୍ରରେ ଗୁରୁଙ୍କୁ ଭଗବାନ ବୋଲି କୁହାଯାଇଛି ଓ ଗୁରୁଙ୍କର ଅପମାନ କରିବା ଭଗବାନଙ୍କର ଅପମାନ କରିବା ସଙ୍ଗେ ସମାନ ଅଟେ । ସେଥିପାଇଁ ଯଦି ଆପଣ ବି ନିଜର ଗୁରୁଙ୍କୁ ଘୃଣା କରୁଛନ୍ତି ତେବେ ଆପଣଙ୍କର ମାନସିକ ସନ୍ତୁଳନରେ ହାନି ପହଞ୍ଚି ପାରେ ।

ଯିଏ ବିଦ୍ଵାନଙ୍କୁ ଦୁର୍ବ୍ୟବହାର କରିଥାଏ

ଶାସ୍ତ୍ର ଅନୁସାରେ ବିଦ୍ଵାନ ଓ ମହାତ୍ମାମାନଙ୍କୁ ଦୁର୍ବ୍ୟବହାର କରିବା ସବୁଠୁ ବଡ ପାପ ଅଟେ ଓ ଯେଉଁ ବ୍ୟକ୍ତି ଏହିଭଳି କରିଥାଏ ତାହାର ମୁର୍ତ୍ୟୁ ସମୀପ ହୋଇଯାଏ । ଏମିତିରେ ଲୋକମାନଙ୍କୁ ଏମାନଙ୍କର ଅଭିଶାପ ବହୁତ ଜଲ୍ଦି ଲାଗିଯାଏ । ସେଥିପାଇଁ କେବେ ବି ବିଦ୍ଵାନମାନଙ୍କର ବି ଅପମାନ କରିବେ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।