ଦେଖନ୍ତୁ ଭିଡିଓ – ଏହି ବ୍ୟକ୍ତି ଜଣକ ରାସ୍ତା କଡରେ ବାହାର କରୁଥିଲା ବସ ହର୍ନର ଆବାଜ, ଆନନ୍ଦ ମହିନ୍ଦ୍ରା କହିଲେ ଯାଅ…

କହିବାକୁ ଗଲେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ବହୁତ ଆକ୍ଟିବ ରୁହନ୍ତି । ଏତିକି ନୁହେଁ ସେ ପ୍ରାୟତଃ ନିଜର ମଜାଦାର ଟ୍ୱିଟ ଜରିଆରେ ଲୋକମାନଙ୍କୁ ଏଣ୍ଟରଟେନମେଣ୍ଟ ବି କରନ୍ତି । କିଛି ଦିନ ତଳେ ପୁଣି ଥରେ ଆନନ୍ଦ ମହିନ୍ଦ୍ରା କିଛି ଏମିତି ହିଁ କରିଛନ୍ତି । ଯେତେବେଳେ ସେ ଏକ ବ୍ୟକ୍ତିର ଭିଡିଓକୁ ଶେୟାର କରିଛନ୍ତି, ଯିଏକି ବସ ର ହର୍ନ ଭଳି ଆବାଜ ବାହାର କରୁଛି ।

ଏହି ଭାଇରାଲ ଭିଡିଓକୁ ବହୁତ ଲୋକମାନେ ପସନ୍ଦ ବି କରୁଛନ୍ତି । ଅନ୍ୟ ପଟେ ଆନନ୍ଦ ମହିନ୍ଦ୍ରା ଏହି ବ୍ୟକ୍ତିକୁ ରିୟାଲିଟି ଶୋ ଇଣ୍ଡିଆଜ ଗଟ ଟ୍ୟାଲେନ୍ଟ କୁ ଯିବା ପାଇଁ ଉପଦେଶ ବି ଦେଇଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖି ପାରିବେ କି କେମିତି ଜଣେ ବ୍ୟକ୍ତି ରାସ୍ତାରୁ ଯାଇ ଏକ ଚା’ ଦୋକାନ ପାଖରେ ଯାଇ ବସୁଛି ଓ ଏହା ପରେ ଅନ୍ୟ ଏକ ବ୍ୟକ୍ତିର କହିବା ଦ୍ଵାରା ସେହି ବ୍ୟକ୍ତି ଜଣକ ଭିନ୍ନ ଭିନ୍ନ ପ୍ରକାରର ବସ ହର୍ନର ଆବାଜ ବାହାର କରୁଛି ।

ଜଣେ ବ୍ୟକ୍ତି ଏହି ବ୍ୟକ୍ତିକୁ ବସ ଗୁଡିକର ହର୍ନ ବଜାଇବା ପାଇଁ କହୁଛି । ଯାହା ପରେ ସେହି ବ୍ୟକ୍ତି ଜଣକ ବସରେ ବାଜୁଥିବା ହର୍ନ ଭଳି ସମାନ ଭାବରେ ନିଜ ମୁହଁରେ ହର୍ନ ବଜାଉଥିବାର ନଜର ଆସୁଛି । ଏତିକି ନୁହେଁ ଏହି ବ୍ୟକ୍ତି ଜଣକ ଆନନ୍ଦ ବସ, ରାଣା ବସ ଓ ପାଟନା ବସ ଗୁଡିକର ହର୍ନ ବଜାଉଥିବାର ବି ଦେଖା ଯାଉଛି ।

ଅନ୍ୟ ପଟେ ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ଶେୟାର କରି କ୍ୟାପ୍ସନରେ ଲେଖିଲେ କି ଆମେ ନିଜର ବାର୍ଷିକ ସମ୍ମିଳନୀରେ କିଛି ମହତ୍ତ୍ୱପୂର୍ଣ୍ଣ ମୁଦ୍ଦା ଉପରେ କଥାବାର୍ତ୍ତା ହେଉଥିଲୁ । ସେହି ସମୟରେ ମୋର #whatsappwonderboxରେ ଏହି ଭିଡିଓ ଆସିଲା, ଯେଉଁଥିରୁ ଜଣା ପଡୁଛି କି ଲୋକଙ୍କ ଜୀବନରେ ଟ୍ରାଂସପୋର୍ଟେଶନ କେତେ ବଡ ଅଂଶ ଅଟେ । ଏହି ବ୍ୟକ୍ତିକୁ ତ ଇଣ୍ଡିଆଜ ଗଟ ଟ୍ୟାଲେନ୍ଟରେ ଯିବା ଉଚିତ ।

ଏହି ଭିଡିଓକୁ ଆନନ୍ଦ ମହିନ୍ଦ୍ରା ୧୮ ଡିସେମ୍ବର ଦିନ ଶେୟାର କରିଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୧.୫ ହଜାର ଲୋକମାନେ ଦେଖି ସାରିଛନ୍ତି । ଏହା ସହିତ ୮୦୦ ରୁ ବି ଅଧିକ ଲାଇକ୍ସ ଓ ୧୦୦ ରୁ ବି ଅଧିକ ଏହି ଭିଡିଓକୁ ରି-ଟ୍ଵିଟ୍ ମିଳିସାରିଛି ।