ଏହି ବିବାହିତ ହିରୋଇନଙ୍କୁ ଡେଟ କରିବାକୁ ଚାହାଁନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଯିଏ କି ଗୋଟିଏ ପିଲାର ମା ବି

କହିବାକୁ ଗଲେ ଭାରତରେ କିଛି ଏମିତି ଭାରତୀୟ ସେଲିବ୍ରିଟି ଅଛନ୍ତି ଯେଉଁମାନେ କେଉଁଠି ବି କିଛି ବି କହି ଦିଅନ୍ତି । ସେଥି ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା, ଯିଏକି ଏକ ଅଲରାଉଣ୍ଡର ଅଟନ୍ତି । ସେ ଖେଳରେ ଯେତେ ଭଲ ପ୍ରଦର୍ଶନ ଦିଅନ୍ତି ସେତିକି ହିଁ ସେ ତାଙ୍କର ପର୍ସନାଲ ଲାଇଫରେ ବିବାଦରେ ଘେରି ରୁହନ୍ତି । ଗୋଟିଏ ଇଣ୍ଟରଭ୍ୟୁରେ ଝିଅମାନଙ୍କୁ ନେଇ ବିବାଦିତ ବୟାନ ଦେବା ପରେ ବର୍ତ୍ତମାନ ଏହି ବିବାହିତ ମହିଳାଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ଏହି ବିବାହିତ ମହିଳାଙ୍କୁ ଡେଟ କରିବା ପାଇଁ ଚାହାନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

ହାର୍ଦ୍ଦିକ ପାଣ୍ଡ୍ୟା ନିଜ କ୍ୟାରିୟର ରେ ବହୁତ ରେକର୍ଡ କରିଛନ୍ତି ଓ ତାଙ୍କର ବହୁତ ବଲୀଉଡ ଅଭିନେତ୍ରୀଙ୍କ ସହ ଅଫେୟର୍ସ ବି ଅଛି । ବର୍ତ୍ତମାନ ଏକ ଇଣ୍ଟରଭ୍ୟୁରେ ତାଙ୍କୁ ପଚରାଯାଇଥିଲା କି ଆପଣ କେଉଁ ଅଭିନେତ୍ରୀଙ୍କୁ ଡେଟ କରିବା ପାଇଁ ଚାହୁଁଛନ୍ତି । ଏହି ପ୍ରଶ୍ନର ଉତ୍ତରରେ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ବିବାହିତ ମହିଳାଙ୍କର ନାମ ନେଲେ ଯିଏକି ଗୋଟିଏ ପିଲାର ମା ବି ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ହାର୍ଦ୍ଦିକ ପାଣ୍ଡ୍ୟା ବଲିଉଡର ଅଭିନେତ୍ରୀ କରୀନା କପୂରଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ।

ସେ ଆଗକୁ କହିଲେ କି ତାଙ୍କୁ କରୀନା କପୂର ବହୁତ ସୁନ୍ଦର ଲାଗନ୍ତି ଓ ଚାନ୍ସ ମିଳିଲେ ସେ ତାଙ୍କୁ ଡେଟ କରିବା ପାଇଁ ଚାହିଁବେ । ହାର୍ଦ୍ଦିକ ପ୍ରାୟତଃ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କହିବାକୁ ଗଲେ ହାର୍ଦ୍ଦିକ ବର୍ତ୍ତମାନ ସମୟରେ ୱାର୍ଲ୍ଡ କପ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଏହି କାରଣରୁ ଆସିଥିଲେ ବିବାଦରେ

‘କଫି ୱିଥ କରନ’ ର ସିଜିନ ୬ରେ ମହିଳାମାନଙ୍କ ପ୍ରତି ନିଜର ଖରାପ କମେଂଟ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ ରାହୁଲଙ୍କୁ ବିବାଦ ଘେରି ନେଇଥିଲା । ଏହି ବିବାଦକୁ ବଢୁଥିବାର ଦେଖି ବିସିସିଆଇ ତରଫରୁ ଦୁଇ ଜଣଙ୍କୁ ସୋ-କଜ ନୋଟିସ ବି ପଠାଯାଇଥିଲା ଓ ଏହା ପରେ ଦୁଇ ଜଣଙ୍କୁ ODI ମ୍ୟାଚ ପାଇଁ ବ୍ୟାନ ବି କରି ଦିଆଯାଇଥିଲା । କପ୍ତାନ ବିରାଟ କୋହଲୀ ଓ କ୍ରିକେଟର ହରଭଜନ ସିଂହ ବି ଏହି ମାମଲାରେ ଆପତ୍ତି ଜଣାଇ ଥିଲେ ।