ଆପଣଙ୍କର ଏହି ଛୋଟ ଛୋଟ ଭୁଲ ଆପଣଙ୍କର ଆଖିକୁ କରିଦିଏ ନଷ୍ଟ

ଆମେ ଯଦି ଏହି ରଙ୍ଗ ବେରଙ୍ଗି ଦୁନିଆକୁ ଦେଖି ପାରୁଛୁ ତେବେ ତାହା ଆମ ଆଖି ଦ୍ଵାରା ହିଁ ସମ୍ଭବ ହେଉଛି । ସେଥିପାଇଁ ଆଖିର ଯତ୍ନ ନେବା ଉଚିତ ଓ ସମୟେ ସମୟେ ଡାକ୍ତରଙ୍କ ଦ୍ଵାରା ଚେକଅପ କରାଇବା ଉଚିତ । କିନ୍ତୁ ଆଜିକାଲି ବ୍ୟସ୍ତତା ପୂର୍ଣ୍ଣ ଜୀବନରେ ଲୋକମାନେ ନିଜର ଆଖିର ଧ୍ୟାନ ରଖିପାରୁ ନାହାନ୍ତି ଯାହା ଦ୍ଵାରା ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ଆଜି ଆମେ ଆପଣଙ୍କୁ ଆଖି ଖରାପ ହେବାର ଏକ ମୁଖ୍ୟ କାରଣ ବିଷୟରେ ଏହି ପୋଷ୍ଟ ମାଧ୍ୟମରେ କହିବାକୁ ଯାଉଛୁ ।

କଣ ଆପଣମାନେ ଜାଣିଛନ୍ତି କି ଆଖିକୁ ସବୁଠୁ ଅଧିକ କେଉଁ ଜିନିଷ ଖରାପ କରିଥାଏ । ତାହା ହେଉଛି ଆପଣଙ୍କର ମୋବାଇଲ ଫୋନ । ଆଜିକାଲି ସମସ୍ତେ ନିଜ ମୋବାଇଲ ଦ୍ଵାରା ସମସ୍ତ କାମ କରି ଦେଉଛନ୍ତି ଓ ଛୋଟ ପିଲାମାନେ ବି ଆଜିକାଲି ମୋବାଇଲ ଚଲାଉଛନ୍ତି । କଣ ଆପଣ ଜାଣିଛନ୍ତି କି ଏହି ମୋବାଇଲ ଆପଣଙ୍କର ଆଖି ପାଇଁ କେତେ ଭୟାନକ ଅଟେ ।

କହିବାକୁ ଗଲେ ଆଖିର ଦୃଷ୍ଟିଶକ୍ତି କୁ ମୋବାଇଲ ଧୀରେ ଧୀରେ କମ କରି ଦେଉଛି ଓ ଯୁବାବସ୍ଥାରେ ହିଁ ଆପଣ ନିଜର ଆଖି ସମସ୍ୟାରେ ପୀଡିତ ରୁହନ୍ତି । ଆପଣ ଜାଣି ପାରନ୍ତି ନାହିଁ କି ଆପଣଙ୍କର ଆଖିର ଦୃଷ୍ଟିଶକ୍ତି କେତେବେଳେ କମ ହୋଇ ଯାଇଛି ।

ଏହା ଛଡା ବି ଅନ୍ୟ କିଛି ଏମିତି ଭୁଲ ଅଛି ଯାହା ଆପଣଙ୍କର ଆଖିକୁ ଖରାପ କରିଦିଏ । ଯାହାକୁ ଆପଣ ନିଜର ଦୈନିକ ଜୀବନରେ କରି ଆସୁଛନ୍ତି । ସେଥିପାଇଁ ଆପଣଙ୍କୁ ନିଜ ଆଖି ପ୍ରତି ସାବଧାନ ରହିବା ଉଚିତ ।

ବର୍ତ୍ତମାନ ସମୟରେ ମଣିଷ ମୋବାଇଲକୁ ନିଜ ଶରୀରର ଏକ ମୁଖ୍ୟ ଅଙ୍ଗ ଭାବୁଛି । ଆପଣଙ୍କୁ କହିଦେଉଛୁ କି ମୋବାଇଲରୁ ବାହାରୁଥିବା କିରଣ ଆମର ଆଖି ପାଇଁ ବହୁତ ହାନିକରକ ଅଟେ । ସବୁବେଳେ ମୋବାଇଲ ବ୍ୟବହାର କରିଲେ ତାହା ଧୀରେ ଧୀରେ ଆମର ଆଖିର ଦୃଷ୍ଟିଶକ୍ତିକୁ କମ କରିଦିଏ ଓ ଯଦି ଆପଣ ଲଗାତାର ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ ଚଲାଉଛନ୍ତି ତେବେ ଆପଣଙ୍କ ଆଖିରୁ ପାଣି ବାହାରିଥାଏ ।

କିନ୍ତୁ କିଛି ଲୋକମାନେ ଏହାକୁ ନଜରଅନ୍ଦାଜ କରି ଦିଅନ୍ତି, ଯାହାର କ୍ଷତି ତାଙ୍କୁ ହିଁ ଭୋଗିବାକୁ ପଡିଥାଏ । ଆପଣଙ୍କୁ କହିଦେଉଛୁ କି ଯଦି ଆପଣଙ୍କ ସହିତ ବି ଏହିଭଳି ହେଉଛି ତେବେ ଏହା ଭଲ ସଂକେତ ନୁହେଁ । ଆପଣ ସଙ୍ଗେ ସଙ୍ଗେ ଡାକ୍ତରଙ୍କର ପରାମର୍ଶ ନେଇ ଚିକିଶ୍ଚା କରାନ୍ତୁ ଓ ନିଜ ଆଖିର ଧ୍ୟାନ ରଖନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।