ଇଏ ହେଉଛନ୍ତି ସେହି ବ୍ୟାଟସମ୍ୟାନ ଯିଏକି ଲଗାଇଥିଲେ କ୍ରିକେଟ ଇତିହାସର ପ୍ରଥମ ସେଞ୍ଚୁରୀ, ନଟ ଆଉଟ ୧୬୫ ରନ କରିଥିଲେ

କ୍ରିକେଟ ଇତିହାସରେ ସବୁଠୁ ଅଧିକ ଶତକ ଲଗାଇବାର ରେକର୍ଡ ଭାରତର ପ୍ରସିଦ୍ଧ ପୂର୍ବ କ୍ରିକେଟର ସଚିନ ତେନ୍ଦୁଲକରଙ୍କର ନାମରେ ଅଛି । ଯିଏକି ୫୧ ଟେଷ୍ଟ ଏବଂ ୪୯ ୱାନ୍ଡେ ମ୍ୟାଚରେ ଶତକ ଲଗାଇଛନ୍ତି । ଅର୍ଥାତ ସେ ପୁରା ୧୦୦ ଅନ୍ତରାଷ୍ଟ୍ରୀୟ ଶତକ ଲଗାଇଛନ୍ତି । କିନ୍ତୁ ଆପଣ ଏହା ଜଣା ନ ଥିବେ କି ପୃଥିବୀରେ ପ୍ରଥମେ କେଉଁ ବ୍ୟାଟସମ୍ୟାନ ଶତକ କରିଥିଲେ ଏବଂ ସେହି ସମୟରେ ସେହି ବ୍ୟାଟସମ୍ୟାନ କେତେ ରନ କରିଥିଲେ ଏବଂ କେଉଁ ଟିମ ବିରୁଦ୍ଧରେ ଖେଳିଥିଲେ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ । ଚାଲନ୍ତୁ ଆରମ୍ଭ କରିବା ।

ତେବେ ଆପଣମାନଙ୍କୁ ଜଣାଇବା ନିମନ୍ତେ କହିଦେଉଛୁ ଯେ କ୍ରିକେଟ ଜଗତରେ ପ୍ରଥମ ଶତକ କରିବାର ରେକର୍ଡ ଅସ୍ଟ୍ରେଲିୟାର କ୍ରିକେଟର ଚାର୍ଲ୍ସ ବ୍ୟାନରମ୍ୟାନଙ୍କର ନାମରେ ଅଛି । ଯାହାଙ୍କର ଜନ୍ମ ୩ ଜୁଲାଇ ୧୮୫୧ରେ ଇଂଲଣ୍ଡରେ ହୋଇଥିଲା । ଯେତେବେଳେ କି ସେ ୨୦ ଅଗଷ୍ଟ ୧୯୩୦ରେ ଶେଷ ନିଶ୍ଵାସ ନେଇଥିଲେ ।

ଯଦି ଆମେ ପ୍ରଥମ ଶତକ କଥାବାର୍ତ୍ତା କରିବା ତେବେ ସେ ନିଜର ପ୍ରଥମ ମ୍ୟାଚରେ ୧୬୫ ରନ କରି ନଟ ଆଉଟ ରହିଥିଲେ । ଏହି ମ୍ୟାଚ ୧୫ ମାର୍ଚ ୧୮୭୭ ରେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ଅସ୍ଟ୍ରେଲିୟା ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିଲା । ଯେଉଁଥିରେ ଅସ୍ଟ୍ରେଲିୟାର ଏହି ବ୍ୟାଟସମ୍ୟାନ ନିଜର ଭଲ ଖେଳ ପ୍ରଦର୍ଶନ କରି ୧୬୫ ରନ କରି ନଟ ଆଉଟ ରହିଥିଲେ ।

ଏହି ପାରିରେ ବ୍ୟାନରମ୍ୟାନ ରିଟାୟର୍ଡ ହର୍ଟ ହୋଇଥିଲେ । ଯେଉଁଥିରେ ସେ ୨୮୫ ବଲର ସାମନା କରିଥିଲେ ଏବଂ ୧୮ ଟି ଚଉକା ବି ମାରିଥିଲେ । ଏହି ମ୍ୟାଚର କଥା କହିଲେ ଅସ୍ଟ୍ରେଲିୟା ଟିମ ଭଲ ପ୍ରଦର୍ଶନ କରି ୪୫ ରନ ଦ୍ଵାରା ଜିତି ଥିଲେ ।

କିନ୍ତୁ ତାଙ୍କର କ୍ୟାରିୟର ଲମ୍ବା ଯାଇ ନଥିଲା ଏବଂ କେବଳ ୩ ଟି ଟେଷ୍ଟ ମ୍ୟାଚ ହିଁ ନିଜର ପୁରା ଜୀବନରେ ଖେଳିଥିଲେ । ବ୍ୟାନରମ୍ୟାନ ୧୮୭୭ ମସିହାରେ ଡେବ୍ୟୁ କରି ଶତକ କରିଥିଲେ ଏବଂ ଶେଷ ଥର ୧୮୭୯ ଇଂଲଣ୍ଡ ବିରୁଦ୍ଧରେ ବି ମ୍ୟାଚ ଖେଳିଥିଲେ । ପୁରା କ୍ୟାରିୟରର ଏହି ୩ ଟି ମ୍ୟାଚରେ ସେ ୨୩୯ ରନ କରିଥିଲେ ।

ଆପଙ୍କୁ ଯଦି ଏହି ଖବର ଟି ଭଲ ଲାଗିଥାଏ ତେବେ ଶେୟାର କରିବାକୁ ଭୁଲିବେନି । ଆମ ପ୍ଜେକୁ ଲାଇକ କରନ୍ତୁ , ଆମେ ଆଗକୁ ଏମିତି ଅନେକ ରୋମାଞ୍ଚକର ଘଟଣା ଆପଣଙ୍କ ପାଇଁ ନେଇ ଆସିବୁ ।