ସମସ୍ତ ବ୍ୟକ୍ତିମାନଙ୍କୁ ଏହି ଅଭ୍ୟାସରୁ ଦୂରେଇ ରହିବା ଉଚିତ, ନହେଲେ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ କରିଦେବ କାଙ୍ଗାଳ

ଏହି ସଂସାରରେ ସମସ୍ତେ ଚାହାନ୍ତି କି ସେମାନେ ନିଜ ଜୀବନରେ ସବୁବେଳେ ଖୁସିରେ ରହିବେ । କିନ୍ତୁ ଏହା ଅସମ୍ଭବ ଅଟେ । ସମୟ ସହିତ ବ୍ୟକ୍ତିକୁ ବିଭିନ୍ନ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଏହା ଛଡା ବ୍ୟକ୍ତି ଦ୍ଵାରା କରାଯାଉଥିବା ଏମିତି କିଛି କାର୍ଯ୍ୟ ତା’ ଜୀବନରେ ଦୁଃଖ ଓ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ । ବ୍ୟକ୍ତି ନିଜ ଜୀବନରେ ବହୁତ କାର୍ଯ୍ୟ ଏମିତି କରିଥାଏ ଯାହା ତା’ ପାଇଁ ସାମାନ୍ୟ ହୋଇଥାଏ କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଶୁଭ ନୁହେଁ ।

ଏହି କାର୍ଯ୍ୟ ବ୍ୟକ୍ତି ଜୀବନର ସୁଖ ଓ ସମୃଦ୍ଧିକୁ ସମାପ୍ତ କରି ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରୁ ଆପଣମାନଙ୍କୁ ଦୂରରେ ରହିବା ଉଚିତ ।

ଆସନ୍ତୁ ଜାଣିବା ଏହି କାର୍ଯ୍ୟ କଣ ଅଟେ

·    ବହୁତ ବ୍ୟକ୍ତି ନିଜର ଜୋତା ଚପଲକୁ ଏଠି ସେଠି ରଖି ଦିଅନ୍ତି । ସେମାନଙ୍କର ଏହି ଅଭସ୍ୟା ଦ୍ଵାରା ସେମାନଙ୍କ ଜୀବନରେ ଶତୃ ବାଧା ଆସିଥାଏ । ସେଥିପାଇଁ ଘରେ ଜୋତା ଚପଲକୁ ସଠିକ ଭାଗରେ ରଖନ୍ତୁ ।

·    ଆପଣ କେବେ ବି ବିଛଣାରେ ବସି ଖାଦ୍ୟ ଖାଆନ୍ତୁ ନାହିଁ । ଏହା ଛଡା ଆପଣ ଯେତେବେଳେ ଯେଉଁଠି ଖାଉଛନ୍ତି ସେଠି ଅଇଁଠା ଥାଳି ଛାଡନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ ।

·    ଆପଣ ନିଜ ଘରେ କିମ୍ବା ଆଖପାଖରେ ଗଛ ଗୁଡିକୁ ବାସ୍ତୁ ହିସାବରେ ଲଗାନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ କିମ୍ବା ଆଖ ପାଖରେ ଶୁଖିଲା ଗଛ ରହିବା ଦ୍ଵାରା ସନ୍ତାନ କଷ୍ଟ ହୋଇଥାଏ ।

·    ଅପଣଙ୍କୁ କେହି ଯଦି ପାଣି ପିଇବା ପାଇଁ ମାଗୁଛନ୍ତି ତେବେ ତାଙ୍କୁ କେବେ ବି ମନା କରନ୍ତୁ ନାହିଁ । ଯେଉଁ ବ୍ୟକ୍ତି ମନା କରିଥାଏ ତାକୁ ଅନ୍ନ ଓ ଧନ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ ।

·    ଏହି କଥାର ଧ୍ୟାନ ରଖିବେ କି ଆପଣ ଯେଉଁ ବସ୍ତୁ, ଖାଦ୍ୟ, କିମ୍ବା କପଡା ଦାନ କରୁଛନ୍ତି ତାହା ଉପଯୋଗୀ ଥିବା ଦରକାର । ଯଦି ଆପଣ ଖରାପ  ହୋଇଥିବା ବସ୍ତୁକୁ ଦାନ କରିବେ ଯାହାକି ଉପଯୋଗ ହୋଇ ପାରିବ ନାହିଁ ତେବ ତାହାକୁ ଦାନ କରିବା ଦ୍ଵାରା ଆପଣଙ୍କୁ ଦୁର୍ଭାଗ୍ୟ ମିଳିଥାଏ ।

·    ଯେଉଁ ବ୍ୟକ୍ତି ଗାଈଙ୍କୁ କଷ୍ଟ ଦେଇଥାନ୍ତି ସେମାନଙ୍କର ପୂଣ୍ୟ ସମାପ୍ତ ହୋଇଯାଏ । ସେଥିପାଇଁ ଗାଈମାନଙ୍କୁ କେବେ ବି କଷ୍ଟ ଦେବେ ନାହିଁ ।