ଏହି ଅଭିନେତାମାନେ ପଟାଇଲେ ବଲିଉଡର ସବୁଠୁ ଧନୀ ଝିଅମାନଙ୍କୁ ଆଉ ହୋଇଗଲେ ସବୁଠୁ ଧନୀ ଘରର ଜ୍ଵାଇଁ

ଆମର ଭାରତୀୟ ସଂସ୍କୃତିରେ ସମ୍ପର୍କକୁ ବହୁତ ମହତ୍ଵ ଦିଆଯାଏ । ଯଦି ବଲିଉଡର କଥା କହିବା ତେବେ ବଲିଉଡରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ଧନୀ ଘରର ଜ୍ଵାଇଁ ହୋଇଛନ୍ତି । ଏହି ସମସ୍ତେ ଆକ୍ଟର ନିଜ ଇଚ୍ଛାରେ ହିଁ ନିଜର ଜୀବନସାଥୀକୁ ବାଛିଛନ୍ତି ଓ ଆଜି ସବୁଠୁ ଧନୀ ଘରର ଜ୍ଵାଇଁ ହୋଇ ଯାଇଛନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ଏହିଭଳି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ।

ଅକ୍ଷୟ କୁମାର ଓ ଟ୍ୱିଂକଲ ଖନ୍ନା

ବଲିଉଡର ଖିଲାଡୀ କୁମାର ଅକ୍ଷୟ କୁମାର ରାଜେଶ ଖନ୍ନାଙ୍କର ଜ୍ଵାଇଁ ଅଟନ୍ତି । କହିଦେଛୁ କି ଅକ୍ଷୟ ଟ୍ୱିଂକଲଙ୍କର ବାହାଘର ୧୭ ଜାନୁୟାରୀ ୨୦୦୧ରେ ହୋଇଥିଲା ।

ଧନୁଷ ଓ ଐଶ୍ୱର୍ୟା

ସାଉଥ ର ଷ୍ଟାର ଧନୁଷ ସବୁଠୁ ବଡ ସୁପରଷ୍ଟାର ରଜନୀକାନ୍ତଙ୍କର ଜ୍ଵାଇଁ ଅଟନ୍ତି । ଧନୁଷଙ୍କୁ ‘କୋଲାବରୀ ଡି’ ଗୀତରୁ ଦୁନିଆସାରା ଲୋକମାନେ ଚିହ୍ନି ପାରିଥିଲେ । ସେ ୨୦୦୪ରେ ରଜନୀକାନ୍ତଙ୍କର ଝିଅ ଐଶ୍ୱର୍ୟାଙ୍କ ସହ ବିବାହ କରିଥିଲେ ।

ଶର୍ମନ ଜୋଶୀ ଓ ପ୍ରେରଣା ଚୋପଡା ଜୋଶୀ

ଶର୍ମନ ଜୋଶୀ ନିଜ ଜମାନାର ଲୋକପ୍ରିୟ ଖଳନାୟକ ପ୍ରେମ ଚୋପଡାଙ୍କର ଜ୍ଵାଇଁ ଅଟନ୍ତି । ଥ୍ରୀ ଇଡିୟଟ୍ସ ଓ ଗୋଲମାଲ ଭଳି ଫିଲ୍ମରେ କାମ କରିବା ପରେ ତାଙ୍କର ନାମ ସଫଳ ଅଭିନେତା ଲିଷ୍ଟରେ ସାମିଲ ହୋଇଗଲା । ୨୦୦୦ରେ ଶର୍ମନ ଜୋଶୀ ପ୍ରେରଣା ଚୋପଡାଙ୍କ ସହ ବିବାହ କରିଥିଲେ ।

କୁନାଲ କପୂର ଓ ନୈନା କପୂର

‘ରଂଗ ଦେ ବସଂତି’ ଫିଲ୍ମରେ ନିଜର ନିପୁଣ ଅଭିନୟ ଦ୍ଵାରା କୁନାଲ ସମସ୍ତଙ୍କର ହୃଦୟ ଜିତି ନେଇଥିଲେ । ଆପଣଙ୍କୁ କହିଦେଉଛୁ କି କୁନାଲ ମହାନୟକ ଅମିତାଭ ବଚ୍ଚନଙ୍କର ଛୋଟ ଭାଇ ଅଜିତାଭ ବଚ୍ଚନଙ୍କର ଝିଅ ନୈନାଙ୍କ ସହ ବିବାହ କରିଛନ୍ତି । ବିବାହ ପରେ କୁନାଲ ଏକ ବଡ ଘରର ଜ୍ଵାଇଁ ହୋଇଯାଇଛନ୍ତି ।

ଅଜୟ ଦେବଗନ ଓ କାଜୋଲ ଦେବଗନ

ଅଜୟ ଦେବଗନ ଆକ୍ଶନ ଓ କମେଡି ରେ ମହାରଥ ହାସଲ କରିଛନ୍ତି । କହିଦେଛୁ କି ସେ ୧୯୯୯ରେ କାଜୋଲଙ୍କ ସହ ବିବାହ କରିଥିଲେ ଓ ନିଜ ଜମାନାର ପ୍ରସିଦ୍ଧ ଅଭିନେତ୍ରୀ ତନୁଜାଙ୍କର ଜ୍ଵାଇଁ ହୋଇଥିଲେ । ଆଜି ଦୁଇଜଣଙ୍କର ଯୋଡି ସବୁଠୁ ସୁପରହିଟ ଅଟେ ।

କୁନାଲ ଖେମୂ ଓ ସୋହା ଅଲୀ ଖାନ

କୁନାଲ ଖେମୂ ଓ ସୋହା ଅଲୀ ଖାନ ବର୍ଷ ୨୦୧୫ରେ ବିବାହ କରିଥିଲେ । ସୋହା ଅଲୀ ଖାନ ପଟୌଦୀ ଖାନଦାନର ଝିଅ ଅଟନ୍ତି । ଏମିତିରେ ସୋହାଙ୍କୁ ବିବାହ କରିବା କୁନାଲ ଖେମୂଙ୍କ ପାଇଁ କୌଣସି ଜ୍ୟାକପଟରୁ କମ ନୁହେଁ ।