ଇଏ ହେଉଛି ସଲମାନ ଖାନଙ୍କର ୮ ଜଣ ଗର୍ଲଫ୍ରେଣ୍ଡଙ୍କର ଲିଷ୍ଟ, ଏମାନଙ୍କ କାରଣରୁ ସଲମାନ ୫୩ ବର୍ଷରେ ବି ଅଛନ୍ତି ଅବିବାହିତ

ବଲୀଉଡର ଦବଙ୍ଗ ସଲମାନ ଖାନଙ୍କ ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି । ସମସ୍ତେ ଜାଣିଛନ୍ତି କି ସଲମାନ ଖାନଙ୍କ ଜୀବନରେ ଗୋଟିଏ ନୁହେଁ ଅନେକ ଝିଅ ଆସିଛନ୍ତି ତଥାପି ସେ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ସଲମାନ ଖାନ ବଲୀଉଡର ସବୁଠୁ ଡିମାଣ୍ଡିଙ୍ଗ ଅଭିନେତା ଅଟନ୍ତି । ବର୍ତ୍ତମାନ ତାଙ୍କ ପାଖରେ ବହୁତ ଫିଲ୍ମର ଅଫର ଅଛି ।

କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ୮ ଜଣ ଗର୍ଲଫ୍ରେଣ୍ଡ ଙ୍କ ବିଷୟରେ କହିବାକୁ ଯାଉଛୁ । ଏମାନେ ସମସ୍ତେ ସଲମାନଙ୍କୁ କେବଳ ଗୋଟିଏ କାରଣରୁ ହିଁ ଛାଡିଲେ ତାହା ହେଉଛି ତାଙ୍କର ବ୍ୟବହାର ।

ଏହା ହେଉଛି ସଲମାନ ଖାନଙ୍କର ୮ ଜଣ ଗର୍ଲଫ୍ରେଣ୍ଡଙ୍କର ଲିଷ୍ଟ

ଶାହୀନ ଜାଫରୀ

ସଲମାନ ଖାନ ଟିନ ଏଜ ରେ ମଡେଲ ଶାହୀନ ଜାଫରୀଙ୍କୁ ଭଲ ପାଇଥିଲେ । ସଲମାନ ଖାନ ତାଙ୍କ ଘରେ କ୍ଷୀର ଏବଂ ବ୍ରେଡ ପହଞ୍ଚାଉଥିଲେ ଓ ମୁମ୍ବାଇର ସେଣ୍ଟ ଜେବିୟର କଲେଜରେ ଏକା ସହିତ ପଢୁଥିଲେ । କିନ୍ତୁ ସମୟ ଏମାନଙ୍କୁ ଦୂରେଇ ଦେଲା ।

ସଙ୍ଗୀତା ବିଜଲାନି

ସଙ୍ଗୀତା ବିଜଲାନିଙ୍କ ସହ ବି ସଲମାନ ଖାନଙ୍କର ସଲିଡ କନେକ୍ସନ ରହିଥିଲା । କୁହଯାଏ କି ଏମାନଙ୍କର ବାହାଘର ର କାର୍ଡ ମଧ୍ୟ ଛପା ହୋଇଯାଇଥିଲା । କିନ୍ତୁ କୌଣସି କାରଣରୁ ଏମାନେ ଅଲଗା ହୋଇଗଲେ । ସଙ୍ଗୀତା ବିଜଲାନି ଙ୍କୁ ସଲମାନ ଖାନଙ୍କର ସବୁ କଥାରେ ବାଧା ଦେବା ନେଚର ପସନ୍ଦ ନଥିଲା ।

ସୋମୀ ଅଲୀ

କରାଚୀ ପାକିସ୍ଥାନରେ ଜନ୍ମିତ ସୋମୀ ଅଲୀ ବି ସଲମାନ ଖାନଙ୍କର ଗର୍ଲଫ୍ରେଣ୍ଡ ଥିଲେ । ସୋମୀଙ୍କ ସହିତ ସଲମାନଙ୍କର ବହୁତ ଲମ୍ବା ଅଫେୟାର ଥିଲା । କିନ୍ତୁ ସଲମାନ ଖାନ ଯେତେବେଳେ ଐଶ୍ୱର୍ୟା ରାୟଙ୍କର ନିକଟତ୍ତର ହେଲେ ସେତେବେଳେ ସୋମୀ ସଲମାନଙ୍କ ଠାରୁ ଦୂରେଇ ଯାଇ ଆମେରିକା ଚାଲିଗଲେ ।

ଐଶ୍ୱର୍ୟା ରାୟ

ସଲମାନଙ୍କର ପ୍ରକୃତ ପ୍ରେମ ଥିଲେ ଐଶ୍ୱର୍ୟା ରାୟ । ସଲମାନ ଐଶ୍ୱର୍ୟାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ପୋଜେସିବ ନେଚର ଐଶ୍ୱର୍ୟାଙ୍କୁ ତାଙ୍କ ଠାରୁ ଦୂର କରିଦେଲା । ସେ ଐଶ୍ୱର୍ୟାଙ୍କୁ କୌଣସି ହିରୋଙ୍କ ସହ କାମ କରିବା ପାଇଁ ଦେଉନଥିଲେ । ଏମିତି କୁହାଯାଏ କି ସେହି ସମୟରୁ ହିଁ ସେ ନିଷ୍ପତ୍ତି ନେଇଥିଲେ କି ସେ କେବେ ବି ଆଉ ବିବାହ କରିବେ ନାହିଁ ।

କଟରୀନା କୈଫ

ସଲମାନଙ୍କର ନାମ କଟରୀନା କୈଫଙ୍କ ସହିତ ବି ଯୋଡା ହୋଇଥିଲା ଏବଂ କଟରୀନା କୈଫ ବି ସଲମାନଙ୍କୁ ପସନ୍ଦ କରୁଥିଲେ । କିନ୍ତୁ ରଣବୀର କପୂରଙ୍କ କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଦୂରତା ବଢିଗଲା ।

କ୍ଲାଡିୟା ସିଏସ୍ଲା

ବ୍ରିଟିଶ ମଡେଲ କ୍ଲାଡିୟା ସିଏସ୍ଲା ବି ସଲମାନଙ୍କ ହୃଦୟରେ ଘର କରିଥିଲେ । ସଲମାନଙ୍କ ସହିତ ତାଙ୍କର ଗୋଟିଏ ଫିଲ୍ମ ବି ଆସିଥିଲା । କିନ୍ତୁ ଏହା ପୂରାପୂରି ଫ୍ଲପ ରହିଲା ଓ ଏହା ପର ଠାରୁ ସଲମାନ କ୍ଲାଡିୟାଙ୍କ ଠାରୁ ଦୂରେଇ ଗଲେ ।

ଜରୀନ ଖାନ

କଟରିନାଙ୍କ ଭଳି ଦେଖାଯାଉଥିବା ଜରୀନ ଖାନଙ୍କୁ ସଲମାନ ଖାନ ଫିଲ୍ମରେ ଆଣିଥିଲେ ଏବଂ ତାଙ୍କ ସହିତ ବି ସଲମାନଙ୍କର ସମ୍ପର୍କ ଗଭୀର ହୋଇଥିଲା କିନ୍ତୁ ଏମାନେ ସବୁବେଳେ ନିଜର ସମ୍ପର୍କକୁ ନେଇ କିଛି ବି କୁହନ୍ତି ନାହିଁ ।

ଯୂଲିୟା ବଂତୁର

ସଲମାନଙ୍କର ବିଦେଶୀ ଗର୍ଲଫ୍ରେଣ୍ଡ ଙ୍କ ଲିଷ୍ଟରେ ଯୂଲିୟା ବଂତୁରଙ୍କର ନାମ ବି ସାମିଲ ଅଛି । ଯୂଲିୟାଙ୍କ ସହିତ ସଲମାନ ଛୁଟି ଦିନ ଗୁଡିକରେ ବୁଲିବାକୁ ବି ଯାଆନ୍ତି । ସଲମାନ ଖାନଙ୍କର ଘରେ ବି ସେ କିଛି ଉତ୍ସବରେ ବି ନଜର ଆସିଛନ୍ତି ।