ଆଗକୁ ଆହୁରି ପ୍ରବଳ ବର୍ଷା ପବନ, ଏହି ସବୁ ଜିଲ୍ଲାକୁ ସତର୍କ, କେଉଁଠି କେତେ ଢାଳିବ

ଓଡିଶାର ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଆହୁରି ଅଧିକ ମାତ୍ରାରେ ଘନୀଭୂତ ହୋଇ ବର୍ଷାର ରୂପ ଧାରଣ କରିବ । ଏହି ଲଘୁଚାପ କାରଣରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । ଉତ୍ତର ଓଡିଶା, ଉପକୂଳ ଓଡିଶା, ଦକ୍ଷିଣ ଉପକୂଳ ଓଡିଶା, ଉତ୍ତର ଉପକୂଳ ଓଡିଶାର ସବୁ ଜିଲ୍ଲା ଗୁଡିକରେ ପ୍ରବଳ ମାତ୍ରାରେ ବର୍ଷା ହେବ ଓ ଏହି ସମସ୍ତ ଜିଲ୍ଲାକୁ ରେଡ ଅଲର୍ଟ ବି ଜାରି କରାଯାଇଛି ।

କେବଳ ବର୍ଷା ନୁହେଁ ଏହା ସହିତ ଘଡଘଡି ସହ ବଜ୍ରପାତ ବି ହେବ । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୪୫ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପବନ ମଧ୍ୟ ବହିବାର ସମ୍ଭାବନା ଅଛି । ଏହି କାରଣରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ନିର୍ଦେଶ ଦିଆ ଯାଇଛି ।

କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କନ୍ଦ୍ରାପଡା, କଟକ, ଜଗସିଂହପୁର, ଢେଙ୍କାନାଳ, ଅନୁଗୁଳ ଏବଂ ଦେବଗଢ ଏହି ୧୧ ଟି ଜିଲ୍ଲାକୁ ରେଡ ଅଲର୍ଟ ଜାରି କରା ଯାଇଛି । ଏହି ସମସ୍ତ ଜିଲ୍ଲାରେ ଅତି ପ୍ରବଳ ମାତ୍ରାରେ ବର୍ଷା ସହ ବଜ୍ରପାତର ବି ସମ୍ଭାବନା ଅଛି । ଏହା ଛଡା ଏହି ଜିଲ୍ଲାର ପାଖାପାଖି ଥିବା ଜିଲ୍ଲା ଯେମିତି କି ଖୋର୍ଦ୍ଦା, ପୁରୀ, ସୁନ୍ଦରଗଢ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର ଏହି ସମସ୍ତ ଜିଲ୍ଲା ଗୁଡିକରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଯେଉଁଥିପାଇଁ ଏହି ସମସ୍ତ ଜିଲ୍ଲାକୁ ଅରେଞ୍ଜ ୱାରିଙ୍ଗ ଜାରି କରା ଯାଇଛି । ଏହା ସହିତ ଓଡିଶାର ସବୁ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା କରା ଯାଉଛି । ଏମିତିରେ କୁହାଯାଉଛି କି ଓଡିଶାର ୧୯ଟି ଜିଲ୍ଲାରେ ବନ୍ୟାର ପରିସ୍ଥିତି ଦେଖା ଯାଇପାରେ । ଏମିତିରେ ଓଡିଶାର ରିଲିଫ କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସମସ୍ତ ପରିସ୍ଥିତି ପାଇଁ ସତର୍କ ରହିବାକୁ ସୂଚନା ଦିଆ ଯାଇଛି ।

ଏହା ସହିତ ODRF ଟିମ, ଅଗ୍ନିସମ ବିଭାଗ ଇତ୍ୟାଦିକୁ ବି ସଜାଗ ରହିବା ପାଇଁ କୁହାଯାଇଛି । କାରଣ କିଛି ଜିଲ୍ଲା ଗୁଡିକରେ ଜଲବନ୍ଦି ପରିସ୍ଥିତି ଦେଖା ଯାଇ ପାରେ କିମ୍ବା ଅଚାନକ ବନ୍ୟା ହେବାର ସମ୍ଭାବନା ଅଛି । ସେଥିପାଇଁ ଆମର ଅନୁରୋଧ କି ଆପଣ ସମସ୍ତେ ସତର୍କ ଓ ସୁରକ୍ଷିତ ରୁହନ୍ତୁ ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।