ଏଭଳି ସ୍ଵଭାବର ସ୍ତ୍ରୀ ମାନେ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ଭଲ ପାଇଥାନ୍ତି

ଆଜି ଆମେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣିତ ଥିବା ଅମୂଲ୍ୟ ଜ୍ଞାନ ବିଷୟରେ ଚର୍ଚା କରିବାକୁ ଯାଉଛୁ । କହିବାକୁ ଗଲେ ପ୍ରତ୍ୟକ ପୁରୁଷ ଓ ମହିଳା ଭଗବାନ ଅଂସରୁ ଜନ୍ମ ହୋଇଥାନ୍ତି । ସେମାନଙ୍କ ମଧ୍ୟରେ ଦେଖାଯାଉଥିବା ଆଚରଣ ଓ ସ୍ଵଭାବ ଭଗବାନଙ୍କର ଦାନ ଅଟେ । କିନ୍ତୁ ହାତର ପାଞ୍ଚ ଆଙ୍ଗୁଠି ଭଳି ସମସ୍ତଙ୍କର ସ୍ଵଭାବ ଓ ଆଚରଣ ସମାନ ହୋଇ ନ ଥାଏ । କହିବାକୁ ଗଲେ ବିବାହ ପରେ ସ୍ଵାମୀ ହିଁ ସ୍ତ୍ରୀର ସବୁକିଛି ହୋଇଥାଏ । କିନ୍ତୁ ଏମିତି କିଛି ସ୍ତ୍ରୀ ଅଛନ୍ତି ଯେଉଁମାନେ ବାହା ହେବା ପରେ ନିଜର ସ୍ଵାମୀକୁ ଛାଡି ପର ପୁରୁଷ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି ।

କେଉଁ ସ୍ତ୍ରୀ ମାନେ ପର ପୁରୁଷ ପ୍ରତି ଆକର୍ଷିତ ହୋଇଥାନ୍ତି ତାହା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । ପୁଣି ଜ୍ୟୋତିଷ ଶାସ୍ତ୍ରରେ ସ୍ତ୍ରୀ ଓ ପୁରୁଷ କେତେ ପ୍ରକାର ହୋଇଥାନ୍ତି ତାହା ବି ବର୍ଣିତ ହୋଇଛି । ମୁଖ୍ୟତଃ ସ୍ତ୍ରୀ ମାନଙ୍କୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।

ଚିତ୍ରିଣୀ ପ୍ରକୃତିର ମହିଳା

ଏହି ପ୍ରକୃତିର ମହିଳାମାନେ ପବିତ୍ର ଆଚରଣ ତଥା ସଜ୍ଜନ ମାନଙ୍କୁ ସ୍ନେହ କରନ୍ତି । ସାଜ ସଜାରେ ଏମାନେ ଅଧିକ ଧ୍ୟାନ ଦିଅନ୍ତି । ଏମାନଙ୍କର ମନ ଚିତ୍ର କଳା, ଗୀତ ଗାଇବାରେ ଅଧିକ ଲାଗିଥାଏ । ଏମାନେ ଧାର୍ମିକ ପ୍ରକୃତିର ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ବି ହୋଇଥାନ୍ତି । ଏମାନଙ୍କର ମଥା ଗୋଲାକାର, ଦେହ କୋମୋଳ ଓ ଆଖି ଚଞ୍ଚଳ ହୋଇଥାଏ । ସ୍ଵର କୋଇଲି ପରି ହୋଇଥାଏ । ଏହିଭଳି ଝିଅ ବହୁତ କମ ଦେଖା ଯାଆନ୍ତି । ଏମାନେ ଗରିବ ଘରେ ଜନ୍ମ ହୋଇଥିଲେ ବି ଏମାନେ ଭବିଷ୍ୟତରେ ପାଟ ରାଣୀ ପରି ବଞ୍ଚି ଥାନ୍ତି । ଏମାନଙ୍କର ଆୟୁଷ କାଳ ୪୮ ବର୍ଷ ହୋଇଥାଏ ।

ଶଙ୍ଖିନୀ ପ୍ରକୃତିର ମହିଳା

ଏହି ପ୍ରକୃତିର ମହିଳାମାନେ ଅନ୍ୟ ସ୍ତ୍ରୀ ମାନଙ୍କ ତୁଳନାରେ ଅଳ୍ପ ଲମ୍ବା ହୋଇଥାନ୍ତି । ଏମାନଙ୍କ ନାକ ମୋଟା, ଆଖି ଅସ୍ଥିର ,ସ୍ଵର ଗମ୍ଭୀର ହୋଇଥାଏ । ଏମାନେ ସର୍ବଦା ଦୁଖୀ ଭଳି ଦେଖାଯାଆନ୍ତି । ବିନା କରଣରେ କ୍ରୋଧ କରିଥାନ୍ତି । ଏମାନେ ସ୍ଵାମୀର କଥା ମାନନ୍ତି ନାହିଁ । ଏମାନେ ସବୁବେଳେ ଭୋଗ ବିଳାସରେ ମାତିଥାନ୍ତି । ଏହିଭଳି ମହିଳା ସଂସାରରେ ବହୁତ ଦେଖାଯାନ୍ତି । ଏମାନେ ପରିବାର ସହ ରହିଥିଲେ ମଧ୍ୟ ଅଲଗା ହୋଇ ରହିଥାନ୍ତି । ଶେଷ ସମୟରେ ଏମାନେ ବହୁତ ଦୁଖ ପାଇଥାନ୍ତି । ଏମାନଙ୍କର ଆୟୁଷ ଅଧିକ ହୋଇଥାଏ ।

ହସ୍ତିନୀ ପ୍ରକୃତିର ମହିଳା

ଏମାନଙ୍କ ସ୍ଵଭାବ ସବୁବେଳେ ବଦଳି ଥାଏ । ଏମାନେ ଭୋଗ ବିଳାସରେ ମାତିଥାନ୍ତି । ଏମାନେ ଅଧିକ ଭୋଜନ କରନ୍ତି । ଏମାନେ ବହୁତ ଅଳସୁଆ ହୋଇଥାନ୍ତି । ଏମାନଙ୍କର ଗାଲ, ମଥା, ନାକ, କାନର ରଙ୍ଗ ଗୋରା ହୋଇଥାଏ । ଏମାନେ ବହୁତ ରାଗି ଅଟନ୍ତି । ଗୋଡର ଆଙ୍ଗୁଠି ତେଢା ବଙ୍କା ହୋଇଥାଏ । ଏମାନେ ବହୁତ ରୋଗିଣା ହୋଇଥାନ୍ତି । ଏମାନଙ୍କ ଆୟୁଷ ୭୩ ବର୍ଷ ହୋଇଥାଏ ।

ପଦ୍ମିନୀ ପ୍ରକୃତିର ମହିଳା

ଏମାନେ ବହୁତ ସୁନ୍ଦର, ସରଳ, ନମ୍ର ସ୍ଵଭାବର ହୋଇଥାନ୍ତି । ଏମାନେ ମାତା ପିତାଙ୍କ ସେବା କରନ୍ତି । ଏମାନଙ୍କ ଶରୀର ପଦ୍ମ ଭଳି ବାସୁଥାଏ । ପ୍ରଥମ ଦେଖାରେ ଏମାନେ ସମସ୍ତଙ୍କୁ ଆକୃଷ୍ଟ ହୋଇଥାନ୍ତି । ଏମାନଙ୍କ କେଶ ଲାମ୍ବା ଓ କୋମଳ ହୋଇଥାଏ । ଏମାନେ ପତିବ୍ରତା ନାରି ଅଟନ୍ତି । ଏମାନେ ଗୁରୁଜନମାନଙ୍କୁ ସମ୍ମାନ କରନ୍ତି । ଏମାନେ ସୌଭାଗ୍ୟବତୀ ଅଟନ୍ତି ।

କୁସ୍ଞ୍ଚ୍ଳି ପ୍ରକୃତିର ମହିଳା

ଏହି ମହିଳାଙ୍କର ମଥାରେ ଚମକୁ ଥିବା ବିନ୍ଦୁ ମଧ୍ୟ ମଳିନ ଦେଖାଯାଏ । ଏମାନଙ୍କର ଲାଜ ସରମ ନ ଥାଏ । ଏମାନଙ୍କର ହାତରେ ୯ଟି ରେଖା ଥାଏ କିନ୍ତୁ ପୂଣ୍ୟ ଓ ଶ୍ଵାସ୍ତିକ ରେଖା ନ ଥାଏ । ଏମାନଙ୍କ ମନ ନିଜ ସ୍ଵାମୀ ଅପେକ୍ଷା ଅନ୍ୟ ପୁରୁଷ ଉପରେ ଅଧିକ ଥାଏ । ଏମାନେ ବହୁତ ଝଗ୍ଡ଼ାଳୁ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।