ଏବେ ଡ୍ରାଇଭିଙ୍ଗ ଲାଇସେନ୍ସ ନ ଥିଲେ ବି କଟିବ ନାହିଁ ଚାଲାଣ, ବାସ କରନ୍ତୁ ଏହି ଗୋଟିଏ କାମ, ପଢନ୍ତୁ ନୂଆ ନିୟମ

କୌଣସି ଗାଡି ଚଲେଇବା ସମୟରେ ନିଜ ପାଖରେ  ଡ୍ରାଇଭିଙ୍ଗ ଲାଇସେନ୍ସ  ରଖିବା ଜରୁରୀ ଅଟେ ନଚେତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯଦି କୌଣସି ସମୟରେ ଡ୍ରାଇଭିଙ୍ଗ ଲାଇସେନ୍ସ ନ ଥାଏ ତେବେ  ପୋଲିସମାନେ  ଚାଲାଣ କାଟିଥାନ୍ତି । ଅଧିକାଂଶ ସମୟରେ ଲୋକଙ୍କ ପାଖରେ ଡ୍ରାଇଭିଙ୍ଗ ଲାଏସେନ୍ସ ଥିଲେ ବି ସେମାନେ ନିଜ ସହ ଆଣିବାକୁ  ଭୁଲି ଯାଆନ୍ତି । ଗାଡି ଚଳେଇବା ସମୟରେ ଡ୍ରାଇଭିଙ୍ଗ ଲାଏସେନ୍ସ ସହ ହେଲମେଟ ମଧ୍ୟ ନିଜ ପାଖରେ ରଖିବା ଉଚିତ । ନ ହେଲେ ଅନେକ ଦୁର୍ଘଟଣାର ସାମନା କରିବାକୁ ପଡେ ।

ଏହି ସମସ୍ୟାକୁ ଦୂର କରିବା ପାଇଁ ଉତ୍ତର ପ୍ରଦେଶର ପରିବହନ ବିଭାଗ ଏକ ନୂଆ ନିୟମ ବାହାର କରିବାକୁ ଯାଉଛନ୍ତି । ଏହି ନିୟମ ଅନୁଯାଇ ଡ୍ରାଇଭିଙ୍ଗ ଲାଇସେନ୍ସକୁ ଆଧାର କାର୍ଡ ସହ ଲିଙ୍କ କରାଯିବ । ଏହା ଦ୍ଵାରା ଯଦି ଆପଣଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ନ ଥିବ ତେବେ ଆଧାର କାର୍ଡ ଦେଖାଇଲେ ଆପଣଙ୍କୁ ଆଉ ଚାଲାଣ ଦେବାକୁ ପଡିବ ନହିଁ ।

ଆପଣ ଟ୍ରାଫିକ ପୋଲିସକୁ ଡ୍ରାଇଭିଙ୍ଗ ଲାଇସେନ୍ସ ବଦଳରେ ଆଧାର କାର୍ଡ ଦେଖାଇ ପାରିବେ । ଯାତାୟାତ କରିବା ସମୟରେ ଲୋକମାନେ ଉଲଂଘନ କରୁଥିବା ନିୟମକୁ ଆଖି ଆଗରେ ରଖି ୟୁପି ସରକାର ଏହି ନୂଆ ନିୟମଟି ଲାଗୁ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଛୋଟରୁ ଛୋଟ ଗାଡି ଚାଳକମାନେ ନିୟମକୁ ଉଲଂଘନ କରୁଥିବାରୁ ୫୦୦ଟଙ୍କାର ଚାଲାଣ ଦେଇଥାନ୍ତି । ଅଧିକାରୀଙ୍କ କହିବା ଅନୁଯାଇ ଅଧିକାଂଶ ଗାଡି ଚାଳକ ମାନଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ନ ଥାଏ । ଲୋକମାନେ ଡ୍ରାଇଭିଙ୍ଗ ଲାଇସେନ୍ସ ନିଜ ପାଖରେ ନ ରଖିବା କାରଣରୁ ସରକାର ଏହି ନିୟମଟିକୁ ନେବା ପାଇଁ ନିଷ୍ପତି ନେଇଛନ୍ତି ।

ସହରାନପୁରର ସହାୟକ ପରିବହନ ଅଧିକାରୀ କୁଳଦୀପ ସିଂହ ଏହି ନୂଆ ଯୋଜନା ବିଷୟରେ କହିଛନ୍ତି । ତାଙ୍କ କହିବା ଅନୁଯାଇ ବର୍ତ୍ତମାନ ପରିବହନ ବିଭାଗ ଡ୍ରାଇଭିଙ୍ଗ ଲାଏସେନ୍ସ ସହ ଆଧାର କାର୍ଡର ଲିଙ୍କ କରିବା କାମରେ ଲାଗି ପଡିଛନ୍ତି । ଏହି ଯୋଜନାଟି ସଫଳ ହୋଇପାରିଲେ ଆଧାର କାର୍ଡ ଡ୍ରାଇଭିଙ୍ଗ ଲାଇସେନ୍ସର ବିପରୀତ ହୋଇପାରିବ ।   କେବଳ ଏତିକି ନୁହେ ଏହା ଛଡା ପରିବହନ ବିଭାଗ ଦ୍ଵାରା ଅନ୍ୟ ସବୁ ସେବାଗୁଡିକୁ ମଧ୍ୟ ଆଧାର କାର୍ଡ ସହ ସଂଯୋଗ କରି ଦିଆଯିବ । ଲୋକମାନଙ୍କର ଭଲ ପାଇଁ ସରକାର ଏହି ନିୟମଟିକୁ କାର୍ଯ୍ୟକାରି କରିବା ଉଚିତ  ।

ଏହି ଯୋଜନରୁ ଆପଣମାନଙ୍କୁ ଏହା ଲାଭ ମିଳିବ ଯେ ଘରେ ବସି ଆପଣମାନେ ଆଧାର କାର୍ଡ ସାହାଯ୍ୟରେ ଡୁପ୍ଲିକେଟ ଆରସି, ଡୁପ୍ଲିକେଟ ଡ୍ରାଇଭିଙ୍ଗ ଲାଏସେନ୍ସ, ସମ୍ପତିର ଅନୁସସ୍ଥା କାଗଜ ମଗାଇପାରିବେ । ଆଶା କରୁଛୁ ଏହି ଯୋଜନରୁ ଆପଣମାନଙ୍କୁ ବହୁତ ଲାଭ ମିଳିବ । ଯଦି ସରକାର କରିଥିବା ଏହି ନିୟମ ଟିକୁ ଆପଣମାନେ ମାନିବେ ତ କେବଳ ସରକାରଙ୍କର ନୁହେଁ ଆପଣମାନଙ୍କର ମଧ୍ୟ ଲାଭ ହେବ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ