ସବୁଠୁ ବଡ ଖୁସି ଖବର : ଶେଷରେ ରାତି ୯:୨୦ ରେ ଦେଶରେ ପହଞ୍ଚିଲେ ଭାରତର ବୀର ପୁତ୍ର ‘ଅଭିନନ୍ଦନ’, ପହଞ୍ଚିବା ପରେ ଆଗକୁ କଣ କଣ ହେବ ଜାଣନ୍ତୁ…

ଭାରତ ପାଇଁ ଆଜି ଖୁସିର ଦିନ ଅଟେ । ଶେଷରେ ରାତି ୯:୨0 ରେ ଦେଶରେ ପହଞ୍ଚିଲେ ଭାରତର ବୀର ପୁତ୍ର ‘ଅଭିନନ୍ଦନ’ । ଆଜିର ଏହି ଦିନ ଇତିହାସରେ ସବୁଦିନ ପାଇଁ ସ୍ଵର୍ଣ ଅକ୍ଷରରେ ଲେଖା ହୋଇଯିବ । ଭାରତରେ ଆଜିର ଦିନକୁ ରାଷ୍ଟ୍ରୀୟ ପର୍ବ ରୂପରେ ପାଳନ କରାଯାଉଅଛି । ବାଘା ବର୍ଡର ଉପରେ ଅଭିନନ୍ଦନଙ୍କର ଫେରିବାକୁ ନେଇ ବହୁତ ଜୋଶ ଦେଖିବାକୁ ମିଳୁଛି । ନିଜର ବୀର ପୁତ୍ରକୁ ଆଣିବା ପାଇଁ ଅଭିନନ୍ଦନଙ୍କର ପରିବାର ଲୋକମାନେ ବି ବାଘା ବର୍ଡର ପହଞ୍ଚି ଛନ୍ତି ।

ଏହି ସମୟରେ ପିଏମ ମୋଦୀ କହିଛନ୍ତି କି ଅଭିନନ୍ଦନଙ୍କର ପୁରା ଦେଶକୁ ଗର୍ବ ଅଛି । ଅଭିନନ୍ଦନଙ୍କର ସାହାସିକତର ଚର୍ଚା କେବଳ ଭାରତରେ ନୁହେଁ, ପୁରା ଦୁନିଆରେ ହେଉଛି ।

ଅଭିନନ୍ଦନଙ୍କର ହେବ ମେଡିକାଲ ଚେକଅପ

ଅଭିନନ୍ଦନ ଫେରିବା ମାତ୍ରେ ସଙ୍ଗେ ସଙ୍ଗେ ତାଙ୍କର ମେଡିକାଲ ଚେକଅପ କରାଯିବ, ଯେଉଁଥି ପାଇଁ ବାଘା ବର୍ଡର ଉପରେ ମେଡିକାଲ ଟିମ ପ୍ରସ୍ତୁତ ଅଛନ୍ତି । ଏହି ଯାଞ୍ଚ ଦ୍ଵାରା ଏହା ଜଣା ପଡିବ କି କେଉଁଠି ତାଙ୍କୁ କିଛି ଆଘାତ ଲାଗି ନାହିଁ ତ । ମେଡିକାଲ ଚେକଅପ ପରେ, ତାଙ୍କୁ ବାଘା ବର୍ଡରରୁ ଦିଲ୍ଲୀକୁ ନିଆଯିବ । ମେଡିକାଲ ଚେକଅପ ଏଥିପାଇଁ କରାଯିବ ଯାହା ଦ୍ଵାରା ଆମେ ସନ୍ତୁଷ୍ଟ ହୋଇ ପାରିବେ କି ଆମର ପାଇଲଟ ସହିତ ପାକିସ୍ତାନ ସେନା କିଛି ଖରାପ କାମ କରି ନାହାନ୍ତି କି କିଛି ଟ୍ରାକିଂ ପାଇଁ ତାଙ୍କ ବଡି ରେ କିଛି ଲଗାଇ ନାହାନ୍ତି ତ ।

ଅଭିନନ୍ଦନ କରିବେ ମିଟିଙ୍ଗ

ମେଡିକାଲ ଯାଞ୍ଚ ପରେ ନିଲିଥିବା ସୂଚନା ଅନୁସାରେ ଅଭିନନ୍ଦନ ମିଟିଙ୍ଗ କରିବେ, ଯେଉଁଥିରେ ସେନାର ସମସ୍ତ ବଡ ଅଧିକାରୀ ସାମିଲ ଥିବେ ଏବଂ ଏହି ସମୟରେ ଅଭିନନ୍ଦନ ପାକିସ୍ତାନରେ ବିତାଇ ଥିବା ସମୟ ବିଷୟରେ ନିଜର ସହଯୋଗୀ ମାନଙ୍କୁ କହିବେ । ଏହା ସହିତ କହିବେ କି ପାକିସ୍ତାନ ତାଙ୍କ ସହିତ କିଛି ଖରାପ ବ୍ୟବାହର କରି ନାହିଁ ତ କିମ୍ବା ପାକିସ୍ତାନ ତାଙ୍କୁ ପ୍ରତାଡିତ କରି ନାହାନ୍ତି ତ । ଏହା ପରେ ଅଭିନନ୍ଦନ ନିଜ ସାଥିମାନଙ୍କ ସହିତ ଦେଖା କରିବେ ।

ବିନା କୌଣସି ସର୍ତ ଉପରେ ଫେରିଲେ ଅଭିନନ୍ଦନ

ପାକିସ୍ତାନ ଉପରେ ଚାରିଆଡୁ ଚାପ ପଡିବା ପରେ ଅଭିନନ୍ଦନଙ୍କୁ ବୀନା କୌଣସି ସର୍ତରେ ଛାଡିବା ପାଇଁ ପାକିସ୍ତାନ ବାଧ୍ୟ ହେଲା । ଇମରାନ ଖାନ ଗୁରୁବାର ଦିନ ହିଁ ଏହା କହିଥିଲେ କି ଶୁକ୍ରବାର ଦିନ ହିଁ ଅଭିନନ୍ଦନଙ୍କୁ ରିହା କରାଯିବ । କିନ୍ତୁ ସକାଳୁ ସମସ୍ତେ ଅପେକ୍ଷା କରିଛନ୍ତି, କିନ୍ତୁ ସେ ରେ ଆସି ପହଞ୍ଚିଲେ । ତାଙ୍କର ପହଞ୍ଚିବା ପରେ ଦେଶରେ ପୁରା ଖୁସିର ମହୋଲ ହେଇଯାଇଛି । ସମସ୍ତେ ଏହି ସମୟକୁ ସେଲିବ୍ରେଟ କରୁଛନ୍ତି ।

ଆମ ବୀର ଦେଶକୁ ଫେରିଥିବା ଖୁସିରେ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ କୁ ଲାଇକ କରନ୍ତୁ ।