Durga Puja 2022, ଘରକୁ ନେଇ ଆସନ୍ତୁ ଏହି 5 ଜିନିଷ, ମା ଦୂର୍ଗା ପ୍ରସନ୍ନ ହୋଇ ବର୍ଷସାରା ଆପଣଙ୍କ ଘରେ କରିବେ ଧନର ବର୍ଷା

ଚଳିତ ବର୍ଷ ୫ ଅକ୍ଟୋବର ବୁଧବାର ଦିନ ପାଳିତ ହେବାକୁ ଯାଉଛି ପବିତ୍ର ଦୁର୍ଗାପୂଜା ବା ଦଶହରା ପର୍ବ । ଦୁର୍ଗାପୂଜା ପୂର୍ବରୁ ଆରମ୍ଭ ନବରାତ୍ରି ହେବାକୁ ଯାଉଛି ନବରାତ୍ରି । ମା ଦୂର୍ଗାଙ୍କୁ ଯେତେ ପୂଜା କଲେ ମଧ୍ୟ କମ୍ ପଡିଥାଏ । ତେଣୁ ତାଙ୍କୁ ପ୍ରସନ୍ନ କରିବା ପାଇଁ ଏହି ନବରାତ୍ରିରେ ବିଶେଷ ପୂଜାପାଠ ସହ କିଛି ଉପାୟ କରିବା ଦ୍ଵାରା ମା ଦୂର୍ଗା ଆପଣନାଙ୍କ ଉପରେ ପ୍ରସନ୍ନ ହେବା ସହିତ ବର୍ଷସାରା ଆପଣଙ୍କ ଘରେ ଧନର ବର୍ଷା କରିବେ । ତେବେ ଚାଲନ୍ତୁ ଜାଣିବା କଣ ସବୁ ସେହି ଖାସ୍ ଉପାୟମାନ ।

ପ୍ରଥମ ଜିନିଷଟି ହେଉଛି ରୂପା ପଇସା । ଯଦି ଆପଣଙ୍କ ଘରୁ ଦାରିଦ୍ର୍ୟତା ଦୂର କରିବାକୁ ଚାହୁଁଛନ୍ତି ତେବେ ପବିତ୍ର ନବରାତ୍ରି ଶେଷ ହେବା ପୂର୍ବରୁ ରୂପାର ପଇସା ନିଶ୍ଚିତ ଭାବେ ଘରକୁ ନେଇ ଆସନ୍ତୁ । ଏହି ରୂପା ପଇସାକୁ କୌଣସି ବି ଦିନ ଆଣି ପବିତ୍ର ମନରେ ଭଲଭାବେ ପୂଜା କରନ୍ତୁ ଓ ପରେ ଏହାକୁ ନେଇ ଘରର ଆଲମାରୀରେ ରଖିଦିଅନ୍ତୁ । ଏହାଦ୍ବାରା ଘରେ ମା ଲକ୍ଷ୍ମୀଙ୍କ ବାସ ହେବା ସହ ବିଭିନ୍ନ ଦିଗରୁ ଟଙ୍କାପଇସାର ଆଗମନ ହୋଇଥାଏ ।

ଦ୍ଵିତୀୟ ଜିନିଷଟି ହେଉଛି କଉଡି । ଯଦି ଆପଣଙ୍କୁ ଧନ ସମ୍ବନ୍ଧିତ କିଛି କାର୍ଯ୍ୟରେ ଅସୁବିଧାର ସାମ୍ନା କରିବାକୁ ପଡୁଛି ତେବେ ଦୁର୍ଗାପୂଜା ଶେଷ ହେବା ପୂର୍ବରୁ ଧଳା କିମ୍ବା ହଳଦିଆ କଉଡି ନିଶ୍ଚିତ ଭାବେ ଘରକୁ ଆଣନ୍ତୁ । ମା’ଙ୍କର ପୂଜା କରିବା ବେଳେ କଉଡିକୁ ମଧ୍ୟ ପୂଜା କରନ୍ତୁ ଓ ପରେ ଏହାକୁ ଏକ ଲାଲ କପଡାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଦେଖିବେ ପୁରା ବର୍ଷ ଆପଣଙ୍କ ଘରେ ଆଉ ଧନର ଅଭାବ ରହିବ ନାହିଁ ।

ତୃତୀୟ ଜିନିଷ ହେଉଛି ପଦ୍ମଫୁଲ ଉପରେ ବସିଥିବ ମା’ ଲକ୍ଷ୍ମୀଙ୍କ ଫଟୋ । ମା ଦୂର୍ଗା ତଥା ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ନବରାତ୍ରିରେ ମା ଲକ୍ଷ୍ମୀଙ୍କର ଏହି ଫଟୋ ଘରକୁ ନିଶ୍ଚୟ ଆଣନ୍ତୁ ଏବଂ ଘରେ ରଖି ବର୍ଷସାରା ଏହାର ପୂଜା କରନ୍ତୁ । ଏହି ଉପାୟ ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବେ ବାସ କରିଥାନ୍ତି ।

ଚତୁର୍ଥରେ ହେଉଛି ଦକ୍ଷିଣାବର୍ତ୍ତୀ ଶଙ୍ଖ । ନବରାତ୍ରିରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣିବା ଦ୍ଵାରା ମା ଲକ୍ଷ୍ମୀ ଓ କୁବେର ମହାରାଜାଙ୍କ କୃପା ବର୍ଷା ହୋଇଥାଏ । ଏହି ଶଙ୍ଖକୁ ପୂଜାସ୍ଥଳରେ କିମ୍ବା ଆଲମାରୀରେ ରଖିଦିଅନ୍ତୁ । ଏହି ଶଙ୍ଖକୁ କେବେବି ଖାଲି ରଖିବା ଉଚିତ ନୁହେଁ । ତେଣୁ ଏଥିରେ କିଛି ହଳଦିଆ ଚାଉଳ ରଖନ୍ତୁ, ଦେଖିବେ ଆପଣଙ୍କ ଘରେ ଧନର କୌଣସି ଅଭାବ ରହିବ ନାହିଁ ।

ପଞ୍ଚମରେ ହେଉଛି ଶ୍ରୀ ଯନ୍ତ୍ର । ଶ୍ରୀଜନ୍ତ୍ର ଅନେକ ପ୍ରକାରର ରହିଥାଏ । ତେଣୁ ଏମିତିରେ ଆପଣ ଯେକୌଣସି ଶ୍ରୀଯନ୍ତ୍ର ନବରାତ୍ରି ସମୟରେ ଆପଣ ଘରକୁ ଆଣିପାରିବେ । ଦୁର୍ଗାପୂଜା ଶେଷ ହେବା ପୂର୍ବରୁ କୌଣସି ବି ଶ୍ରୀଯନ୍ତ୍ର ଆଣି ନିଜ ପୂଜାଘରେ ଲାଲ କପଡା ଉପରେ ଏହାକୁ ସ୍ଥାପନ କରିଦିଅନ୍ତୁ । ଏହାଦ୍ବାରା ମଧ୍ୟ ମା ଲକ୍ଷ୍ମୀ ଓ କୁବେର ସ୍ଥାୟୀ ଭାବେ ଆପଣଙ୍କ ଘରେ ବାସ କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।