ଦୁନିଆରେ ସବୁଠୁ ଅଧିକ ସ୍ୟାଲେରୀ ଦେଇଥାନ୍ତି ଏହି ଦେଶମାନେ, କେବଳ ଏତିକି ଘଣ୍ଟା କରିବାକୁ ପଡିବ କାମ

ବର୍ତ୍ତମାନ ଦୁନିଆରେ ପ୍ରାୟତଃ ସମସ୍ତେ ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ଆୟ କରିବାକୁ ଚାହାନ୍ତି । ଏହି ବ୍ୟସ୍ତତାପୂର୍ଣ୍ଣ ଜୀବନରେ ସମସ୍ତଙ୍କୁ ଭୌତିକ ସୁଖ ସୁବିଧା ଓ ଆରାମଦାୟକ ଜୀବନ ଦରକାର । ଯଦି ଆପଣ ବି ଅଳ୍ପ କାମ କରି ଜଲ୍ଦି ଜଲ୍ଦି ଧନୀ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ସ୍ଵପ୍ନ ବି ସତ ହୋଇପାରେ । କହିବାକୁ ଗଲେ ଦୁନିଆରେ ଏମିତି ବହୁତ ଦେଶ ଅଛି ଯେଉଁଠି ପ୍ରତି ବ୍ୟକ୍ତିଙ୍କର ବର୍ଷକୁ ଆୟ ଲକ୍ଷ ଲକ୍ଷ ଟଙ୍କାରେ ହୋଇଥାଏ ଓ ସେମାନଙ୍କୁ ସବୁ ସପ୍ତାହରେ କିଛି ଘଣ୍ଟା ହିଁ କାମ କରିବାକୁ ପଡିଥାଏ ।

ଭାରତରେ କାମ କରିବା ପାଇଁ ପ୍ରତିଦିନ ୮ ଘଣ୍ଟାର ସମୟ ନିର୍ଧାରିତ ଅଟେ । କିନ୍ତୁ ସେହି ନିୟମ କେବଳ ସରକାରୀ ଚାକିରି ପର୍ଯ୍ୟନ୍ତ ସୀମିତି ଅଛି । କହିବାକୁ ଗଲେ ସାଧାରଣ ବ୍ୟକ୍ତି ଓ ଶ୍ରମିକମାନଙ୍କ ଅବସ୍ଥା ଆହୁରି ଅଧିକ ଖରାପ ଅଟେ । ତାଙ୍କୁ ୧୬ ରୁ ୧୮ ଘଣ୍ଟା ପର୍ଯ୍ୟନ୍ତ କାମ କରିବା ପରେ ବହୁତ କଷ୍ଟରେ ସ୍ୟାଲେରୀ ମିଳିଥାଏ ଓ ସେହି ସ୍ୟାଲେରୀ ଦ୍ଵାରା ଘର ଚଳିବା ବି ବହୁତ କଷ୍ଟ ହୋଇଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଦୁନିଆରେ ସେହି ୫ଟି ଦେଶ ବିଷୟରେ ଯେଉଁଠି ଆପଣ ଅଳ୍ପ କାମ କରି କିଛି ଘଣ୍ଟା ମଧ୍ୟରେ ବହୁତ ଟଙ୍କା ଆୟ କରି ପାରିବେ ।

ବେଲ୍ଜିୟମ (Belgium)ରେ ସବୁ ସପ୍ତାହରେ କେବଳ ୪୦ ଘଣ୍ଟା ହିଁ କାମ କରିବାକୁ ପଡିଥାଏ । କିନ୍ତୁ ସ୍ୟାଲେରୀ ୨୬ ହଜାରୁ ବି ଅଧିକ ପ୍ରତି ସପ୍ତାହକୁ ମିଳିଥାଏ ।

ଲଗ୍ଜମବର୍ଗ (Luxembourg)ରେ ବି ସପ୍ତାହକୁ କେବଳ ୪୦ ଘଣ୍ଟା କାମ କରିବାକୁ ପଡିଥାଏ । କିନ୍ତୁ ସ୍ୟାଲେରୀ ୨୯ ହଜାର ପାଖାପାଖି ପ୍ରତି ସପ୍ତାହକୁ ଅଟେ ।

ଏହିଭଳି ନ୍ୟୁଜିଲ୍ୟାଣ୍ଡ (Newzealand)ରେ ବି ସପ୍ତାହରେ କେବଳ ୪୦ ଘଣ୍ଟା କାମ କରିବାକୁ ପଡିଥାଏ । କିନ୍ତୁ ସ୍ୟାଲେରୀ ୨୩ ହଜାରୁ ବି ଅଧିକ ପ୍ରତି ସପ୍ତାହକୁ ମିଳିଥାଏ ।

ଏହି ପ୍ରକାରରେ ନେଦରଲ୍ୟାଣ୍ଡ (Netherlands)ରେ ସପ୍ତାହକୁ କେବଳ ୪୮ ଘଣ୍ଟା କାମ କରିବାକୁ ପଡିଥାଏ । କିନ୍ତୁ ସ୍ୟାଲେରୀ ପ୍ରତି ସପ୍ତାହକୁ ୨୭ ହଜାର ଅଟେ ।

ସବୁଠୁ ଅଧିକ ସ୍ୟାଲେରୀ ଦେଉଥିବା ଦେଶ ମଧ୍ୟରେ ଅଷ୍ଟ୍ରେଲିୟା(Australia)ର ନାମ ବି ଅଛି । ଏଠି ସପ୍ତାହକୁ ୩୮ ଘଣ୍ଟା କାମ କରିବା ପାଇଁ ସମୟ ନିର୍ଧାରିତ କରାଯାଇଛି । କିନ୍ତୁ ସ୍ୟାଲେରୀ ୨୭ ହଜାର ପ୍ରତି ସପ୍ତାହକୁ ମିଳିଥାଏ ।

ଯେତେବେଳେ କି ଆୟରଲ୍ୟାଣ୍ଡରେ (Ireland) ୪୬ ଘଣ୍ଟା କାମ କରିବାକୁ ପଡିଥାଏ । କିନ୍ତୁ ସ୍ୟାଲେରୀ ୨୩ ହଜାର ପ୍ରତି ସପ୍ତାହକୁ ଅଟେ ।

ବର୍ତ୍ତମାନ ଆପଣ ସମୟ ହିସାବରେ ଏହାକୁ ତୁଳନା କରି ଦେଖି ପାରିବେ । ସାଧାରଣତଃ ସବୁ ସପ୍ତାହରେ ଭାରତୀୟଙ୍କୁ ୧୨ ରୁ ୧୬ ଘଣ୍ଟା ସବୁଦିନ କାମ କରିବାକୁ ପଡିଥାଏ ।