ଏମାନେ ହେଉଛନ୍ତି ଦୁନିଆର ୫ ଟି ସବୁଠୁ କମଜୋର ଦେଶ, ନମ୍ବର ୧ ପାଖରେ ଅଛି କେବଳ ୬୦ ଜଣ ସୈନିକ

କହିବାକୁ ଗଲେ ଗୋଟିଏ ଦେଶର ସୁରକ୍ଷା ସେହି ଦେଶର ସୈନ୍ୟ ବାହିନୀ ଓ ପୋଲିସ କର୍ମୀମାନଙ୍କ ଉପରେ ନିର୍ଭର କରିଥାଏ । ଏମାନେ ଦେଶର ସୁରକ୍ଷାରେ ମୁଖ୍ୟ ଯୋଗଦାନ ଦେଇଥାନ୍ତି । କିନ୍ତୁ ଚିନ୍ତା କରନ୍ତୁ ଯଦି କୌଣସି ଦେଶର ସେନାବାହିନୀ ନ ଥିବ କିମ୍ବା କମ ଥିବ ତେବେ ସେହି ଦେଶ ନିଜର ସୁରକ୍ଷା କେମିତି କରିବ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ସେହି ୫ଟି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅନ୍ୟ ଦେଶ ଠାରୁ ବହୁତ କମଜୋର ଅଟନ୍ତି ଓ ତାଙ୍କ ପାଖରେ କୌଣସି ବି ସେନାବାହିନୀ ନାହାଁନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଦେଶ ବିଷୟରେ ।

ବାନୁଆତୁ

ଏହି ଦେଶ ଅଷ୍ଟ୍ରେଲିୟା ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ସୁନ୍ଦର ଆୟରଲ୍ୟାଣ୍ଡ ଅଟେ ଯାହାର ଅଫିଶିୟଲ ନାମ ‘ରିପବ୍ଲିକ ଅଫ ଵାନୁଆତୁ’ ଅଟେ । ଏହି ଦେଶର ଜନସଂଖ୍ୟା ମାତ୍ର ୨ ଲକ୍ଷ ୫୦ ହଜାର ପାଖାପାଖି ଅଟେ । ଏହି ଦେଶରେ ମାତ୍ର ୬୦ ଜଣ ସୈନିକ ଅଛନ୍ତି । ଯେଉଁମାନଙ୍କୁ ଏଠିକାର ପୁରା ଦାୟିତ୍ଵ ଦିଆ ଯାଇଛି ।

ଏଂଡୋରା

ଆମେ ଆପଣଙ୍କୁ କହିଦେଉଛୁ କି ଏହା ୟୁରୋପରେ ଅବସ୍ଥିତ ଏକ ଦେଶ ଅଟେ । ଯାହା ସ୍ପେନ ଓ ଫ୍ରାନ୍ସ ମଧ୍ୟରେ ପଡିଥାଏ । ଅସଲରେ ଏହା ଦୁନିଆର ସେହି ଦେଶ ଗୁଡିକ ମଧ୍ୟରେ ଆସିଥାଏ ଯାହା ବହୁତ ଛୋଟ ଦେଶ ଅଟେ । ଏହାର ଜନସଂଖ୍ୟା ୧୦୩୦୦୦ ପାଖାପାଖି ଅଟେ । ୟୁରୋପର ଏହି ଦେଶରେ କୌଣସି ଆର୍ମୀ ନାହିଁ । ପୁରା ଦେଶରେ କେବଳ ସେତିକି ହିଁ ସୈନିକ ଅଛନ୍ତି ଯେଉଁମାନେ ସେଠାକାର ରାଷ୍ଟ୍ରୀୟ ଉତ୍ସବରେ ପରଫର୍ମ କରିଥାନ୍ତି ।

ଆଈସଲ୍ୟାଣ୍ଡ

ଆଈସଲ୍ୟାଣ୍ଡ ଏକ ସୁନ୍ଦର ଦେଶ ଅଟେ । ଏହି ଦେଶର ଲୋକମାନେ ବହୁତ ହିଁ ଅଧିକ ଧନୀ ଅଟନ୍ତି । ତାଙ୍କର ଲାଇଫଷ୍ଟାଇଲ ବହୁତ ଭଲ ଅଟେ । ଏହି ଦେଶର ଲୋକମାନେ ବହୁତ ହିଁ ଅଧିକ ଖୁସିରେ ରୁହନ୍ତି । ଏହି ଦେଶରେ କୌଣସି ବି ମିଲିଟ୍ରୀ ଫୋର୍ସ ନାହିଁ । ଏହି ଦେଶରେ କେବଳ ୧୩୦ ଜଣ ଲୋକ ହିଁ କୋସ୍ଟ ଗାର୍ଡରେ ଅଛନ୍ତି । ଯେଉଁମାନେ ସମୁଦ୍ର କୂଳରେ ସବୁବେଳେ ପେଟ୍ରୋଲିଙ୍ଗ କରିଥାନ୍ତି ।

ଟୋଂଗା

ଏହି ଦେଶର ଜନସଂଖ୍ୟା ୧ ଲକ୍ଷ ରୁ ୨ ଲକ୍ଷ ପାଖାପାଖି ଅଟେ । କିନ୍ତୁ କିଛି ଦେଶ ଅପେକ୍ଷା ଏହି ଦେଶର ଆର୍ମୀ ଅଳ୍ପ ମଝବୁତ ଅଟେ । ୫୦୦ ଜଣ ଯବାନ ନେଭି, ଏୟାରଫୋର୍ସ ଓ ଆର୍ମୀରେ ଡିଭାଇଡ ହୋଇ ଅଛନ୍ତି ।

ମୋନାକୋ

ଏହି ଦେଶ ବିଷୟରେ ବହୁତ ଲୋକମାନେ ଜାଣିଛନ୍ତି । ଏହି ଦେଶକୁ କ୍ୟାସୀନୋ ଓ ଫର୍ମୂଲା ୱାନ ରେସ ଯୋଗୁ ବହୁତ ଲୋକମାନେ ଜାଣିଛନ୍ତି । କିନ୍ତୁ ଏହି ଦେଶ ବହୁତ କମଜୋର ଅଟେ । ଏହା ପାଖରେ କେବଳ ୨୫୫ ଜଣ ସୈନିକ ଅଛନ୍ତି ଓ ତାଙ୍କର ବି କାମ ଇଂଟରନାଲ ସିକ୍ୟୁରିଟୀ ଓ ପୁରା ଦେଶର ସୁରକ୍ଷା କରିବା ଅଟେ ।