ବିଶ୍ୱର ୪ଟି ସବୁଠୁ ବଡ ରହସ୍ୟମୟ ସ୍ଥାନ, ନିଜେ ନଦେଖିଲେ ବିଶ୍ବାସ କରିପାରିବେନି

ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠାକୁ ଯିବାର ମାନେ ମୃତ୍ୟୁକୁ ନିମନ୍ତ୍ରଣ କରିବା । ଏହା ସତ୍ବେ ବି ଲୋକମାନେ ସେଠାକୁ ଆଡଭେଞ୍ଚର ପାଇଁ ବୁଲିବାକୁ ଯାଆନ୍ତି । ପରନ୍ତୁ ଏମିତି କିଛି ସ୍ଥାନ ଅଛି ଯେଉଁଠାକୁ ଯିବା ପଛରେ ବୟାନ ଲାଗିଛି । କାରଣ ଏଠାକୁ ଗଲା ପରେ ସେଠାରୁ ସୁରକ୍ଷିତ ଫେରିବା ଅସମ୍ଭବ ହୋଇଯାଏ । ଆସନ୍ତୁ ଜାଣିବା ଦୁନିଆର ସବୁଠୁ ରହସ୍ୟମୟ ଓ ଭୟାନକ ଜାଗା ବିଷୟରେ ।

1 . Muangshan Mountain

ଯଦି ଆପଣ ଆଡଭେଞ୍ଚର ପ୍ରିୟ ଅଟନ୍ତି ତେବେ ଆପଣଙ୍କୁ ମାଉଙ୍ଗସାନ ପର୍ବତ ଅଧିକ ଆକର୍ଷଣ କରିବ । ଏହି ପର୍ବତ ନିଜ ସଂକୀର୍ଣ୍ଣ ରାସ୍ତା ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଓ ଏଥିପାଇଁ ଏହାକୁ ମୃତ୍ୟୁର ରାସ୍ତା ବୋଲି କୁହାଯାଏ । ଏହି ରାସ୍ତାରେ ଯାଉଥିବା ସମୟରେ ଆପଣଙ୍କର ଗୋଟିଏ ଛୋଟ ଭୁଲ ଆପଣଙ୍କ ଜୀବନ ବି ନେଇପାରେ ।

ଏହି ପର୍ବତ ନିଜର ପ୍ରାକୃତିକ ସୌନ୍ଦର୍ଜ୍ୟ ଓ ଭୟାନକ ରାସ୍ତା ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ । ଏହାର ଉଚ୍ଚତା ୭୦୦୦ ଫୁଟ ଓ ଏହାକୁ ସବୁଠୁ ଭୟାନକ ପର୍ବତ ମଧ୍ୟରେ ଗଣା ଯାଇଥାଏ । ୭୦୦୦ ଫୁଟ ଉଚ୍ଚତାରେ ଗୋଟିଏ ପତଳା କାଠର ପ୍ଳେଟ ସାହାର୍ଯ୍ୟରେ ଚାଲିବା ମୃତ୍ୟୁକୁ ଡାକି ଆଣିବା ସହିତ ସମାନ । ଆଜି ପର୍ଯ୍ୟନ୍ତ ବହୁତ ଲୋକ ସେହି ଜାଗାରେ ନିଜର ଜୀବନ ହରାଇଛନ୍ତି ।

2 . Murder valley

ମେକ୍ସିକୋ ରେ ଏମିତି ଏକ ଭୟାନକ ସହର ଅଛି ଯେଉଁଠାକୁ ପୋଲିସ ପ୍ରଶାସନ ଯିବାକୁ ମଧ୍ୟ ଭୟ କରିଥାନ୍ତି । ଦିନେ ଏହି ସହରରେ ଲୋକମାନେ ସୁଖ ଶାନ୍ତିରେ ଜୀବନ ବିତାଉଥିଲେ ଓ କୁକୁଡା ଚାଷ ଏମାନଙ୍କର ମୁଖ୍ୟ ବ୍ୟବସାୟ ଥିଲା । ପ୍ରଥମେ ଏହି ସହରରେ ୬୦,୦୦୦ ଲୋକ ରହୁଥିଲେ । ସେହି ସହରକୁ କବ୍ଜା କରିବା ଓ ରାଜୁତି କରିବାର ଲୋଭ ସେମାନଙ୍କ ଭିତରେ ଝଗଡା ସୃଷ୍ଟି କଲା ।

ସେମାନେ ପରସ୍ପରକୁ ନିର୍ମମ ଭାବରେ ହତ୍ୟା କଲେ । ଏବେ ଏହି ସହରରେ କେବଳ ୫୦୦୦ ଲୋକ ଜୀବିତ ଅଛନ୍ତି ଓ ସେମାନେ ବି ଡର ଓ ମୃତ୍ୟୁର ଭୟରେ ଜୀବନ ବିତାଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୨୦୦୯ ରେ ଏଠାରେ ପ୍ରତି ବ୍ଯକ୍ତିର ହତ୍ୟା ଦର ୧୬୦୦ ଥିଲା ଯାହାକି ଦୁନିଆର ସବୁଠୁ ଭୟାନକ ସହର ତୁଳନାରେ ୬ ଗୁଣ ଅଧିକ ।

3 . Snake island

ବ୍ରାଜିଲ ରୁ ପ୍ରାୟ ୯୦ km ଦୂରରେ ଅବସ୍ଥିତ ଏହି ଆଇଲ୍ୟାଣ୍ଡ କୁ ସ୍ନେକ ଆଇଲ୍ୟାଣ୍ଡ କୁହାଯାଏ କାରଣ ଏହିଠାରେ ଦୁନିଆର ଅଧିକାଂଶ ସାପଙ୍କୁ ଦେଖିବାକୁ ମିଳେ । ଏଥିପାଇଁ ଏହି ସ୍ଥାନକୁ ଦୁନିଆର ସବୁଠୁ ଭୟାନକ ସ୍ଥାନ ବୋଲି କୁହାଯାଏ ।

ଏଠାକୁ ଯାଇଥିବା ଲୋକମାନଙ୍କ ମଧ୍ୟରୁ କେହି ବି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଫେରି ଆସି ପାରି ନାହିଁ । ଏହି ସାପମାନେ ଏତେ ବିଷଧର ହୋଇଥାନ୍ତି କି ଏମାନଙ୍କର ଗୋଟେ ଚୋଟରେ ପୀଡିତ ର ଶରୀର କଳା ପଡିଯାଏ ଓ ମୃତ୍ୟୁ ହୋଇଯାଏ ।

4 . Ramree island

ଏହି ଆଇଲ୍ୟାଣ୍ଡ ବର୍ମନ ର ନିକଟବର୍ତ୍ତୀ ସ୍ଥାନରେ ଅବସ୍ଥିତ । ଏହାକୁ ଏଥିପାଇଁ ଗିନିସ ବୁକ ୱାଲ୍ଡ ରେକର୍ଡ ରେ ଏଇଥିପାଇଁ ସ୍ଥାନ ମିଳିଛି କାରଣ ଏଠିକାର ଭୟାନକ ଜୀବମାନେ ସବୁଠୁ ଅଧିକ ଲୋକଙ୍କୁ କ୍ଷତି ଲହଞ୍ଚାଇଥାନ୍ତି । ଏଠାରେ ଖାରୁଆ ପାଣିର ବହୁତ ଗୁଡିଏ ପୋଖରୀ ଅଛି ଓ ସେଠାରେ ଭୟାନକ କୁମ୍ଭୀରମାନେ ରାଜ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।