ଦୁନିଆକୁ ଅଳବିଦା କହିସାରିଲେଣି ସଲମାନ ଖାନଙ୍କ ସହିତ କାମ କରୁଥିବା ଏହି ସବୁ କଳାକାର, ଜଣଙ୍କୁ ତ ସଲମାନ ଆଜି ବି ମନେ ପକାନ୍ତି

ଫିଲ୍ମରେ ଯେଉଁ କଳକାର ଲିଡ ରୋଲ କରୁଥିବା କଳକାରଙ୍କର ପାଖାପାଖି ରୋଲ କରିଥାନ୍ତି ପ୍ରାୟତଃ ସେମାନେ ଦର୍ଶକମାନଙ୍କର ହୃଦୟରେ ବି ବସି ଯାଆନ୍ତି । ଯଦି ଆମେ ସଲମାନ ଖାନଙ୍କର କଥାବାର୍ତ୍ତା କରିବୁ ତେବେ ତାଙ୍କ ସହିତ କାମ କରୁଥିବା କେତେକ କଳକାର ତାଙ୍କର ପାଖାପାଖି ହୋଇ ଯାଆନ୍ତି । ସମସ୍ତଙ୍କୁ ଦର୍ଶକମାନେ ଭଲ ପାଆନ୍ତି । ଏହି ଦୁନିଆରେ ଯିଏ ବି ଆସିଛି ସେ ନିଶ୍ଚିତ ଯିବ ।

କିନ୍ତୁ କିଛି ଲୋକମାନେ ସବୁଦିନ ପାଇଁ ମନେ ରହି ଯାଆନ୍ତି । ଅଳବିଦା କହିଦେଲେ ସଲମାନ ଖାନଙ୍କ ସହିତ କାମ କରୁଥିବା ଏହି କଳାକାର ମାନେ, କିନ୍ତୁ ଲୋକମାନଙ୍କର ହୃଦୟରେ ଓ ଫିଲ୍ମରେ ସେମାନଙ୍କର ନାମ ରହିବ ।

ଅଳବିଦା କହିଦେଲେ ସଲମାନ ଖାନଙ୍କ ସହିତ କାମ କରିଥିବା ଏହି କଳାକାରମାନେ

ଅଜିତ ବାଚ୍ଛାନୀ

ଫିଲ୍ମ ‘ହମ ଆପକେ ହୈଂ କୌନ ଓ ହମ ସାଥ-ସାଥ ହୈଂ ଭଳି ଫିଲ୍ମରେ ସଲମାନ ଖାନଙ୍କର ମାମୁଁ ହୋଇଥିବା ଅଜିତ ବାଚ୍ଛାନୀ ୨୦୦୩ରେ ଦୁନିଆକୁ ଅଳବିଦା କହିଦେଇଥିଲେ । ସେ ମିସ୍ଟର ଇଣ୍ଡିଆ, ସିର୍ଫ ତୁମ, ସୂର୍ୟବଂଶୀ ବଳି ଫିଲ୍ମରେ ବି କାମ କରିଛନ୍ତି ।

ଫାରୁଖ ଶେଖ

ସଲମାନ ଖାନ ଯେଉଁ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେହି ଫିଲ୍ମର ନାମ ଥିଲା ‘ବୀୱୀ ହୋ ତୋ ଐସୀ’ ଓ ଏହି ଫିଲ୍ମରେ ସଲମାନ ଖାନଙ୍କର ବଡ ଭାଇ ରୋଲରେ ଫାରୁଖ ଶେଖ ନଜର ଆସିଥିଲେ । ଫାରୁଖ ଶେଖ ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତା ଥିଲେ କିନ୍ତୁ ୨୦୧୩ରେ ତାଙ୍କର ନିଧନ ହୋଇଗଲା ।

ଓମ ପୁରୀ

ସଲମାନ ଖାନଙ୍କ ସହିତ କେତେକ ଫିଲ୍ମରେ ନଜର ଆସିଥିବା ଅଭିନେତା ଓମ ପୁରୀଙ୍କର ନିଧନ ୨୦୧୭ରେ ହୋଇଥିଲା । ସଲମାନଙ୍କ ସହିତ ତାଙ୍କର ଶେଷ ଦୁଇ ଫିଲ୍ମ ବଜରଂଗୀ ଭାଈଜାନ ଓ ଟ୍ୟୁବଲାଇଟ ଥିଲା । କିନ୍ତୁ ଟ୍ୟୁବଲାଇଟ ରିଲିଜ ହେବା ପୂର୍ବରୁ ହିଁ ଓମ ପୁରୀଙ୍କର ହାର୍ଟ ଆଟାକ କାରଣରୁ ମୁର୍ତ୍ୟୁ ହୋଇଯାଇଥିଲେ ।

ରୀମା ଲାଗୂ

ଅଭିନେତ୍ରୀ ରୀମା ଲାଗୂ ସଲମାନଙ୍କ ସହିତ ଫିଲ୍ମ ‘ହମ ସାଥ-ସାଥ ହୈଂ, ସାଜନ, ମୈଂନେ ପ୍ୟାର କିୟା, କୁଛ କୁଛ ହୋତା ହୈ, ଜୁଡୱା ଭଳି ଫିଲ୍ମରେ କାମ କରିଛନ୍ତି । ପ୍ରାୟତଃ ସବୁ ଫିଲ୍ମରେ ରୀମା ଲାଗୂ ସଲମାନଙ୍କର ମା ହୋଇଥିଲେ । ଏହା ସହିତ ତାଙ୍କୁ ସଲମାନଙ୍କର ଅନସ୍କ୍ରୀନ ମା ବି କୁହାଯାଏ । ରିମା ଲାଗୁଙ୍କର ନିଧନ ୨୦୧୭ରେ ହୋଇଥିଲା ।

ଲକ୍ଷ୍ମୀକାନ୍ତ ବେର୍ଡେ

ସଲମାନ ଖାନ ଓ ଲକ୍ଷ୍ମୀକାନ୍ତ ବେର୍ଡେ ‘ମୈଂନେ ପ୍ୟାର କିୟା, ସାଜନ, ହମ ଆପକେ ହୈଂ କୌନ, ହମ ତୁମ୍ହାରେ ହୈଂ ସନମ ଓ ଜାନମ ସମଝା କରୋ ଭଳି ଫିଲ୍ମରେ କାମ କରି ସାରିଛନ୍ତି । ତାଙ୍କର ନିଧନ ୨୦୦୪ରେ ଏକ ଦୁର୍ଘଟଣାରେ ହୋଇଥିଲା । ସଲମାନ ଓ ଲକ୍ଷ୍ମୀକାନ୍ତଙ୍କର ଭଲ ସମ୍ପର୍କ ଥିଲା । ତାଙ୍କର ମୁର୍ତ୍ୟୁରେ ସଲମାନ ବହୁତ କାନ୍ଦିଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।