୨୦୨୫ ବେଳକୁ ଦୁନିଆର ନକ୍ସାରୁ ଲିଭି ଯିବ ପାକିସ୍ତାନର ନାମ, କରାଚିରେ କିଣି ପାରିବେ ଘର : ଆରଏସଏସ ନେତା, ଜାଣନ୍ତୁ ଆହୁରି କଣ କହିଲେ

ଜାମ୍ମୂ ଓ କଶ୍ମୀରରୁ ଧାରା – ୩୭୦ କୁ ହଟାଇବା ପରେ ପାକିସ୍ତାନ ପୂରାପୂରି ପାଗଳ ହୋଇ ଯାଇଛି, କିନ୍ତୁ ତାହାର ଏହି ପାଗଳାମିକୁ ଆହୁରି ଅଧିକ ବଢାଇବା ପାଇଁ ଆରଏସଏସର ଜଣେ ନେତା ଏକ ବଡ ବୟାନ ଦେଇଛନ୍ତି । ଆରଏସଏସ ନେତା ଓ ରାଷ୍ଟ୍ରୀୟ ମୁସ୍ଲିମ ମଞ୍ଚର ପ୍ରମୁଖ ଇଂଦ୍ରେଶ କୁମାର ଶନିବାର ଦିନ ପାକିସ୍ତାନର ନିଦ ଉଡାଇବା ବାଲା ଏକ ବଡ ବୟାନ ଜାରି କରିଛନ୍ତି ।

ଯାହାକୁ ସେ ଲିଖିତ ରୂପରେ ଦେବା ପାଇଁ ବି ପ୍ରସ୍ତୁତ ଅଛନ୍ତି । ବିଚାରା ପାକିସ୍ତାନ ପୁରା ଦୁନିଆରେ କାଶ୍ମୀରର ଆଳାପ କରୁଛି, ସେଠି ଇଂଦ୍ରେଶ କୁମାର ପାକିସ୍ତାନକୁ କବ୍ଜା କରିବାର କଥାବାର୍ତ୍ତା କରୁଛନ୍ତି ।

ଲାହୌର ଯାଇ ବସିବେ – ଇଂଦ୍ରେଶ କୁମାର

ଆରଏସଏସ ନେତା ଇଂଦ୍ରେଶ କୁମାର କହିଲେ କି ବର୍ତ୍ତମାନ ୱିଲପାୱର ପଲିଟିକଲୀ ଚେଞ୍ଜ ହୋଇ ଯାଇଛି । ସେଥିପାଇଁ ଆମେ ଏହି ସ୍ଵପ୍ନ ନେଇ ବସିଛୁ କି ଲାହୌର ଯାଇ ବସିବୁ ଓ କୈଲାଶ ମାନସରୋବର ପାଇଁ ଚୀନରୁ ଅନୁମତି ନେବାକୁ ପଡିବ ନାହିଁ । ଏହା ସହିତ କହିଲେ କି ଢାକାରେ ବି ଆମର ହାତର ସରକାର ଚାଲୁଅଛି ।

ଏହି ସବୁ ସହିତ ସେ ଜୋର ଶୋରରେ କହିଲେ କି ୨୦୨୫ ପର୍ଯ୍ୟନ୍ତ ପାକିସ୍ତାନ ଶେଷ ହୋଇଯିବ ଓ କରାଚି ଇତ୍ୟାଦି ସବୁ ଭାରତର ଅଂସ ହୋଇଯିବ ଓ ଆପଣଙ୍କୁ ବିଶ୍ଵାସ ନ ହେଉଛି, ତେବେ ମୁଁ ଲେଖିକରି ଦେବା ପାଇଁ ବି ପ୍ରସ୍ତୁତ ଅଛି ।

କରାଚୀରେ ଘର କିଣିବେ – ଇଂଦ୍ରେଶ କୁମାର

ମିଡିୟାକର୍ମୀମାନଙ୍କ ସହିତ କଥାବାର୍ତ୍ତା କରି ଇଂଦ୍ରେଶ କୁମାର କହିଲେ କି ଆପଣ ମୋ ଠାରୁ ଲେଖି କରି ନିଅନ୍ତୁ ୫ – ୭ ବର୍ଷ ମଧ୍ୟରେ ଆପଣ କରାଚି, ଲାହୌର, ରାୱଲପିଂଡୀ, ସିୟାଲକୋଟରେ ଜାଗା କିଣି ପାରିବେ ଓ ବିଜନେସ ବି କରି ପାରିବେ । ଯାହା ପରେ ଅଖଣ୍ଡ ଭାରତର ନିର୍ମାଣ ହେବ ଓ ଭାରତ ଆହୁରି ଶକ୍ତିଶାଳୀ ହୋଇଯିବ । କହିବାକୁ ଗଲେ ଏହି ବୟାନ ପାକିସ୍ତାନ ପାଇଁ ଏକ ଚିନ୍ତାର ବିଷୟ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।