ଦୁଇଜଣ ଭଉଣୀ ପରସ୍ପର ସହ କଲେ ବିବାହ, କହିଲେ- ପୁଅ ମାନଙ୍କ ଉପରେ ଭରସା କରିବା ବହୁତ କଷ୍ଟ

ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହିସବୁ ଘଟଣା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହିପରି ଏକ ଘଟଣା ଘଟିଛି ରୋହନିଆଂ ଅଞ୍ଚଳରେ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ସୂଚନା ଅନୁସାରେ ଜଣା ପଡିଛି କି ଜିଲ୍ଲାର ରୋହାନିଆଂ ଅଞ୍ଚଳରେ ସ୍ଥିତ ଧାଗଡବୀର ହନୁମାନ ମନ୍ଦିରରେ ମଙ୍ଗଳବାର ଦିନ ଖରାବେଳ ସମୟରେ ଦୁଇଜଣ ଝିଅ ଟିସାର୍ଟ ଓ ଜିନ୍ସ ପ୍ୟାଣ୍ଟ ପିନ୍ଧି ପହଞ୍ଚିଥିଲେ । ଏହି ଦୁଇଜଣ ଝିଅ ବହୁତ ସମୟ ଧରି ମନ୍ଦିର ପରିସରରେ ବସିଥିଲେ ।

ଏହା ପରେ ସେହି ଦୁଇଜଣ ଝିଅ ମନ୍ଦିରର ପୂଜାରୀକୁ ଅନୁରୋଧ କରିଥିଲେ କି, ସେ ତାଙ୍କ ଦୁଇଜଣଙ୍କ ବିବାହ କରନ୍ତୁ । ପୂଜାରୀ ପ୍ରଥମେ ଏଥି ପାଇଁ ରାଜି ହୋଇ ନଥିଲେ । ବହୁତ ବାଧ୍ୟ କରିବାରୁ ପୂଜାରୀ ସେମାନଙ୍କ ବିବାହ ପାଇଁ ରାଜି ହୋଇଥିଲେ । ଏହାପରେ ପରମ୍ପରା ଅନୁସାରେ ବିବାହ ଆରମ୍ଭ ହୋଇଥିଲା । ଦୁଇଜଣ ଝିଅ ପରସ୍ପରକୁ ବିବାହମାଳା ଓ ମଙ୍ଗଳସୂତ୍ର ପିନ୍ଧାଇଥିଲେ । ଏହା ସହିତ ସେମାନେ ପରସ୍ପରକୁ ସିନ୍ଦୁର ମଧ୍ୟ ଲଗାଇଥିଲେ । ବିବାହର ପରମ୍ପରା ସରିବା ପରେ ଦୁଇଜଣ ଝିଅ ଫେରି ଯାଇଥିଲେ ।

ମନ୍ଦିରର ପୂଜାରୀଙ୍କ ଅନୁସାରେ ଝିଅ ଦୁଇଜଣଙ୍କ ମଧ୍ୟରୁ ଜଣେ କାନପୁର ଓ ଅନ୍ୟଜଣେ ବାରଣାସୀର ବାସିନ୍ଧା ଅଟେ । କାନପୁରର ଝିଅ ସୁନ୍ଦରପୁରରେ ରହୁଥିବା ତାର ମାଉସୀଙ୍କ ପାଖରେ ପଢୁଥିଲା । ସେହି ସମୟରେ ମାଉସୀଙ୍କର ଝିଅ ବା ତାର ଭଉଣୀ ସହ ତାକୁ ପ୍ରେମ ହୋଇଯାଇଥିଲା । ଯାହାଫଳରେ ସେମାନେ ପରସ୍ପର ସହ ବିବାହ କରିଥିଲେ ।