୨୦ କୋଟିରେ ପ୍ରସ୍ତୁତ ମା ଦୂର୍ଗାଙ୍କ ସବୁଠୁ ମହଙ୍ଗା ମୂର୍ତି, ଲାଗିଲା ଏତେ କିଲୋର ସୁନା, ଜାଣନ୍ତୁ କେଉଁଠି

ବର୍ତ୍ତମାନ ସମୟରେ ପୁରା ଭାରତ ବର୍ଷରେ ନବରାତ୍ରିର ଉତ୍ସବକୁ ବହୁତ ଆଡମ୍ବର ସହ ପାଳନ କରା ଯାଉଛି । ଏମିତିରେ ସମସ୍ତେ ମାତା ଦୂର୍ଗାଙ୍କର ପ୍ରତିମୂର୍ତି ସ୍ଥାପନ କରି ମାତାଙ୍କର ପୂଜା କରି ଆଶୀର୍ବାଦ ଲାଭ କରୁ ଛନ୍ତି । କହିବାକୁ ଗଲେ ଦୂର୍ଗା ପୂଜାରେ ଗୋଟିଏରୁ ବଳି ଗୋଟିଏ ଦୂର୍ଗାଙ୍କର ପ୍ରତିମୂର୍ତି ଦେଶର ପ୍ରତି କୋଣ ଅନୁକୋଣରେ ତିଆରି କରା ଯାଏ ଓ ସେ ଗୁଡିକ ମଧ୍ୟରୁ ବହୁତ ଚର୍ଚାର ବିଷୟ ବି ହୋଇ ଥାନ୍ତି ।

କିନ୍ତୁ ଏଥର ଏକ ଦୂର୍ଗା ପଣ୍ଡାଲ ପୁରା ଦେଶର ଧ୍ୟାନ ନିଜ ଆଡକୁ ଆକର୍ଷିଣ କରୁଛି ।

ପଶ୍ଚିମବଙ୍ଗରେ ଦୂର୍ଗା ପୂଜାର ଭକ୍ତିମୟ ଭାବ ମଧ୍ୟରେ କଲିକତାରେ ଗୋଟିଏ ଦୂର୍ଗା ପୂଜା ସମିତି କେବଳ ମାତା ଦୂର୍ଗାଙ୍କର ମୂର୍ତି ପାଇଁ ୫୦ କିଲୋ ସୁନା ବ୍ୟବହାର କରିଛି ।

ଦୂର୍ଗା ମାତାଙ୍କର ମୂର୍ତି ଓ ପଣ୍ଡାଲରେ ଯେତିକି ସୁନା ଲାଗିଛି ତାହାର ଦାମ ପାଖାପାଖି ୨୦ କୋଟି ବୋଲି କୁହାଯାଉଛି । ସମିତିର କହିବା ଅଟେ କି ଏହା ଏହି ବର୍ଷ ନବରାତ୍ରିର ସବୁଠୁ ମହଙ୍ଗା ମୂର୍ତି ଅଟେ । ସନ୍ତୋଷ ମିତ୍ର ସ୍କୋୟାର ଉପରେ ତିଆରି ପଣ୍ଡାଲରେ ଲାଗିଥିବା ଏହି ମୂର୍ତିର ଉଚ୍ଚତା ୧୩ ଫୁଟ ଅଟେ । ଏହାର ସୁରକ୍ଷାରେ ଭାରି ମାତ୍ରାରେ ପୋଲିସ କର୍ମୀଙ୍କୁ ବି ଲଗା ଯାଇଛି । ସୁନା ଦ୍ଵାରା ପ୍ରସ୍ତୁତ ଏହି ମୂର୍ତି ଉପରେ ଚାରିଆଡୁ ନଜର ରଖା ଯାଉଛି ।

ସମିତି ର ସଚିବ ସଜଲ ଘୋଷ ଏକ ଏଜେଂସୀକୁ କହିଲେ କି ମାତାଙ୍କର ମୁଣ୍ଡ ଠାରୁ ଆରମ୍ଭ କରି ଗୋଡ ପର୍ଯ୍ୟନ୍ତ ସୁନାରେ ତିଆରି ହୋଇଛି । ସେ ଏହା ବି କହିଲେ କି ସଂଭବତଃ ଏହି ନବରାତ୍ରିରେ ଏହା ଦେଶର ସବୁଠୁ ମହଙ୍ଗା ମୂର୍ତି ଅଟେ ।

ମାତାଙ୍କର ବାହନ ସିଂହ ଓ ମହିଷାସୁରକୁ ବି ସୁନା ଦ୍ଵାରା ସଜ୍ଜିତ କରାଯାଇଛି । ସୁନା ରେ ସଜ୍ଜିତ ସିଂହ ଏକ ଅଲଗା ହିଁ ଭାବ ମୂର୍ତି ପ୍ରସ୍ତୁତ କରୁଛି । ଯାହା ଲୋକମାନଙ୍କୁ ବହୁତ ପ୍ରଭାବିତ କରୁଛି । ଦୂର୍ଗା ପୂଜାରେ ସୁନା ଦ୍ଵାରା ପ୍ରସ୍ତୁତ ଏହି ମହଙ୍ଗା ପଣ୍ଡାଲର ଦର୍ଶନ ପାଇଁ ଲୋକମାନଙ୍କର ଲାଇନ ଲାଗିଛି । ଏଠି ଭିଡ ନ ହୋଇଯାଉ, ସେଥିପାଇଁ ଲୋକମାନଙ୍କୁ ଗେଟ ବାହାରେ ହିଁ ଅଟକାଇ ଦିଆଯାଉଛି ଓ ଧୀରେ ଧୀରେ ସମସ୍ତଙ୍କର ଦର୍ଶନ କରାଯାଉଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।