ଦୁଇ ଦିନ ପରେ ଲିଟର ପିଛା ୫୦ ଟଙ୍କା ଶସ୍ତା ହୋଇପାରେ ଖାଇବା ତେଲ (Cooking Oil)

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଗତ କିଛିଦିନ ହେବ ଖାଇବା ତେଲ,ପେଟ୍ରୋଲ, ଡିଜେଲ ଓ ଏଲ ପି ଜି ଗ୍ୟାସ ସିଲିଣ୍ଡର ର ଦର ଆକାଶ ଛୁଆଁ ରହିଛି । ଏହା ଦ୍ଵାରା ସାଧାରଣ ଉପଭୋକ୍ତା ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିଲେ ।

ଅନେକ ଲୋକ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ଏକ ଖୁସି ଖବର ଶୁଣିବାକୁ ମିଳୁଛି । ଖାଇବା ତେଲ ମହଙ୍ଗା ହେବା ପରେ ଏହା ସହିତ ଜଡିତ ସମସ୍ତ ଘଟଣା ସାମ୍ନା କୁ ଆସିଥିଲା । ତେବେ ଖାଉଟି ଙ୍କ ପାଇଁ ବର୍ତ୍ତମାନ ଭଲ ଦିନ ଆସୁଛି । ବର୍ତ୍ତମାନ ତେଲ ଶସ୍ତା ହେବାର କାରଣ ସାମ୍ନା କୁ ଆସିଛି । ଗତ ଚାରି ଦିନ ହେବ ଖାଇବା ତେଲ ର ଦର ୧୫ ପ୍ରତିଶତ କମ ହୋଇଛି ।

କମ ହେବାର କାରଣ ମଙ୍ଗଳବାର ଦିନ ଆମେରିକା ଠାରେ ସ୍ଥିର ହୋଇପାରେ ଏବଂ ଏହା ପରେ ଖାଇବା ତେଲ ର ମୁଲ୍ୟ ୪୦ ରୁ ୫୦ ଟଙ୍କା ଶସ୍ତା ହେବା ନେଇ ଆଲୋଚନା ମଧ୍ୟ ବୃଦ୍ଧି ପାଇଛି । ବନ୍ଧୁଗଣ ଅଖିଳ ଭାରତୀୟ ତେଲ ବ୍ୟବସାୟୀ ସଂଘ ର ସଭାପତି ଶଙ୍କର ଠକର ଙ୍କ କହିବା ଅନୁସାରେ ବର୍ତ୍ତମାନ ଆମେରିକା, ମାଲେସିଆ ଓ ଇଣ୍ଡୋନେସିଆ ରୁ ବିପୁଳ ପରିମାଣ ରେ ତେଲ ଆମଦାନୀ ହେଉଛି ।

କିନ୍ତୁ କିଛି ଦିନ ପୂର୍ବ ରୁ ଆମେରିକା ରେ ୪୬ ପ୍ରତିଶତ ତେଲ କୁ ବାୟୋ ଇନ୍ଧନ ରେ ମିଶ୍ରଣ କରିବାକୁ ଅନୁମତି ଦିଆଯାଇଥିଲା । ପୂର୍ବ ରୁ ଏହା ୧୩ ପ୍ରତିଶତ ପର୍ଯ୍ୟନ୍ତ ମିଶ୍ରଣ କରାଯାଇଥିଲା । ଇଦ କାରଣ ରୁ ଇଣ୍ଡୋନେସିଆ ଓ ମାଲେସିଆ ଆଦି ଦେଶ ରେ କମ କାମ ହେତୁ ଉତ୍ପାଦନ ଉପରେ ଏହା ବହୁତ ପ୍ରଭାବ ପକାଇଥିଲା । କିଛି ଦେଶ ରେ ପାଣିପାଗ ଖରାପ ଥିବା ହେତୁ ସେଠାକାର ଫସଲ ମଧ୍ୟ ନଷ୍ଟ ହୋଇଯାଇଥିଲା । ତେଣୁ ଠିକ ଭାବରେ ତେଲ ଆମଦାନୀ ହୋଇ ପାରି ନ ଥିଲା ।

ଭାରତ ରେ ତେଲ ମହଙ୍ଗା ହେବାର ଏହା ପ୍ରମୁଖ କାରଣ ଥିଲା । କିନ୍ତୁ ଆମେରିକା ରେ ପୁଣି ଥରେ ବାୟୋ ଇନ୍ଧନ ରେ ଖାଇବା ତେଲ ବ୍ୟତୀତ ଅନ୍ୟାନ୍ୟ ତେଲ ର କେତେ ପ୍ରତିଶତ ମିଶ୍ରଣ ହେବା ଉଚିତ ସେ ନେଇ ବିଚାର ହେବ ଓ ୪୬ ପ୍ରତିଶତ ତେଲ କୁ ବାୟୋ ଇନ୍ଧନ ରେ ମିଶ୍ରଣ କରାଯିବା ର ନିଷ୍ପତ୍ତି କୁ ମଧ୍ୟ ପ୍ରତ୍ୟାହାର କରାଯାଇ ପାରେ । ଏହା ବ୍ୟତୀତ ମାଲେସିଆ ଓ ଇଣ୍ଡୋନେସିଆ ରେ ତେଲ ଉତ୍ପାଦନ ବର୍ତ୍ତମାନ ଅଧିକ ପରିମାଣ ରେ ହେଉଛି ।

ତେଲ ଶସ୍ତା ହେବାର ଆଉ ଗୋଟିଏ କାରଣ ହେଉଛି ବର୍ତ୍ତମାନ ନୂଆ ସୋରିଷ ଆସିବାକୁ ଯାଉଛି । ଜଣେ ସ୍ଥାନୀୟ ବ୍ୟବସାୟୀ ଙ୍କ କହିବା ଅନୁସାରେ ଚଳିତ ବର୍ଷ ୮୬ ଲକ୍ଷ ଟନ ସୋରିଷ ଉତ୍ପାଦନ କରାଯାଇଥିଲା । ଚଳିତ ବର୍ଷ ଅପେକ୍ଷା ଗତ ବର୍ଷ ବହୁତ କମ ଉତ୍ପାଦନ ହୋଇଥିଲା ଯାହା ଦ୍ୱାରା ଖାଇବା ତେଲ ର ଦାମ ବୃଦ୍ଧି ପାଇଥିଲା ।