ଡୀଏସପୀଙ୍କ ପାଇଁ ଚା ଆଣିବାକୁ ଯାଇଥିଲେ କନେଷ୍ଟବଳ ଶ୍ୟାମ, ଫେରିବା ସମୟରେ ହୋଇଗଲେ ଏସଡୀଏମ, ସମସ୍ତେ ଛିଡା ହୋଇ କରିଲେ ସ୍ୟାଲୁଟ, ଜାଣନ୍ତୁ ପୁରା ଘଟଣା

ଆଜି ଆମେ ଆପଣଙ୍କୁ ଏକ ଏମିତି କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ବି କହିବେ ଭାଗ୍ୟ କଣ ଅଟେ । ବର୍ତ୍ତମାନ ସମୟରେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କର ପାଖରେ ରହିଥାନ୍ତି । ଆମେ ଆପଣଙ୍କୁ ଯେଉଁ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ତାଙ୍କର ନାମ ହେଉଛି ଶ୍ୟାମ ବାବୁ ଯିଏକି ପୁଲିସରେ କାମ କରନ୍ତି । ଦିନେ ଶ୍ୟାମ ନିଜର ଡିଏସପିଙ୍କ ପାଇଁ ଚା ଆଣିବାକୁ ଯାଉଥିଲେ ଏବଂ ସେହି ସମୟ ଭିତରେ କିଛି ଏମିତି ହୋଇଗଲା କି ସେ କନେଷ୍ଟବଳରୁ SDM ହୋଇଗଲେ ।

ଏହି କାହାଣୀ ୟୁପିର ବଳିୟା ଜିଲ୍ଲାର ଅଟେ । ଯେଉଁଠି ଶ୍ୟାମ ବାବୁ ପୀସୀଏସ – ୨୦୧୬ରେ ୫୨ନମ୍ବର ପୋଜିସନ ହାସଲ କରିଥିଲେ । ଏହା ପରେ +୨ ପାସ କରିଲା ପରେ ୧୪ ବର୍ଷ ପୁଲିସ ବିଭାଗରେ କନେଷ୍ଟବଳ ପଦରେ ଶ୍ୟାମ ବାବୁ ପ୍ରୟାଗରାଜ ହେଡକ୍ୱାର୍ଟରରେ ଥିଲେ । ଏତିକି ନୁହେଁ ସେ କନେଷ୍ଟବଳ ପଦରେ ରହି ମଧ୍ୟ ନିଜର ଗ୍ରେଜୁଏଶନ ଏବଂ ପୋସ୍ଟ ଗ୍ରେଜୁଏଶନର ଶିକ୍ଷା ବି ପୁରା କରିଥିଲେ । କୁହାଯାଏ କି ଶ୍ୟାମ ବାବୁ ୧୦ ବର୍ଷ ପୂର୍ବରୁ ୟୁପି – ପୀଏସସୀର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଏହା ପରେ ସେ ବର୍ଷ ୨୦୧୩ରେ ଏହାକୁ ନେଇ ଏତେ ସୀରିୟସ ନଥିଲେ ସେଥିପାଇଁ ୬ ଥର ପ୍ରୟାସ କରିବା ପରେ ଯାଇ ସେ ଏସଡୀଏମ ହୋଇଥିଲେ ।

ବର୍ତ୍ତମାନ ଆପଣମାନେ ଭାବୁଥିବେ କି ଚା ଆଣିବା ସମୟରେ ସେ ଏସଡୀଏମ କେମିତି ହୋଇଗଲ, ତେବେ କହି ଦେଉଛୁ ଯେ ଯେତେବେଳେ ସେ ଚା ଆଣିବାକୁ ଯାଇଥିଲେ ସେହି ସମୟରେ ହିଁ ଯୂପୀପୀଏସସୀର ରେଜଲ୍ଟ ବାହାରି ଥିଲା । ଚା ନେଇ ସେ ଡିଏସପୀ ସାରଙ୍କ ପାଖକୁ ଗଲେ । ଡିଏସପୀ ସାରଙ୍କର ଟେବୁଲ ଉପରେ ଚା ରଖିଲେ ଏବଂ କହିଲେ – ‘ସାର ମୁଁ SDM ହୋଇ ଯାଇଛି । ରେଜଲ୍ଟ ଆସି ଯାଇଛି । ଡିଏସପୀ ସାର ସଙ୍ଗେ ସଙ୍ଗେ ଛିଡା ହୋଇ ଶ୍ୟାମ ବାବୁଙ୍କୁ ସ୍ୟାଲୁଟ ମାରିଲେ । ଟେବୁଲ ଉପରୁ ଚା ନେଇ ତାଙ୍କୁ ପିଇବାକୁ ଦେଲେ ।

ଯେତେବେଳେ ଶ୍ୟାମଙ୍କୁ ପୁଲିସ ମାନଙ୍କର ଇମେଜ ଉପରେ ପ୍ରଶ୍ନ ପଚରା ଗଲା, ତେବେ ସେ କହିଲେ କି, ‘ପୁଲିସଙ୍କ ପ୍ରତି ଲୋକମାନଙ୍କର ଏକ ଭୁଲ ଚିନ୍ତା ଧାରା ଅଛି । ତାହାକୁ ଆସୁଥିବା ପିଢୀ ଭାଙ୍ଗୁଛି । ଗ୍ରାମରେ କୁହନ୍ତି କି ପୁଲିସରେ ଅଛି ତେବେ ଲାଞ୍ଚ ନେଉଥିବ  । ପୁଲିସ ଏବଂ ଗ୍ରାମୀଣ ଜନତାଙ୍କ ମଧ୍ୟରେ ଅଧିକ ଦୂରତା ଅଛି, ଏହାକୁ ଦୂର କରିବା ଉଚିତ । ଏହି ପରୀକ୍ଷା ପରେ ଶ୍ୟାମ ବାବୁଙ୍କର ଇଣ୍ଟରଭିୟୁ ପାଖାପାଖି ୨୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ ତାଙ୍କୁ ବିଭିନ୍ନ ପ୍ରଶ୍ନ ବି ପଚରା ଯାଇଥିଲା । ଏହାର ସୂଚନା ସେ ନିଜେ ମିଡିୟା ସାମାନାରେ କହିଛନ୍ତି ।

ବର୍ତ୍ତମାନ ଶ୍ୟାମ ବାବୁ ପ୍ରୟାଗରାଜର ପୁଲିସ ମୁଖ୍ୟାଳୟରେ କନେଷ୍ଟବଳ ପଦରେ କାମ କରୁଅଛନ୍ତି । ମୂଳ ରୂପରେ ବଲିୟାର ଇବ୍ରାହିମପୁର ଗ୍ରାମରେ ୩୩ ବର୍ଷୀୟ ଶ୍ୟାମ ବାବୁଙ୍କର ପିତା ଧର୍ମନାଥଙ୍କର ଗ୍ରାମରେ ନିଜରେ ଏକ ଛୋଟ କିରାଣୀ ଦୋକାନ ଅଛି । ଯେତେବେଳେ କି ମା କିଶୋରୀ ଦେବୀ ଗୃହିଣୀ ଅଟନ୍ତି । ଶ୍ୟାମ ବାବୁଙ୍କର ୫ ଭଉଣୀ ଏବଂ ୨ ଭାଇ ଅଛନ୍ତି । ଭଉଣୀମାନଙ୍କର ବାହାଘର ହୋଇଯାଇଛି ଏବଂ ବଡ ଭାଇ ଇନକାମ ଟାକ୍ସ ଇନ୍ସ୍ପେକ୍ଟର ଅଛନ୍ତି । ଶ୍ୟାମ ବାବୁଙ୍କୁ ବର୍ତ୍ତମାନ ଚାରିଆଡୁ ସୁଭେଛା ମିଳୁଅଛି ।

ପୋଷ୍ଟଟି ଭଲ ଲାଗିଲେ ସେଆର କରିବେ ଓ ଆଗକୁ ଏମିତି ଅନେକ ଖବର ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।