ଆଖିର ଦୃଷ୍ଟିଶକ୍ତି ବଢାଇବାର କିଛି ସହଜ ଘରୋଇ ଉପାୟ, ଜାଣନ୍ତୁ ଓ ସେୟାର କରନ୍ତୁ ସମସ୍ତଙ୍କ ସହିତ

ପୁରା ଦୁନିଆରେ ହାରାହାରି 75% ରୁ ଅଧିକ ଲୋକ ଆଜି ଆଖିର ସମସ୍ୟାରେ ପୀଡିତ । ଏହାର କାରଣ ହେଲା ଶରୀରରେ ଆବଶ୍ଯକୀୟ ପୋଷକ ତତ୍ତ୍ଵର ଅଭାବ, ଇଲେକ୍ଟ୍ରୋନିକ ଡିଭାଇସ ବହୁଳ ମାତ୍ରାରେ ବ୍ୟବହାର ଓ ଆଖିର ଯତ୍ନ ନ ନେବା ।

କିନ୍ତୁ ଯଦି ନିଜର ଖାଦ୍ୟପେୟ ଓ ଲାଇଫ ଷ୍ଟାଇଲ କୁ ଚେଞ୍ଜ କରି କିଛି ନ୍ୟାଚୁରାଲ ଜିନିଷକୁ ନିଜ ଡାଏଟ ରେ ସାମିଲ କରାଯାଏ ତେବେ ଏହା ଦ୍ଵାରା ଆଖିର କମ୍ଜୋରି ଦୂର ହୋଇଥାଏ ଓ ଧୀରେ ଧୀରେ ବିନା ଚଷମାରେ ପୂର୍ବ ଠାରୁ ଅଧିକ ଭଲ ଦେଖା ଯିବାକୁ ଲାଗେ । ଆସନ୍ତୁ ଜାଣିବା ଆଖିର ଦୃଷ୍ଟିଶକ୍ତି ବଢାଇବାର କିଛି ସହଜ ଓ ଲାଭାକାରୀ ଉପାୟ ବିଷୟରେ ।

୧. ପାନମଧୁରୀ ଓ କାକୁଡିର ପେଷ୍ଟ କୁ ଆଖିରେ ଲଗାଇବା ଦ୍ଵାରା ଆଖିର କମ୍ଜୋରି ରେ ଶୀଘ୍ର ସୁଧାର ଆସିଥାଏ । ଏଥିପାଇଁ ପାନମଧୁରୀକୁ ପାଣିରେ ୧-୨ ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ତାହାକୁ ଅଧା କାକୁଡି ସହିତ ମିକ୍ସର ରେ ପେଶି ଦିଅନ୍ତୁ । ଏହି ପେଷ୍ଟକୁ ଆଖି ଉପରେ ୩୦-୪୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ।

ଯେଉଁ ଲୋକଙ୍କୁ ଠିକ ଭାବରେ ଦେଖାଯାଉ ନାହିଁ କିମ୍ବା ଆଖି ଖରାପ କାରଣରୁ ମୁଣ୍ଡ ବିନ୍ଧା ହେଉଛି ସେମାନେ ଏହି ଉପାୟକୁ ସପ୍ତାହରେ ୨-୩ ଥର ରାତିରେ ଶୋଇବା ପୂର୍ବରୁ ନିହାତି କରିବା ଆବଶ୍ୟକ ।

୨. ଯେଉଁ ଲୋକଙ୍କ ଆଖି ଖରାପ ଅଛି ସେମାନଙ୍କୁ ସବୁବେଳେ ନିଜ ପେଟ ସଫା ରଖିବା ଆବଶ୍ୟକ । କାରଣ ପେଟ ସଫା ନ ହେବା ଦ୍ଵାରା ବା କବ୍ଜ ସମସ୍ୟାରେ ଆଖିର ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ପେଟ ସବୁଦିନ ଭଲ ଭାବରେ ସଫା ହେଉ ନାହିଁ ତେବେ ରାତିରେ ଶୋଇବା ପୂର୍ବରୁ ତ୍ରିଫଳା ଚୂନ ର ସେବନ କରନ୍ତୁ, ନିଜର ଡାଏଟ ରେ ସାଲାଡ ର ମାତ୍ରାକୁ ବଢାନ୍ତୁ ଓ ଅମୃତଭଣ୍ଡା ଭଳି ହାଇ ଫାଇବର ଫଳ ଖାଆନ୍ତୁ ।

୩. ସବୁ ପ୍ରକାରର ମଞ୍ଜି ଯେଉଁଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଆବଶ୍ଯକୀୟ ଏମିନୋ ଏସିଡ ର ମାତ୍ରା ଅଧିକ ଥାଏ ତାହା ଆଖିର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ତରଭୁଜ ମଞ୍ଜି, କଖାରୁ ମଞ୍ଜି, ଜହ୍ନି ମଞ୍ଜି ଓ କାକୁଡି ମଞ୍ଜି ଆଖିର କମ୍ଜୋରି ଦୂର କରିବା ପାଇଁ ଉପଯୋଗୀ ଅଟନ୍ତି ।

ବାଳ ଝଡିବା, ମାଇଗ୍ରେନ, ମୁଖବ୍ରଣ, ଆଖିର କମ୍ଜୋରି ହେଲେ ଏହି ମଞ୍ଜିଗୁଡ଼ିକର ବ୍ୟବହାର କରିବା ଦ୍ଵାରା ଚମତ୍କାରୀ ଫାଇଦା ମିଳିଥାଏ । ଏଥିପାଇଁ ଆପଣ ଏହି ସବୁ ମଞ୍ଜିକୁ ସମାନ ମାତ୍ରାରେ ମିକ୍ସ କରି ପେଶି ଦିଅନ୍ତୁ ଓ ପ୍ରତିଦିନ ଦୁଇ ଥର ଖାଇବା ପୂର୍ବରୁ ଏଥିରୁ ଦୁଇ ଚାମଚ ସେବନ କରନ୍ତୁ ।

୪. ତାଜା ଏଲୋବେରା ର ଜୁସ ବାଳ ଓ ଆଖିର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏଲୋବେରା ରେ 20 ପ୍ରକାରର ଏମିନୋ ଏସିଡ ଓ ବହୁତ ପ୍ରକାରର ମିନେରାଲ ମିଳିଥାଏ । ଏହା ଆଖିର ଦୃଷ୍ଟିଶକ୍ତି ବଢାଇବା ସହିତ ଆଖିର ବହୁତ ରୋଗ ମଧ୍ୟ ଦୂର କରିଥାଏ ।

ଏଥିପାଇଁ ଏଲୋବେରା ପତ୍ରରୁ ଏହାର ଜେଲ ଅଲଗା କରି ନିଅନ୍ତୁ ଓ ଏହି ଜେଲ କୁ ମିକ୍ସର ରେ ପେଶି ପତଳା ଜୁସ ବନାନ୍ତୁ । ଏହା ପରେ ଗ୍ଯାସ ରେ ମଧ୍ୟମ ଆଞ୍ଚରେ ପାଣି ଗରମ କରନ୍ତୁ । ପାଣି ଓ ଜେଲ ର ମାତ୍ରା ସମାନ ହେବା ଆବଶ୍ୟକ । ପାଣି ଗରମ ହେବା ପରେ ଏଥିରେ ଏଲୋବେରା ଜୁସ ମିଶାଇ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ । ଏହାକୁ କରିବା ସମୟରେ ସେଥିରୁ ବାହାରୁଥିବା ଫେଣକୁ ବାହାର କରି ଦିଅନ୍ତୁ ।

୧୦ ମିନିଟ ରାନ୍ଧିବା ପରେ ଏହାକୁ ଛାଣି ଥଣ୍ଡା କରି କୌଣସି କାଚ ବା ପ୍ଲାଷ୍ଟିକ ବୋତଲରେ ଭରି ରଖନ୍ତୁ । ପ୍ରତିଦିନ ଖାଇବା ପୂର୍ବରୁ ୩0-୪0 ml ଜୁସ ସେବନ କରନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।