ଜାଣନ୍ତୁ ଦ୍ରୌପଦୀଙ୍କ ମୃତ୍ୟୁର କାରଣ କଣ ଥିଲା … କେଉଁ ଗୋଟିଏ ଭୁଲ ପାଇଁ ପ୍ରଥମେ ହୋଇଥିଲା ତାଙ୍କର ମୃତ୍ୟୁ

ସେହି ସମୟର କଥା ଅଟେ ଯେତେବେଳେ ଯଦୁ ବଂଶର ସାମ୍ରାଜ୍ୟ ଶେଷ ହୋଇଗଲା । ଏହି କଥା ଶୁଣି ଯୁଧିଷ୍ଠିର ଦୁଃଖ ପ୍ରକାଶ କଲେ ଓ ଦ୍ରୌପଦୀଙ୍କ ସହିତ ପାଣ୍ଡବମାନେ ପରଲୋକ ଯିବା ପାଇଁ ଠିକ କଲେ । ଯୁଧିଷ୍ଠିର ପରିକ୍ଷିତଙ୍କୁ ହସ୍ତିନାପୁରର ରାଜା କରି ପାଣ୍ଡବମାନେ ସାଧୁ ବେଶ ଧରି ସ୍ଵର୍ଗ ଯିବା ପାଇଁ ବାହାରି ପଡିଲେ । ପାଣ୍ଡବଙ୍କ ସହିତ ଗୋଟିଏ କୁକୁର ମଧ୍ୟ ଗଲା ।

ସେମାନେ ଚାଲି ଚାଲି ନାଲି ସାଗର ପର୍ଯ୍ୟନ୍ତ ଆସିଗଲେ । ଅର୍ଜୁନ ଲୋଭ ବଶତଃ ଗାଣ୍ଡିବ ଧନୁ ତ୍ୟାଗ କରି ନ ଥିଲେ । ସେଠାରେ ଅଗ୍ନି ଦେବତା ଉପସ୍ଥିତ ହୋଇ ଧନୁ ତ୍ୟାଗ କରିବାକୁ ଅର୍ଜୁନଙ୍କୁ କହିଲେ । ଅର୍ଜୁନ ସେହିପରି କଲେ ।

ପାଣ୍ଡବମାନେ ପୃଥିବୀ ପରିକ୍ରମା କରିବା ପରେ ଉତ୍ତର ଦିଗ ଆଡକୁ ଯାତ୍ରା କଲେ । ଯାତ୍ରା କରୁ କରୁ ପାଣ୍ଡବ ହିମାଳୟ ପର୍ଯ୍ୟନ୍ତ ପହଞ୍ଚିଲେ । ଏହାପରେ ସମସ୍ତେ ମେରୁ ପର୍ବତରେ ଆଗକୁ ବାଢୁଥିଲେ କି ହଠାତ ଦ୍ରୌପଦୀ ଭୂମି ଉପରେ ଗଳି ପଡିଲେ । ଦ୍ରୌପଦୀ ପଡିଯିବାର ଦେଖି ଭୀମ ଯୁଧିଷ୍ଠିରଙ୍କୁ କହିଲେ ଦ୍ରୌପଦୀ ତ କେବେ କିଛି ପାପ କରି ନାହାନ୍ତି ତା’ ହେଲେ କଣ ପାଇଁ ସେ ତଳେ ଗଳି ପଡିଲେ ।

ଯୁଧିଷ୍ଠିର କହିଲେ ଦ୍ରୌପଦୀ ଆମ ମଧ୍ୟରୁ ଅର୍ଜୁନଙ୍କୁ ଅଧିକ ପ୍ରେମ କରୁଥିଲେ ସେଥିପାଇଁ ତାଙ୍କ ସହ ଏମିତି ହେଲା । ଏହା କହି ଯୁଧିଷ୍ଠିର ଦ୍ରୌପଦୀଙ୍କୁ ନ ଦେଖି ଆଗକୁ ବଢିଲେ । କିଛି ସମୟ ପରେ ସହଦେବ ପଡିଗଲେ । ଭୀମ ପୁଣି ସହଦେବ ତଳେ ପଡିବାର କାରଣ ପଚାରିବାରୁ ଯୁଧିଷ୍ଠିର କହିଲେ ସହଦେବ କାହାକୁ ମଧ୍ୟ ନିଜ ଭଳି ବିଦ୍ଵାନ ଭାବେ ନାହିଁ । ସେହି ଦୋଷରୁ ସେ ପଡିଗଲେ ।

ପୁଣି କିଛି ସମୟ ପରେ ନକୁଳ ମଧ୍ୟ ପଡିଗଲେ । ଭୀମ ପୁଣି ଥରେ ପ୍ରଶ୍ନ କଲେ । ଯୁଧିଷ୍ଠିର କହିଲେ ନକୁଳକୁ ନିଜ ରୂପ ଉପରେ ବହୁତ ଅଭିମାନ ଥିଲା । ଏଥିପାଇଁ ତାର ଆଜି ଏହିପରି ହେଲା । ପୁଣି କିଛି ସମୟ ପରେ ଅର୍ଜୁନ ମଧ୍ୟ ଗଳି ପଡିଲେ । ପୁଣି ଭୀମ ସେହି ପ୍ରଶ୍ନ କରିବାରୁ ଯୁଧିଷ୍ଠିର କହିଲେ ଅର୍ଜୁନଙ୍କୁ ତାର ପରାକ୍ରମ ଉପରେ ବହୁତ ଗର୍ବ ଥିଲା । ନିଜର ଗର୍ବ କାରଣରୁ ତାଙ୍କର ଏହି ଅବସ୍ଥା ହେଲା ।

କିଛି ସମୟ ପରେ ଭୀମ ମଧ୍ୟ ପଡିଗଲେ । ଯେତେବେଳେ ଭୀମ ଯୁଧିଷ୍ଠିରଙ୍କୁ ଏହାର କାରଣ ପଚାରିଲେ, ଯୁଧିଷ୍ଠିର କହିଲେ ତୁମେ ବହୁତ କହୁଥିଲ ଓ ନିଜ ବଳର ମିଛ ପ୍ରଦର୍ଶନ କରୁଥିଲ । ଏଥିପାଇଁ ତୁମର ଆଜି ଏହିପରି ହେଲା । ଏହା କହି ଯୁଧିଷ୍ଠିର ଆଗକୁ ଚାଲିଲେ । ସେତେବେଳେ କେବଳ ଶ୍ଵାନ ହିଁ ତାଙ୍କ ସହ ଚାଲୁଥିଲା । କିଛି ବାଟ ଚାଲୁ ଚାଲୁ ତାଙ୍କୁ ସ୍ଵର୍ଗ ନେଇ ଯିବା ପାଇଁ ଦେବରାଜ ଇନ୍ଦ୍ର ରଥ ଧରି ପହଞ୍ଚିଲେ ।

ସେତେବେଳେ ଯୁଧିଷ୍ଠିର ଇନ୍ଦ୍ରଙ୍କୁ କହିଲେ ମୋର ଭାଇ ଆଉ ଦ୍ରୌପଦୀ ବାଟରେ ହିଁ ପଡି ରହିଛନ୍ତି । ସେମାନେ ମଧ୍ୟ ଆମ ସାଙ୍ଗରେ ଯିବେ । କିଛି ବ୍ୟବସ୍ଥା କରନ୍ତୁ ପ୍ରଭୁ । ସେତେବେଳେ ଇନ୍ଦ୍ର କହିଲେ ସେମାନେ ପ୍ରଥମେ ହିଁ ସ୍ଵର୍ଗ ପହଞ୍ଚି ସାରିଛନ୍ତି । ସେମାନେ ଶରୀର ତ୍ୟାଗ କରି ସ୍ଵର୍ଗ ପହଞ୍ଚିଛନ୍ତି । ଆପଣ ସଶରୀରେ ସ୍ଵର୍ଗକୁ ଯିବେ । ଏହା ପରେ ଯୁଧିଷ୍ଠିର କହିଲେ ଏହି ଶ୍ଵାନ ମୋର ପରମ ଭକ୍ତ ଅଟେ । ଏହାକୁ ମଧ୍ୟ ମୋ ସହିତ ସ୍ଵର୍ଗ ଯିବା ପାଇଁ ଅନୁମତି ଦିଅନ୍ତୁ । କିନ୍ତୁ ଇନ୍ଦ୍ର ମନା କରିଦେଲେ ।

ବହୁତ ବୁଝାଇବା ପରେ ମଧ୍ୟ ଯୁଧିଷ୍ଠିର ଶ୍ଵାନ ବିନା ଯିବା ପାଇଁ ମାନି ନ ଥିଲେ । ସେତେବେଳେ ଶ୍ଵାନ ବେଶରେ ଥିବା ଯମରାଜ ପ୍ରକଟ ହେଲେ । ଯୁଧିଷ୍ଠିରଙ୍କର ଏପରି ଧର୍ମ ଦେଖି ଯମ ପ୍ରସନ୍ନ ହେଲେ । ଏହା ପରେ ଦେବରାଜ ଇନ୍ଦ୍ର ତାଙ୍କୁ ନିଜ ରଥରେ ବସାଇ ସ୍ଵର୍ଗ ନେଇଗଲେ । ସେ ସ୍ବର୍ଗରେ ଦେଖିଲେ ଦୁର୍ଜ୍ଯୋଧନ ଏକ ବଡ ସିଂହାସନରେ ବସିଥିଲେ । ସେଠାରେ ଆଉ କେହି ନ ଥିଲେ । ଏହା ଦେଖି ଯୁଧିଷ୍ଠିର କହିଲେ ମୋ ଭାଇ ଓ ଦ୍ରୌପଦୀ ଯେଉଁ ଲୋକକୁ ଯାଇଛନ୍ତି ମୋତେ ବି ସେହିଠାକୁ ନେଇ ଚାଲ ।

ଦେବତାମାନେ କହିଲେ ଯଦି ଏହା ଆପଣଙ୍କ ଇଚ୍ଛା ତେବେ ଦେବଦୂତଙ୍କ ସହିତ ଚାଲି ଯାଆନ୍ତୁ । ଯୁଧିଷ୍ଠିରଙ୍କୁ ଦେବଦୂତ ଏମିତି ବାଟରେ ନେଲେ ଯାହା ବହୁତ ଖରାପ ଥିଲା । ସେହି ମାର୍ଗରେ ବହୁତ ଅନ୍ଧକାର ଥିଲା । ଚାରିପାଖରେ ଖାଲି ଶବ ଦେଖା ଯାଉଥିଲା । ଯୁଧିଷ୍ଠିର ବିରକ୍ତ ହୋଇ ପଚାରିଲେ ଏହି ମାର୍ଗରେ କେତେ ଦୂର ଯିବାକୁ ହେବ । ଦେବଦୂତ ଉତ୍ତର ଦେଲେ କି ଦେବତାମାନେ କହିଲେ ଯେତେବେଳେ ଆପଣ ଥକିଯିବେ ସେତେବେଳେ ଆପଣଙ୍କୁ ଫେରାଇ ନେବୁ ।

ଯଦି ଆପଣ ଠକି ଯାଇଛନ୍ତି ତା ହେଲେ ଚାଲନ୍ତୁ ଫେରିଯିବା । ଯୁଧିଷ୍ଠିର ହଁ କହିଦେଲେ । ଯେତେବେଳେ ଯୁଧିଷ୍ଠିର ଫେରିବାକୁ ଲାଗିଲେ ସେତେବେଳେ ତାଙ୍କୁ ଦୁଃଖୀ ଲୋକମାନଙ୍କର ସ୍ଵର ଶୁଣାଗଲା ଓ ସେମାନେ ଯୁଧିଷ୍ଠିରଙ୍କୁ ସେହିଠାରେ ରହିବାକୁ କହୁଥିଲେ । ସେମାନେ ଭୀମ, ଅର୍ଜୁନ, ନକୁଳ, ସହଦେବ, କର୍ଣ୍ଣ ଓ ଦ୍ରୌପଦୀ ବୋଲି ନିଜର ପରିଚୟ ଦେଲେ ।

ସେତେବେଳେ ଯୁଧିଷ୍ଠିର ଦେବଦୂତଙ୍କୁ କହିଲେ କି ତୁମେ ଫେରିଯାଅ । ଏଠି ରହିବା ଦ୍ଵାରା ଯଦି ମୋ ଭାଇମାନଙ୍କୁ ଖୁସି ମିଳୁଛି ତା ହେଲେ ମୁଁ ଏହିଠାରେ ରହିବି । ଏହା ଶୁଣି ସବୁ ଦେବତାମାନେ ସେଠାରେ ପହଞ୍ଚିଲେ । ଦେବତାମାନେ ସେଠାରେ ପହଞ୍ଚିବା ପରେ ସେହି ସ୍ଥାନ ଆଲୋକରେ ପରିପୂର୍ଣ୍ଣ ହୋଇଗଲା । ଦେବତାମାନେ କହିଲେ ତୁମେ ଛଳରେ ଦ୍ରୋଣଙ୍କୁ ତାଙ୍କ ପୁତ୍ର ଅଶ୍ଵତ୍ଥାମାର ମିଛ ମୃତ୍ୟୁର ବିଶ୍ଵାସ ଦେଇଥିଲ । ସେହି ପରିଣାମ ସ୍ୱରୂପ ତୁମକୁ ମଧ୍ୟ ଛଳରେ ନର୍କର ଦର୍ଶନ କରିବାକୁ ପଡିଲା । ଏବେ ତୁମେ ସ୍ଵର୍ଗକୁ ଚାଲ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।